ଆମେରିକା ଆକାଶରେ ଚୀନର ଗୁପ୍ତଚର ବେଲୁନ୍

ୱାଶିଂଟନ: ପୁଣୀ ଚୀନର ଗୁପ୍ତଚର ବେଲୁନ। ଆମେରିକାର ମୋଣ୍ଟାନା ସହରରେ ଏହି ସନ୍ଦିଗ୍ଧ ବେଲୁନ ଦେଖିବାକୁ ମିଳିଛି । ମୋଣ୍ଟାନାର ଏହି ଅଞ୍ଚଳରେ ବାୟୁସେନାର ସ୍ୱତନ୍ତ୍ର ଘାଟି ରହିଛି। ଯେଉଁଠାରୁ ଅନ୍ତର୍ଦେଶୀୟ ମିସାଇଲ ପରିଚାଳନା ହୋଇଥାଏ । ଆମେରିକାରେ ଏଭଳି ତିନୋଟି ଗୁରୁତ୍ବପୂର୍ଣ୍ଣ ବିମାନ ଘାଟି ରହିଛି । ଏହି ଅଞ୍ଚଳରେ ଚୀନର ବେଲୁନ୍ ମିଳିଥିବାରୁ ଏହାକୁ ଗୁରୁତର ସହ ନେଇଛନ୍ତି ଆମେରିକା ସରକାର । ଆମେରିକା ପ୍ରତିରକ୍ଷା ମନ୍ତ୍ରଣାଳୟର ସୂଚନା ମୁତାବକ, ଚୀନର ଗୁଇନ୍ଦା ବେଲୁନ […]

ୱାଶିଂଟନ: ପୁଣୀ ଚୀନର ଗୁପ୍ତଚର ବେଲୁନ। ଆମେରିକାର ମୋଣ୍ଟାନା ସହରରେ ଏହି ସନ୍ଦିଗ୍ଧ ବେଲୁନ ଦେଖିବାକୁ ମିଳିଛି । ମୋଣ୍ଟାନାର ଏହି ଅଞ୍ଚଳରେ ବାୟୁସେନାର ସ୍ୱତନ୍ତ୍ର ଘାଟି ରହିଛି। ଯେଉଁଠାରୁ ଅନ୍ତର୍ଦେଶୀୟ ମିସାଇଲ ପରିଚାଳନା ହୋଇଥାଏ । ଆମେରିକାରେ ଏଭଳି ତିନୋଟି ଗୁରୁତ୍ବପୂର୍ଣ୍ଣ ବିମାନ ଘାଟି ରହିଛି । ଏହି ଅଞ୍ଚଳରେ ଚୀନର ବେଲୁନ୍ ମିଳିଥିବାରୁ ଏହାକୁ ଗୁରୁତର ସହ ନେଇଛନ୍ତି ଆମେରିକା ସରକାର ।

ଆମେରିକା ପ୍ରତିରକ୍ଷା ମନ୍ତ୍ରଣାଳୟର ସୂଚନା ମୁତାବକ, ଚୀନର ଗୁଇନ୍ଦା ବେଲୁନ ଉତ୍ତର ପଶ୍ଚିମ ସହର ମୋଣ୍ଟାନାରେ ଦେଖାଯାଇଛି ।ଏହା ହେଉଛି ଅନ୍ୟ ଏକ ଚାଇନାର ଗୁପ୍ତଚର ବେଲୁନ୍ ।  ଆମେରିକା ଉପରରେ ନଜର ରଖିବାକୁ ଚୀନ୍ ଷଡ଼ଯନ୍ତ୍ର କରି ଏଭଳି ବେଲୁନ ଛାଡ଼ିଥିବା ପେଣ୍ଟାଗନ ଦାବି କରିଛି।

ଆମେରିକାର ବୈଦେଶିକ ସଚିବ ଆଣ୍ଟୋନି ବ୍ଲିଙ୍କେନ୍ ଚୀନ୍ ଗସ୍ତ କାର୍ଯ୍ଯକ୍ରମ ରହିଥିଲା । ଏହାରି ମଧ୍ଯରେ ଚାଇନାର ଗୁପ୍ତଚର ବେଲୁନ୍ ଆମେରିକାର ଆକାଶରେ ଦେଖାଦେଇଛି। ଚୀନର ଏପରି କାର୍ଯ୍ଯକଳାପ ପାଇଁ  ଆମେରିକା ବୈଦେଶିକ ମନ୍ତ୍ରୀ ଆଣ୍ଟୋନି ବ୍ଲିଙ୍କେନଙ୍କ ଚୀନ୍ ଗସ୍ତକୁ ବାତିଲ କରିଦେଇଛନ୍ତି। ଆହୁରି ମଧ୍ୟ, ଚାଇନାର ଏହି ବେଲୁନକୁ ଦୃଷ୍ଟିରେ ରଖି ଆମେରିକା ସମସ୍ତ ସମ୍ବେଦନଶୀଳ ତଥ୍ୟକୁ ସୁରକ୍ଷିତ କରିଛି।

About The Author: The Sakala