ନୂଆଦିଲ୍ଲୀ : ଦିଲ୍ଲୀରେ ଭୟଙ୍କର କାର ବିସ୍ଫୋରଣ। ଲାଲକିଲ୍ଲା ମେଟ୍ରୋ ଷ୍ଟେସନର ୧ ନମ୍ବର ଗେଟ ନିକଟରେ ଜୋରଦାର ଧମାକା । ବିସ୍ଫୋରଣରେ ୧୩ ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ୨୦ରୁ ଅଧିକ ଆହତ ହୋଇଛନ୍ତି । ଆହତମାନଙ୍କୁ ବିଭିନ୍ନ ମେଡିକାଲରେ ଭର୍ତ୍ତି କରାଯାଇଛି । ବିସ୍ଫୋରଣ ପରେ ଆଖପାଖରେ ଥିବା କାର ଗୁଡ଼ିକ କ୍ଷତିଗ୍ରସ୍ତ ହୋଇଛି । ୫ରୁ ୬ଟି ଗାଡି ପୂରା ଛିନଛତ୍ର ହୋଇଯାଇଛି । ବିସ୍ଫୋରଣରେ ୨୩ ଗାଡି କ୍ଷତିଗ୍ରସ୍ତ ହୋଇଥିବା ଜଣାଯାଇଛି ।ବିସ୍ଫୋରଣ ପରେ ଗାଡ଼ି ଗୁଡ଼ିକ ହୁହୁ ହୋଇ ଜଳିଥିଲା । ବିସ୍ଫୋରଣ ଏତେ ଜୋରଦାର ଥିଲା ଯେ, ପାଖରେ ଥିବା ଦେକାନ ମଧ୍ୟ କ୍ଷତିଗ୍ରସ୍ତ ହୋଇଛି। ବିସ୍ଫୋରଣ ବେଳେ କାର ପାର୍କିଂ ନିକଟରେ ପ୍ରବଳ ଭିଡ଼ ରହିଥିଲା। ପ୍ରାୟ ୬ଟା ୫୨ରେ ବିସ୍ଫୋରଣ ହୋଇଥିଲା। କାର୍ ଟି ଧୀରେ ଧୀରେ ଆସି ରେଡ୍ ଲାଇଟ୍ ନିକଟରେ ଛିଡ଼ା ହୋଇଥିଲା। ତା ପରେ ହଠାତ ବିସ୍ଫୋରଣ ହେଲା। ବିସ୍ଫୋରଣ ବେଳେ କାର୍ ଭିତରେ ୨ ରୁ ୩ ଜଣ ଲୋକ ବସିଥିବା ସୂଚନା ମିଳିଛି।
ବିସ୍ଫୋରଣ ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗୃହ ମନ୍ତ୍ରୀ ଅମିତ ଶାହଙ୍କ ସହ ଆଲୋଚନା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ଘଟଣା ସ୍ଥଳରେ ଦିଲ୍ଲୀ ପୋଲିସ, କ୍ରାଇମବ୍ରାଞ୍ଚ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି। ଫରେନସିକ୍ ଟିମ୍ ଓ ଟେକ୍ନିକାଲ ଟିମ ମଧ୍ୟ ଘଟଣା ସ୍ଥଳରେ ପହଞ୍ଚିଛି। ଏନଏସଜି ଓ ଏନଆଇଏ ମଧ୍ୟ ତଦନ୍ତ ପାଇଁ ପହଞ୍ଚିଛନ୍ତି।
ତେବେ କାର ବିସ୍ଫୋରଣ କେମିତି ହେଲା, ସେ ନେଇ କିଛି ସ୍ପଷ୍ଟ ହୋଇ ନାହିଁ। କେମିତି ହେଲା ଏହି ଘଟଣା ପରେ ଲାଲକିଲା ନିକଟ ଚାନ୍ଦିନୀଚୌକ ମାର୍କେଟକୁ ବନ୍ଦ କରିଦିଆଯାଇଛି। ଆସନ୍ତାକାଲି ମଧ୍ୟ ବନ୍ଦ ରହିବ ଏହି ବଜାର। ଏହି ଘଟଣା ପରେ ପୂରା ନୂଆଦିଲ୍ଲୀ ହାଇ ଆଲର୍ଟରେ। ନୂଆଦିଲ୍ଲୀ ସମେତ ଉତ୍ତର ପ୍ରଦେଶ ଓ ମୁମ୍ବାଇରେ ମଧ୍ୟ ହାଇ ଆଲର୍ଟ ଜାରି ହୋଇଛି। ବିଭିନ୍ନ ସ୍ଥାନରେ ଚେକିଂ ବ୍ଳକିଂ ଚାଲିଛି।