ନୂଆଦିଲ୍ଲୀ: କେନ୍ଦ୍ର କୃଷି ମନ୍ତ୍ରୀ ଶିବରାଜ ସିଂହ ଚୌହ୍ବାନଙ୍କୁ ଚିରା ସିଟରେ ବସି କଲେ ବିମାନ ଯାତ୍ରା । ଏୟାର ଇଣ୍ଡିଆ ବିମାନର ଚିରା ସିଟରେ ବସି କେନ୍ଦ୍ର ମନ୍ତ୍ରୀ ଯାତ୍ରା କରିଥିବା ନେଇ ଏକ୍ସରେ ପୋଷ୍ଟ କରିଛନ୍ତି । ଶିବରାଜ ନିରାଶ ହୋଇ ଏୟାର ଇଣ୍ଡିଆ ବିମାନରେ ବସିବା ବହୁତ ଯନ୍ତ୍ରଣାଦାୟକ ଥିଲା ବୋଲି କହିଛନ୍ତି ।
ସୂଚନା ଥାଉକି, କେନ୍ଦ୍ରମନ୍ତ୍ରୀ ଶିବରାଜ ସିଂ ଚୌହ୍ବାନ। ଭୋପାଳରୁ ଦିଲ୍ଲୀ ଗସ୍ତରେ ଥିଲେ ମନ୍ତ୍ରୀ। ଏୟାରଇଣ୍ଡିଆ ବିମାନରେ ଯାତ୍ରା କରୁଥିଲେ ସେ । କିନ୍ତୁ କର୍ତ୍ତୃପକ୍ଷ ତାଙ୍କ ପାଇଁ ଆଲର୍ଟ କରିଥିବା ସିଟ୍କୁ ନେଇ ଝାଡିଛନ୍ତି ନିଜର ଅସନ୍ତୋଷ । ସେ ସିଟ୍ର ଅବସ୍ଥା କେମିତି ଅଛି ସେନେଇ ସୋସିଆଲ ମିଡିଆରେ ଫଟୋ ପୋଷ୍ଟ କରିଛନ୍ତି। ସେପଟେ ଏନେଇ ବିମାନ କର୍ତ୍ତୃପକ୍ଷ କ୍ଷମା ମାଗିଛନ୍ତି । କମ୍ପାନୀ କ୍ଷମା ପ୍ରାର୍ଥନା କରିବା ସହିତ ଆଗାମୀ ଦିନରେ ଯେପରି ଭାବରେ କୌଣସି ଯାତ୍ରୀଙ୍କୁ କଷ୍ଟ ନ ହେବ ସେଥିପ୍ରତି ଧ୍ୟାନ ଦିଆଯିବ ବୋଲି କହିଛି ।
ଶିବରାଜ କହିଛନ୍ତି, ଏୟାର ଇଣ୍ଡିଆ ଏଆଇ ୪୩୬ରେ ସେ ଟିକେଟ୍ କରିଥିଲେ । ସିଟ୍ ନମ୍ବର ଥିଲା ୮ସି । ହେଲେ ସେ ସିଟ୍ ପାଖରେ ପହଞ୍ଚିବା ବେଳକୁ ଦେଖିଥିଲେ କି, ସିଟ୍ରେ ବସିବା କଷ୍ଟକର ଥିଲା । ତଥାପି ଜରୁରୀ କାମ ଥିବାରୁ ମନ୍ତ୍ରୀ ସେହି ସିଟ୍ରେ ବସି ଯାତ୍ରା କରିଥିଲେ । ମନ ସମ୍ଭାଳି ହେଲାନି ବୋଲି ପୂରା ଘଟଣାର ଫଟୋ ଉଠାଇ ସୋସିଆଲ ମିଡିଆର ଏକ୍ସ ପ୍ଲାର୍ଟଫର୍ମରେ ସେୟାର କରି ଏୟାରଇଣ୍ଡିଆଙ୍କୁ ଟ୍ୟାଗ କରିଥିଲେ ।