ଦୁଇ ବର୍ଷର କମ ପିଲାଙ୍କୁ କଫ୍ ସିରପ୍ ମନା

ନୂଆଦିଲ୍ଲୀ: ମଧ୍ୟପ୍ରଦେଶ ଏବଂ ରାଜସ୍ଥାନରେ ଗତ କିଛି ଦିନ ମଧ୍ୟରେ କଫ୍ ସିରପ୍ ଯୋଗୁଁ ୧୨ ଜଣ ପିଲାଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ଏହି ପିଲାମାନେ ଗୋଟିଏ ପରେ ଗୋଟିଏ ମୃତ୍ୟୁବରଣ କରୁଥିବା ଖବର ଲୋକଙ୍କୁ ଭୟଭୀତ କରିଥିଲା। ମୃତ୍ୟୁ ପରେ ସନ୍ଦିଗ୍ଧ କଫ୍ ସିରପ୍ ମଧ୍ୟ ପରୀକ୍ଷା ପାଇଁ ପଠାଯାଇଥିଲା। ଦିଲ୍ଲୀର CDSCO ପୁଣେର ଭାଇରୋଲୋଜି ଇନଷ୍ଟିଚ୍ୟୁଟ୍ ଏବଂ ମଧ୍ୟପ୍ରଦେଶ ସରକାର ନଅଟି ନମୁନାର ପରୀକ୍ଷା ଶେଷ କରିଛନ୍ତି। କୌଣସି ନମୁନାରେ କିଛି ସନ୍ଦେହଜନକ ମିଳି ନ ଥିବା କୁହାଯାଉଛି। ଜାତୀୟ ରୋଗ ନିୟନ୍ତ୍ରଣ କେନ୍ଦ୍ର (NCDC) ମଧ୍ୟ ଏହି ଘଟଣାର ତଦନ୍ତ କରୁଛି।

ତେବେ ଏହି ଘଟଣାକୁ ନେଇ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଏକ ସରକାରୀ ପରାମର୍ଶ ମଧ୍ୟ ଜାରି କରାଯାଇଛି। ଯେଉଁଥିରେ ଦୁଇ ବର୍ଷରୁ କମ୍ ବୟସର ପିଲାମାନଙ୍କୁ ସିରପ୍ ନ ଦେବାକୁ ପରାମର୍ଶ ଦିଆଯାଇଛି।

ଉଲ୍ଲେଖଯୋଗ୍ୟ, ମଧ୍ୟପ୍ରଦେଶରେ ସମସ୍ତ ମୃତ୍ୟୁ ଛିନ୍ଦୱାଡ଼ାର ପରସିଆ ବ୍ଲକରେ ଘଟିଛି। ବର୍ତ୍ତମାନ ଥଣ୍ଡା, ଜ୍ୱର ଏବଂ ଫ୍ଲୁ ଦ୍ୱାରା ପ୍ରଭାବିତ ୧,୪୨୦ ପିଲାଙ୍କ ଲିଷ୍ଟ ଅଛି। ପିଲାମାନଙ୍କ ମୃତ୍ୟୁ ପାଇଁ ଦାୟୀ ଦୁଇଟି କଫ ସିରପ, କୋଲଡ୍ରିଫ୍ (ଚେନ୍ନାଇ) ଏବଂ ନେକ୍ସା ଡିଏସ୍ (ନେକ୍ସା ଡିଏସ୍) ହିମାଚଳରେ ନିର୍ମିତ।

About The Author: Deviprasad Mohanty