ଏୟାର ମାର୍ସଲଙ୍କ ନେତୃତ୍ୱରେ ଚାଲିଛି ତଦନ୍ତ, ଲ୍ୟାଣ୍ଡିଂ କରିବାର ମାତ୍ର ୭ମିନିଟ ପୂର୍ବରୁ ଦୁର୍ଘଟଣା ଗ୍ରସ୍ତ ହୋଇଥିଲା ହେଲିକପ୍ଟର

ନୂଆଦିଲ୍ଲୀ : କୁନ୍ନୁରରେ ସେନା ହେଲିକପ୍ଟର  ଦୁର୍ଘଟଣାଗ୍ରସ୍ତ ନେଇ ସଂସଦରେ ପ୍ରତିରକ୍ଷା ମନ୍ତ୍ରୀଙ୍କ ବିବୃତି । ଉଭୟ ଗୃହରେ ବିବୃତି ରଖିଛନ୍ତି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ। ସିଡିଏସ୍‌’ ଜେନେରାଲ୍‌ ବିପିନ ରାୱତ୍‌ ଏବଂ ଆଉ ୧୨ଜଣଙ୍କ ଆକସ୍ମିକ ମୃତ୍ୟୁ ଯୋଗୁଁ ଦୁଃଖ ବ୍ୟକ୍ତ କରି ରାଜନାଥ ସିଂହ ସେମାନଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଅର୍ପଣ କରିବା ସହ ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ସମବେଦନା ଜଣାଇଛନ୍ତି। Indian Air Force (IAF) has ordered a tri-service inquiry into […]

ନୂଆଦିଲ୍ଲୀ : କୁନ୍ନୁରରେ ସେନା ହେଲିକପ୍ଟର  ଦୁର୍ଘଟଣାଗ୍ରସ୍ତ ନେଇ ସଂସଦରେ ପ୍ରତିରକ୍ଷା ମନ୍ତ୍ରୀଙ୍କ ବିବୃତି । ଉଭୟ ଗୃହରେ ବିବୃତି ରଖିଛନ୍ତି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ। ସିଡିଏସ୍‌’ ଜେନେରାଲ୍‌ ବିପିନ ରାୱତ୍‌ ଏବଂ ଆଉ ୧୨ଜଣଙ୍କ ଆକସ୍ମିକ ମୃତ୍ୟୁ ଯୋଗୁଁ ଦୁଃଖ ବ୍ୟକ୍ତ କରି ରାଜନାଥ ସିଂହ ସେମାନଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଅର୍ପଣ କରିବା ସହ ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ସମବେଦନା ଜଣାଇଛନ୍ତି।


ରାଜନାଥ ସିଂ କହିଛନ୍ତି, ୮ ଡିସେମ୍ବରରେ ଭାରତୀୟ ବାୟୁସେନାର ହେଲିକପ୍ଟର ଯେଉଁଥିରେ ସିଡିଏସ ବିପିନ୍ ରାୱତ ଥିଲେ ତାହା ଦୁର୍ଘଟଣାର ଶିକାର ହୋଇଛି । ବିପିନ୍ ରାୱତଙ୍କ ସମେତ ତାଙ୍କ ପତ୍ନୀ ମଧୁଲିକା ରାୱତ ଏବଂ ଅନ୍ୟ ୧୧ ଜଣ ବାୟୁସେନା ସଦସ୍ୟ ଏହି ଦୁର୍ଘଟଣାରେ ମୃତ୍ୟୁ ହୋଇଛି। ସୁଲୁର ଏୟାରବେସ୍ରୁ ସିଡିଏସ୍‌ ବିପିନ ରାଓ୍ବତ ଓ ଅନ୍ୟମାନଙ୍କୁ ନେଇ ୧୧ ଟା ୪୮ ମିନିଟରେ ଉଡାଣ ଭରିଥିଲା ହେଲିକପ୍ଟର । ୧୨ଟା ବାଜି ୮ମିନିଟରେ ହେଲିକପ୍ଟର ସହ ଏଟିସିର ଯୋଗାଯୋଗ ବିଚ୍ଛିନ୍ନ ହୋଇଯାଇଥିଲା । ଲ୍ୟାଣ୍ଡିଂ କରିବାର ମାତ୍ର ୭ମିନିଟ ପୂର୍ବରୁ ହେଲିକପ୍ଟରଟି ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଦୁର୍ଘଟଣାରେ ହେଲିକପ୍ଟରରେ ଥିବା ୧୪ଜଣଙ୍କ ମଧ୍ୟରୁ ୧୩ଜଣଙ୍କର ମୃତ୍ୟୁ ହୋଇଛି । ଗ୍ରୁପ କ୍ୟପଟେନ ବରୁଣ ସିଂ ଗୁରୁତର ଅବସ୍ଥାରେ ଓ୍ବେଲିଂଟନ ସେନା ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି। ସେ ଏବେ ଲାଇଫ୍ ସପୋର୍ଟ ସିଷ୍ଟମରେ ରହିଛନ୍ତି। ତାଙ୍କ ଚିକିତ୍ସା ପାଇଁ ସମସ୍ତ ପ୍ରକାର ବ୍ୟବସ୍ଥା କରାଯାଇଛି।


ଆଜି ସନ୍ଧ୍ୟା ସୁଦ୍ଧା ସମସ୍ତ ମୃତକଙ୍କ ପ୍ରାର୍ଥିବ ଶରୀର ଦିଲ୍ଲୀଠାରେ ପହଞ୍ଚିବ ବୋଲି ରାଜନାଥ ସୂଚନା ଦେଇଛନ୍ତି। IAFର ସ୍ବତନ୍ତ୍ର ବିମାନରେ ମରଶରୀରକୁ ଦିଲ୍ଲୀ ଅଣାଯିବ ।ସମ୍ପୂର୍ଣ୍ଣ ସାମରିକ ମର୍ଯ୍ୟାଦା ସହ ତାମିଲନାଡୁର କୁନୁର୍‌ ନିକଟରେ ‘ଏମ୍‌ଆଇ-୧୭ଭି୫’ ହେଲିକପ୍ଟର୍‌ ଦୁର୍ଘଟଣାରେ ପ୍ରାଣ ହରାଇଥିବା ‘ସିଡିଏସ୍’ ବିପିନ ରାୱତ୍‌ ଏବଂ ଅନ୍ୟମାନର ଶେଷକୃତ୍ୟ ସମାପନ କରାଯିବ ବୋଲି ଆଜି ଲୋକସଭାରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ କହିଛନ୍ତି।


ଅନ୍ୟପଟେ ପୁରା ଘଟଣାର ତଦନ୍ତ ପାଇଁ ଭାରତୀୟ ବାୟୁସେନା ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି । ଘଟଣାରେ ତିନି ବାହିନୀ ପକ୍ଷରୁ ମିଳିତ ତଦନ୍ତ କରାଯିବ । ଏୟାର ମାର୍ସାଲ ମାନବେନ୍ଦ୍ର ସିଂହଙ୍କ ଅଧ୍ୟକ୍ଷତାରେ ଏକ ଯାଞ୍ଚ ଟିମ୍ ଗଠନ ହୋଇଛି ବୋଲି ପ୍ରତିରକ୍ଷା ମନ୍ତ୍ରୀ ବିବୃତି ରଖିଛନ୍ତି । ପ୍ରତିରକ୍ଷା ମନ୍ତ୍ରୀଙ୍କ ବିବୃତ୍ତି ପରେ ଉଭୟ ଗୃହରେ ବୀର ଯୋଦ୍ଧାଙ୍କ ଉଦ୍ଦେଶ୍ୟରେ ଦୁଇ ମିନିଟ୍‌ ନିରବ ପ୍ରାର୍ଥନା କରାଯାଇଥିଲା ।

About The Author: The Sakala