ବ୍ରିକ୍ସ ସମ୍ମିଳନୀରେ ମୋଦୀ: ଜିନପିଙ୍ଗଙ୍କ ସହ କଲେ ଆଲୋଚନା, ଲଦାଖରେ ଉତ୍ତେଜନା ହ୍ରାସ ପାଇଁ ସହମତି

ଜୋହାନ୍ସବର୍ଗ: ସାରା ବିଶ୍ବକୁ ଭାରତ ଗୋଟିଏ ପରିବାର ଭଳି ଦେଖୁଛି। କାରଣ ଭାରତର ମୂଳମନ୍ତ୍ର ହେଉଛି ବସୁଧୈବ କୁଟୁମ୍ୱକମ୍। ଲାଟିନ୍ ଆମେରିକା ଠାରୁ ଆରମ୍ଭ କରି କେନ୍ଦ୍ରୀୟଏସିଆ, ପଶ୍ଚିମ ଏସିଆରୁ ଦକ୍ଷିଣ ପୂର୍ବଏସିଆ ଯାଏ ଏବଂ ଭାରତ-ପ୍ରଶାନ୍ତ କ୍ଷେତ୍ର ଠାରୁ ଆରମ୍ଭ କରି, ଭାରତ -ଆଟଲାଣ୍ଟିକ୍ କ୍ଷେତ୍ର ଯାଏଁ ଭାରତ ସବୁ ଦେଶଙ୍କୁ ଗୋଟିଏ ପରିବାର ରୂପେ ଦେଖୁଛି ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦକ୍ଷିଣ ଆଫ୍ରିକାରେ ଅନୁଷ୍ଠିତ ‘ବ୍ରିକ୍ସ’ ସମ୍ମିଳନୀକୁ ସମ୍ବୋଧିତ କରି କହିଛନ୍ତି। ସେ […]

ଜୋହାନ୍ସବର୍ଗ: ସାରା ବିଶ୍ବକୁ ଭାରତ ଗୋଟିଏ ପରିବାର ଭଳି ଦେଖୁଛି। କାରଣ ଭାରତର ମୂଳମନ୍ତ୍ର ହେଉଛି ବସୁଧୈବ କୁଟୁମ୍ୱକମ୍। ଲାଟିନ୍ ଆମେରିକା ଠାରୁ ଆରମ୍ଭ କରି କେନ୍ଦ୍ରୀୟଏସିଆ, ପଶ୍ଚିମ ଏସିଆରୁ ଦକ୍ଷିଣ ପୂର୍ବଏସିଆ ଯାଏ ଏବଂ ଭାରତ-ପ୍ରଶାନ୍ତ କ୍ଷେତ୍ର ଠାରୁ ଆରମ୍ଭ କରି, ଭାରତ -ଆଟଲାଣ୍ଟିକ୍ କ୍ଷେତ୍ର ଯାଏଁ ଭାରତ ସବୁ ଦେଶଙ୍କୁ ଗୋଟିଏ ପରିବାର ରୂପେ ଦେଖୁଛି ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦକ୍ଷିଣ ଆଫ୍ରିକାରେ ଅନୁଷ୍ଠିତ ‘ବ୍ରିକ୍ସ’ ସମ୍ମିଳନୀକୁ ସମ୍ବୋଧିତ କରି କହିଛନ୍ତି। ସେ କହିଛନ୍ତି ଯେ,ବସୁଧୈବ କୁଟୁମ୍ୱକମ୍ ଅର୍ଥାତ୍ ସାରା ଦୁନିଆ ଗୋଟିଏ ପରିବାର। ଏହି ପରିକଳ୍ପନା ହଜାର ହଜାର ବର୍ଷରୁ ଆମ ଜୀବନଶୈଳୀର ଆଧାର ହୋଇ ରହିଛି। ଚଳିତ ବର୍ଷ ଭାରତ ଜି-୨୦ ଅଧ୍ୟକ୍ଷତା କରୁଥିବା ବେଳେ ଏହି ମନ୍ତ୍ରକୁ ମଧ୍ୟ ଆମେ ଗୁରୁତ୍ବ ଦେଇ କାର୍ଯ୍ୟ କରୁଛୁ।ତେବେ ବିଶ୍ବସମାଜକୁ ମଜବୁତ କରିବା ଦିଗରେ ସବୁ ରାଷ୍ଟ୍ରଙ୍କ ଭୂମିକା ରହିଛି ବୋଲି ସେ କହିଛନ୍ତି। ବ୍ରିକ୍ସ ଦେଶ ସମେତ ଏଠାରେ ଉପସ୍ଥିତ ମିତ୍ର ରାଷ୍ଟ୍ର ବହୁଧ୍ରୁବୀୟ ଦୁନିଆକୁ ମୁଜଭୁତ କରିବା ପାଇଁ ଯୋଗଦାନ କରିପାରିବେ ବୋଲି ମୋଦୀ କହିଛନ୍ତି। ସେ କହିଛନ୍ତି ଯେ ପ୍ରାୟ ୪,୪୦୦ ଭାରତୀୟ ଶାନ୍ତି ରକ୍ଷକ ଭାବେ ଆଫ୍ରିକାରେ ନିୟୋଜିତ ଅଛନ୍ତି । ଆମେ ଆତଙ୍କବାଦ ଏବଂ ଜଳଦସ୍ୟୁଙ୍କ ବିରୋଧରେ ଆଫ୍ରିକା ସହ ମିଶି କାମ କରୁଛୁ । ଭାରତ-ଅଫ୍ରିକା ସମ୍ପର୍କକୁ ଅଧିକ ଗୁରୁତ୍ୱ ଦେଇ କାର୍ଯ୍ୟ କରୁଛୁ। ଏଥfପାଇଁ ଭାରତ ପକ୍ଷରୁ ଆଫ୍ରିକାରେ ୧୬ ନୂଆ ମିଶନ ଖୋଲାଯାଇଛି ବୋଲି ସେ କହିଛନ୍ତି।

ଜିନପିଙ୍ଗଙ୍କ ସହ ଆଲୋଚନା,  ଲଦାଖରେ ଉତ୍ତେଜନା ହ୍ରାସ ପାଇଁ ସହମତି
ଜୋହାନ୍ସବର୍ଗରେ ଚାଲିଥିବା ୧୫ତମ ବ୍ରିକ୍ସ ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ମୋଦୀ ଏବଂ ଚୀନ୍ ରାଷ୍ଟ୍ରପତି ହାତ ମିଳାଇ ପରସ୍ପରକୁ ଅଭିବାଦନ କରିଛନ୍ତି। ପ୍ରଧାନମନ୍ତ୍ରୀ ମୋଦୀ ବ୍ରିକ୍ସ ନେତାମାନଙ୍କ ସହ ସାମ୍ବାଦିକ ସମ୍ମିଳନୀକୁ ଯାଉଥିବା ବେଳେ ଜିନପିଙ୍ଗଙ୍କ ସହ କଥାବାର୍ତ୍ତା କରୁଥିବା ଦେଖିବାକୁ ମିଳୁଛି। ଏହି ସମୟରେ ସେ ସୀମା ପ୍ରସଙ୍ଗ ଉଠାଇବା ସହିତ ଦୁଇ ଦେଶ ମଧ୍ୟରେ ଶାନ୍ତି ଫେରି ଆସିବା ଉଚିତ ବୋଲି କହିଥିଲେ। ତେବେ ଲଦାଖରେ ଉତ୍ତେଜନା ହ୍ରାସ ପାଇଁ ଉଭୟ ନେତା ସହମତ ହୋଇଥିବା ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ ଜୟଶଙ୍କର ସୂଚନା ଦେଇଛନ୍ତି। ୨୦୨୦ ଲଦାଖ ସୀମା ବିବାଦ ଆରମ୍ଭ ହେବା ପରଠାରୁ ଦୁଇ ନେତାଙ୍କ ମଧ୍ୟରେ ଏହି ଦୂରତା ବଢିଥିଲା।

About The Author: The Sakala