ଭାରତ ଯୋଡ଼ ଯାତ୍ରାରେ ଅଘଟଣ; ହୃଦଘାତରେ କଂଗ୍ରେସ ସାଂସଦ ସନ୍ତୋଖ ସିଂ ଚୌଧୁରୀଙ୍କ ପରଲୋକ

ଚଣ୍ଡିଗଡ: କଂଗ୍ରେସର ଭାରତ ଯୋଡ଼ ଯାତ୍ରା ଚାଲିଥିବାବେଳେ ଅଘଟଣ । ଭାରତ ଯୋଡୋ ଯାତ୍ରା ବେଳେ ହୃଦଘାତରେ କଂଗ୍ରେସ ସାଂସଦ ସନ୍ତୋଖ ସିଂ ଚୌଧୁରୀଙ୍କ ପରଲୋକ ହୋଇଛି । ଆଜି ସକାଳେ ପଞ୍ଜାବର ଫିଲୌର୍‌ଠାରେ ଭାରତ ଯୋଡ଼ୋ ଯାତ୍ରାରେ ଯାଉଥିବା ବେଳେ ଜଳନ୍ଧରର କଂଗ୍ରେସ ସାଂସଦ ସନ୍ତୋଖ ସିଂହ ଚୌଧୁରୀଙ୍କର ଦେହାନ୍ତ ହୋଇଥିବା ସୂଚନା ମିଳିଛି। #UPDATE | Punjab: Congress MP Santokh Singh Chaudhary passes away – tweets CM Bhagwant Mann. […]

ଚଣ୍ଡିଗଡ: କଂଗ୍ରେସର ଭାରତ ଯୋଡ଼ ଯାତ୍ରା ଚାଲିଥିବାବେଳେ ଅଘଟଣ । ଭାରତ ଯୋଡୋ ଯାତ୍ରା ବେଳେ ହୃଦଘାତରେ କଂଗ୍ରେସ ସାଂସଦ ସନ୍ତୋଖ ସିଂ ଚୌଧୁରୀଙ୍କ ପରଲୋକ ହୋଇଛି । ଆଜି ସକାଳେ ପଞ୍ଜାବର ଫିଲୌର୍‌ଠାରେ ଭାରତ ଯୋଡ଼ୋ ଯାତ୍ରାରେ ଯାଉଥିବା ବେଳେ ଜଳନ୍ଧରର କଂଗ୍ରେସ ସାଂସଦ ସନ୍ତୋଖ ସିଂହ ଚୌଧୁରୀଙ୍କର ଦେହାନ୍ତ ହୋଇଥିବା ସୂଚନା ମିଳିଛି।

କଂଗ୍ରେସ ନେତା ରାହୁଲ୍‌ ଗାନ୍ଧୀଙ୍କ ସହିତ ପଦଯାତ୍ରା କରୁଥିବା ବେଳେ ତାଙ୍କର ହୃଦ୍‌ସ୍ପନ୍ଦନ ବଢ଼ି ଯିବାରୁ ହଠାତ୍‌ ସେ ଅସୁସ୍ଥତା ଅନୁଭବ କରିଥିଲେ। ତୁରନ୍ତ ଆମ୍ବୁଲାନ୍‌ସ୍‌ ଯୋଗେ ତାଙ୍କୁ ଲୁଧିଆନାର ଫଗ୍‌ୱାରାସ୍ଥିତ ବିର୍କ ହସ୍ପିଟାଲ୍‌କୁ ନିଆଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ସନ୍ତୋଷ ଡାକ୍ତରଖାନା ପହଞ୍ଚିବା ପୂର୍ବରୁ ତାଙ୍କର ମୃତ୍ୟୁ ହୋଇସାରିଥିଲେ ବୋଲି ଡାକ୍ତର କହିଛନ୍ତି। ସାଂସଦଙ୍କ ମୃତ୍ୟୁ ଖବର ପାଇବା ପରେ ରାହୁଲ ଗାନ୍ଧୀ ତୁରନ୍ତ ଯାତ୍ରା ଛାଡ଼ି ଡାକ୍ତରଖାନାରେ ପହଞ୍ଚିଛନ୍ତି।

About The Author: The Sakala