ନୂଆଦିଲ୍ଲୀ: ନ୍ୟାୟିକ ବ୍ୟବସ୍ଥାରେ ବିଚାରପତି ନିଯୁକ୍ତି ବିଲମ୍ବକୁ ନେଇ ସୁପ୍ରିମକୋର୍ଟ ଅସନ୍ତୋଷ ବ୍ୟକ୍ତ କରିବା ସହିତ କେନ୍ଦ୍ର ସରକାରଙ୍କୁ ନୋଟିସ ଜାରି କରିଛନ୍ତି। ସର୍ବୋଚ୍ଚ ଅଦାଲତ କଲେଜିୟମର ସୁପାରିସ୍ ସତ୍ତ୍ବେ ବିଭିନ୍ନ ହାଇକୋର୍ଟ ଏବଂ ସୁପ୍ରିମକୋର୍ଟରେ ବିଚାରିପତି ନିଯୁକ୍ତିରେ ବିଳମ୍ବ ହେଉଛି। ବିଶେଷକରି ନିଯୁକ୍ତି ପାଇଁ କେନ୍ଦ୍ର ସରକାର ମଞ୍ଜୁରୀ ଦେଉ ନଥିବାରୁ କୋର୍ଟ କ୍ଷୁବ୍ଧ ହେବା ସହିତ କେନ୍ଦ୍ର ସରକାରଙ୍କ ଏଭଳି ଆଚରଣ କଲେଜିୟମ ପ୍ରତି ସିଧାସଳଖ ଅବମାନନା ବୋଲି କହିଛନ୍ତି। ଏ ସମ୍ପର୍କରେ ରୁଜୁ ହୋଇଥିବା ଏକ ମାମଲାର ଶୁଣାଣି କରି କୋର୍ଟ କହିଛନ୍ତି ଯେ, ବିଭନ୍ନ ହାଇକୋର୍ଟରେ ଖାଲି ପଡ଼ିଥିବା ବିଚାରପତି ପଦବୀ ପୂରଣ ପାଇଁ ୨୦୨୧ରୁ କଲେଜିୟମ ସୁପାରିସ କରିସାରିଛି। ଏଥିପାଇଁ ସମୟ ଧାର୍ଯ୍ୟ କରାଯାଇ ସରିଥିଲେ ହେଁ କେନ୍ଦ୍ରରୁ ମଞ୍ଜୁରୀ ନ ମିଳିବା ଚିନ୍ତାଜନକ। ନିଯୁକ୍ତି ପ୍ରକ୍ରିୟାରେ ବିଲମ୍ବ ଅର୍ଥ କଲେଜିୟମଙ୍କ ନିର୍ଦ୍ଦେଶକୁ ଖୋଲାଖୋଲି ଉଲ୍ଲଘଂନ କରିବା ସହିତ ସମାନ ବୋଲି କୋର୍ଟ କହିଛନ୍ତି।
କଲେଜିୟମର ସୁପାରିସ ସତ୍ତ୍ବେ ବିଚାରପତି ନିଯୁକ୍ତିକୁ ମଞ୍ଜୁରୀ ଦେଉନି କେନ୍ଦ୍ର, କ୍ଷୁବ୍ଧ ହେଲେ ସୁପ୍ରିମକୋର୍ଟ
ନୂଆଦିଲ୍ଲୀ: ନ୍ୟାୟିକ ବ୍ୟବସ୍ଥାରେ ବିଚାରପତି ନିଯୁକ୍ତି ବିଲମ୍ବକୁ ନେଇ ସୁପ୍ରିମକୋର୍ଟ ଅସନ୍ତୋଷ ବ୍ୟକ୍ତ କରିବା ସହିତ କେନ୍ଦ୍ର ସରକାରଙ୍କୁ ନୋଟିସ ଜାରି କରିଛନ୍ତି। ସର୍ବୋଚ୍ଚ ଅଦାଲତ କଲେଜିୟମର ସୁପାରିସ୍ ସତ୍ତ୍ବେ ବିଭିନ୍ନ ହାଇକୋର୍ଟ ଏବଂ ସୁପ୍ରିମକୋର୍ଟରେ ବିଚାରିପତି ନିଯୁକ୍ତିରେ ବିଳମ୍ବ ହେଉଛି। ବିଶେଷକରି ନିଯୁକ୍ତି ପାଇଁ କେନ୍ଦ୍ର ସରକାର ମଞ୍ଜୁରୀ ଦେଉ ନଥିବାରୁ କୋର୍ଟ କ୍ଷୁବ୍ଧ ହେବା ସହିତ କେନ୍ଦ୍ର ସରକାରଙ୍କ ଏଭଳି ଆଚରଣ କଲେଜିୟମ ପ୍ରତି ସିଧାସଳଖ ଅବମାନନା ବୋଲି କହିଛନ୍ତି। ଏ ସମ୍ପର୍କରେ ରୁଜୁ […]