ନୂଆଦିଲ୍ଲୀ: କେନ୍ଦ୍ର ସରକାର ଉଜ୍ଜ୍ଵଳା ଯୋଜନା ହିତାଧିକାରୀଙ୍କ ପାଇଁ ସିଲିଣ୍ଡର ପିଛା ଏଲପିଜି ସବସିଡି ଶହେ ଟଙ୍କା ବୃଦ୍ଧି କରିଛନ୍ତି। ଏଣିକି ସେମାନଙ୍କୁ ଲପିଜି ସିଲିଣ୍ଡର ପିଛା ୨୦୦ ବଦଳରେ ୩୦୦ ଟଙ୍କାର ସବସିଡି ମିଳିବ । ଏ ନେଇ ଆଜି ନୂଆଦିଲ୍ଲୀରେ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରୀ ଅନୁରାଗ ସିଂ ଠାକୁର ।
କେନ୍ଦ୍ର କ୍ୟାବିନେଟ ରକ୍ଷାବନ୍ଧନ ଏବଂ ଓନମ ଅବସରରେ ଏଲପିଜିରେ ୨୦୦ ଟଙ୍କା ହ୍ରାସ ଘୋଷଣା କରିଥିଲେ। ଆଜି ଉଜ୍ଜଳାର ହିତାଧିକାରୀଙ୍କୁ ୨୦୦ଟଙ୍କାରୁ ୩୦୦ ଟଙ୍କାକୁ ବୃଦ୍ଧି କରାଯାଇଛି।