ପଞ୍ଜାବର ମୁଖ୍ୟମନ୍ତ୍ରୀ ଭାବରେ ଶପଥ ନେଲେ ଚରଣଜିତ ସିଂହ ଚନ୍ନି

ଚଣ୍ଡିଗଡ଼: ପଞ୍ଜାବର ମୁଖ୍ୟମନ୍ତ୍ରୀ ଭାବରେ ଶପଥ ନେଲେ ଚରଣଜିତ ସିଂହ ଚନ୍ନି । ତାଙ୍କ ସହିତ ଦୁଇ ଉପମୁଖ୍ୟମନ୍ତ୍ରୀ ସୁଖଜିନ୍ଦର ରାନ୍ଧୱା ଏବଂ ଓମପ୍ରକାଶ ସୋନି ଶପଥ ନେଇଛନ୍ତି।  ରାଜଭବନରେ ଶପଥ ପାଠ କରାଇଛନ୍ତି ରାଜ୍ୟପାଳ ବନୱାରିଲାଲ। ଶପଥ ଗ୍ରହଣ ଉତ୍ସବରେ ବିଦାୟୀ ମୁଖ୍ୟମନ୍ତ୍ରୀ କ୍ୟାପଟେନ ଅମରିନ୍ଦର ସିଂହ ଯୋଗଦେଇନଥିବାବେଳେ କଂଗ୍ରେସ ନେତା ରାହୁଳ ଗାନ୍ଧୀ ଉପସ୍ଥିତ ଥିଲେ। ଚନ୍ନି ପଞ୍ଜାବର ପ୍ରଥମ ଦଳିତ ଶିଖ ମୁଖ୍ୟମନ୍ତ୍ରୀ ହୋଇଛନ୍ତି। ତାଙ୍କ ସହିତ ଶପଥ ନେଇଥିବା ଦୁଇ ଉପମୁଖ୍ୟମନ୍ତ୍ରୀଙ୍କ […]

ଚଣ୍ଡିଗଡ଼: ପଞ୍ଜାବର ମୁଖ୍ୟମନ୍ତ୍ରୀ ଭାବରେ ଶପଥ ନେଲେ ଚରଣଜିତ ସିଂହ ଚନ୍ନି । ତାଙ୍କ ସହିତ ଦୁଇ ଉପମୁଖ୍ୟମନ୍ତ୍ରୀ ସୁଖଜିନ୍ଦର ରାନ୍ଧୱା ଏବଂ ଓମପ୍ରକାଶ ସୋନି ଶପଥ ନେଇଛନ୍ତି।  ରାଜଭବନରେ ଶପଥ ପାଠ କରାଇଛନ୍ତି ରାଜ୍ୟପାଳ ବନୱାରିଲାଲ।

ଶପଥ ଗ୍ରହଣ ଉତ୍ସବରେ ବିଦାୟୀ ମୁଖ୍ୟମନ୍ତ୍ରୀ କ୍ୟାପଟେନ ଅମରିନ୍ଦର ସିଂହ ଯୋଗଦେଇନଥିବାବେଳେ କଂଗ୍ରେସ ନେତା ରାହୁଳ ଗାନ୍ଧୀ ଉପସ୍ଥିତ ଥିଲେ। ଚନ୍ନି ପଞ୍ଜାବର ପ୍ରଥମ ଦଳିତ ଶିଖ ମୁଖ୍ୟମନ୍ତ୍ରୀ ହୋଇଛନ୍ତି। ତାଙ୍କ ସହିତ ଶପଥ ନେଇଥିବା ଦୁଇ ଉପମୁଖ୍ୟମନ୍ତ୍ରୀଙ୍କ ମଧ୍ୟରୁ ଜଣେ ଜାଠ ଶିଖ ସମୁଦାୟ ଏବଂ ଅନ୍ୟଜଣକ ହିନ୍ଦୁ ସମୁଦାୟଙ୍କର ପ୍ରତିନିଧିତ୍ୱ କରୁଛନ୍ତି। ଶପଥ ନେବାକୁ ଯିବା ପୂର୍ବରୁ ଚନ୍ନି ରୁପନଗର ଗୁରୁଦ୍ୱାରାରେ ପୂଜାର୍ଚ୍ଚନା କରିଥିଲେ।

ସୂଚନା ଅନୁଯାୟୀ, ସେ  ୨୦୧୫ରୁ ୨୦୧୬ ମଧ୍ୟରେ ବିରୋଧୀ ଦଳର ନେତା ଥିଲେ ଚରଣଜିତ୍ । ୨୦୦୭ରେ ବିଧାନସଭାର ସଦସ୍ୟ ଥିଲେ । ଚମକୌର ସାହିବ ଆସନରୁ ଏବେ ବିଧାୟକ ଅଛନ୍ତି ଚରଣଜିତ ସିଂହ ଚନ୍ନି।

About The Author: The Sakala