୧୬ ବର୍ଷରୁ କମ୍‌‌ ପିଲା ୟୁଟ୍ୟୁବ୍‌ରେ ଖୋଲିପାରିବେନି ଆକାଉଣ୍ଟ

କାନବେରା : ଅଷ୍ଟ୍ରେଲିଆରେ ୧୬ ବର୍ଷରୁ କମ୍‌‌ ବୟସ୍କ ପିଲା ସୋସିଆଲ ମିଡିଆ ୟୁଟ୍ୟୁବ୍‌ରେ ଆକାଉଣ୍ଟ ଖୋଲିପାରିବେ ନାହିଁ। ଆଗାମୀ ଡିସେମ୍ବର ୧୦ରୁ ଏହି ନୂଆ ନିୟମ ଲାଗୁ ହେବ ବୋଲି ଅଷ୍ଟ୍ରେଲିଆ ଟେଲିକମ୍ୟୁନିକେସନ ମନ୍ତ୍ରୀ ଅନିକା ବେଲ୍ସ କହିଛନ୍ତି। ତେବେ ପିଲାମାନେ ୟୁଟ୍ୟୁବ ବ୍ୟବହାର କରି ଭିଡିଓ ଦେଖିପାରିବେ ବୋଲି କୁହାଯାଇଛି। ଗତବର୍ଷ ନଭେମ୍ବରରେ ଅଷ୍ଟ୍ରେଲିଆ ୧୬ ବର୍ଷରୁ କମ୍‌‌ ବୟସ୍କ ପିଲାଙ୍କ ପାଇଁ ସୋସିଆଲ ମିଡିଆ ବ୍ୟାନ କରିବାକୁ ସଂସଦରେ ବିଲ ପାସ୍‌‌ କରିଥିଲା। […]

କାନବେରା : ଅଷ୍ଟ୍ରେଲିଆରେ ୧୬ ବର୍ଷରୁ କମ୍‌‌ ବୟସ୍କ ପିଲା ସୋସିଆଲ ମିଡିଆ ୟୁଟ୍ୟୁବ୍‌ରେ ଆକାଉଣ୍ଟ ଖୋଲିପାରିବେ ନାହିଁ। ଆଗାମୀ ଡିସେମ୍ବର ୧୦ରୁ ଏହି ନୂଆ ନିୟମ ଲାଗୁ ହେବ ବୋଲି ଅଷ୍ଟ୍ରେଲିଆ ଟେଲିକମ୍ୟୁନିକେସନ ମନ୍ତ୍ରୀ ଅନିକା ବେଲ୍ସ କହିଛନ୍ତି। ତେବେ ପିଲାମାନେ ୟୁଟ୍ୟୁବ ବ୍ୟବହାର କରି ଭିଡିଓ ଦେଖିପାରିବେ ବୋଲି କୁହାଯାଇଛି। ଗତବର୍ଷ ନଭେମ୍ବରରେ ଅଷ୍ଟ୍ରେଲିଆ ୧୬ ବର୍ଷରୁ କମ୍‌‌ ବୟସ୍କ ପିଲାଙ୍କ ପାଇଁ ସୋସିଆଲ ମିଡିଆ ବ୍ୟାନ କରିବାକୁ ସଂସଦରେ ବିଲ ପାସ୍‌‌ କରିଥିଲା। ଏଥିରେ ଫେସବୁକ୍‌‌, ଇନ୍‌ଷ୍ଟାଗ୍ରାମ, ସ୍ନାପ୍‌‌ ଚାଟ, ଟିକ୍‌ଟକ୍‌ ଓ ଏକ୍ସ ଭଳି ପ୍ଲାଟଫର୍ମ ସାମିଲ ରହିଥିଲା।

ସେତେବେଳେ ଏଥିରେ ୟୁଟ୍ୟୁବ୍‌‌କୁ ସାମିଲ କରାଯାଇ ନଥିଲା। ଏଥିସହ ବିଶ୍ୱର ପ୍ରଥମ ଦେଶ ଭାବେ ଅଷ୍ଟ୍ରେଲିଆ ସୋସିଆଲ ମିଡିଆକୁ ୧୬ ବର୍ଷରୁ କମ୍‌‌ ପିଲାଙ୍କ ପାଇଁ ବ୍ୟାନ୍‌ କରି ଏକ ଦୃଷ୍ଟାନ୍ତମୂଳକ ପଦକ୍ଷେପ ନେଇଛି। ଏହି ଆଇନ୍‌‌ ଅନୁସାରେ ପିତାମାତାଙ୍କ ସହମତି ବିନା ପୂର୍ବରୁ ଖୋଲାଯାଇଥିବା ଆକାଉଣ୍ଟକୁ ଅନୁମତି ଦିଆଯାଇନାହିଁ। ଅଗାମୀ ଗୋଟିଏ ବର୍ଷ ମଧ୍ୟରେ ଏହି ଆଇନ କାର୍ଯ୍ୟକାରୀ ହେବ। ତେବେ ଗେମିଂ ଓ ମେସେଜିଂ ଆପ୍‌‌ ଉପରେ କୌଣସି କଟକଣା ଜାରି କରାଯାଇନାହିଁ।

About The Author: The Sakala