କେନ୍ଦ୍ର କ୍ୟାବିନେଟ୍ ନିଷ୍ପତ୍ତି : ଆହୁରି ବର୍ଷେ ମିଳିବ ମାଗଣା ରାସନ, ସଶସ୍ତ୍ର ବାହିନୀ ପାଇଁ ୱାନ ରାଙ୍କ ୱାନ ପେନସନ୍‌ରେ ସଂଶୋଧନ

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଆଜି ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ବୈଠକରେ ଅନେକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ଏଥିରେ ସଶସ୍ତ୍ର ବାହିନୀ ପାଇଁ ୱାନ ରାଙ୍କ ୱାନ ପେନସନ (OROP) ଏବଂ ଗରିବଙ୍କ ପାଇଁ ମାଗଣା ରାସନ ବ୍ୟବସ୍ଥା ଅନ୍ତର୍ଭୁକ୍ତ ରହିଛି। Union Cabinet approves next revision of defence forces personnel pension under OROP Read @ANI Story | https://t.co/pTM1OFeE8g#AnuragThakur #DefencePersonnel #OROP #OneRankOnePension #Cabinet #ArmedForces #Pension pic.twitter.com/UFVbx2xjzN […]

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଆଜି ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ବୈଠକରେ ଅନେକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ଏଥିରେ ସଶସ୍ତ୍ର ବାହିନୀ ପାଇଁ ୱାନ ରାଙ୍କ ୱାନ ପେନସନ (OROP) ଏବଂ ଗରିବଙ୍କ ପାଇଁ ମାଗଣା ରାସନ ବ୍ୟବସ୍ଥା ଅନ୍ତର୍ଭୁକ୍ତ ରହିଛି।


କେନ୍ଦ୍ର ଯୁବ ବ୍ୟାପାର ଓ କ୍ରୀଡ଼ା ଏବଂ ସୂଚନା ଓ ପ୍ରସାରଣ ମନ୍ତ୍ରୀ ଅନୁରାଗ ଠାକୁର କ୍ୟାବିନେଟ ବୈଠକ ପରେ ସୂଚନା ଦେଇ କହିଛନ୍ତି ଯେ ସଶସ୍ତ୍ର ବାହିନୀ ପାଇଁ OROP ସଂଶୋଧନ କରାଯାଇଛି। ୧.୭.୨୦୧୪ ପରେ ଅବସର ନେଇଥିବା ସଶସ୍ତ୍ର ବାହିନୀ ସଦସ୍ୟଙ୍କ  ସମେତ ୱାନ ରାଙ୍କ ୱାନ ପେନସନ (OROP) ହିତାଧିକାରୀଙ୍କ ସଂଖ୍ୟା ୨୫ ଲକ୍ଷ ୧୩ ହଜାର ୦୨ରେ ପହଞ୍ଚିଛି। ୧.୪.୨୦୧୪ ପୂର୍ବରୁ ଏହି ସଂଖ୍ୟା ଥିଲା ୨୦,୬୦,୨୨୦। ଏହା ଦ୍ବାରା ସରକାରଙ୍କ ଉପରେ ୮ ହଜାର ୪୫୦ କୋଟି ଟଙ୍କା ଅତିରିକ୍ତ ଭାର ପଡିବ। ଏଥି ସହିତ ଯେଉଁ ପ୍ରତିରକ୍ଷା କର୍ମଚାରୀ ୧.୭.୨୦୧୪ ପରେ ସ୍ବେଚ୍ଛାକୃତ ଭାବରେ ଅବସର ନେଇଛନ୍ତି ସେମାନେ ଏହି ସୁବିଧା ପାଇବେ ନାହିଁ ।

ବର୍ତ୍ତମାନ ପ୍ରତିରକ୍ଷା ବାହିନୀ ପେନ୍‌ସନ୍‌ଭୋଗୀ / ପରିବାର ପେନ୍‌ସନ୍‌ଭୋଗୀମାନେ ପ୍ରସ୍ତାବ ଅନୁଯାୟୀ ବର୍ଦ୍ଧିତ ପେନସନ୍ ପାଇବେ । ଏହାଛଡା ସହିଦଙ୍କ ବିଧବା ପତ୍ନୀ ଏବଂ ଭିନ୍ନକ୍ଷମ ପେନ୍‌ସନ୍‌ଭୋଗୀଙ୍କ ସମେତ ପରିବାର ପେନ୍‌ସନ୍‌ଭୋଗୀଙ୍କୁ ମଧ୍ୟ ଏହି ସୁବିଧା ପ୍ରଦାନ କରାଯିବ। ଏହା ସଶସ୍ତ୍ର ବାହିନୀରେ ଯୋଗଦେବା ପାଇଁ ଯୁବକମାନଙ୍କୁ ଆକର୍ଷିତ କରିବ । ସରକାର ଏହା ମଧ୍ୟ କହିଛନ୍ତି ଯେ ବକେୟା ରାଶି ଚାରି ଅର୍ଦ୍ଧ ବାର୍ଷିକ କିସ୍ତିରେ ପ୍ରଦାନ କରାଯିବ।

ଉଲ୍ଲେଖ ଥାଉ କି ୱାନ୍ ରାଙ୍କ୍ ୱାନ୍ ପେନ୍ସନ ((OROP) ର ଅର୍ଥ ହେଉଛି ସମାନ ପଦବୀ ଏବଂ ସମାନ ଅବଧିର ସେବ ଲାଗି ସଶସ୍ତ୍ର ବାହିନୀର କର୍ମଚାରୀଙ୍କୁ ସମାନ ପେନସନ୍ ପ୍ରଦାନ କରାଯାଇଥାଏ । ଉଦାହରଣ ସ୍ୱରୂପ, ଯଦି ଜଣେ ଅଧିକାରୀ ଯିଏ ୧୫ ବର୍ଷ (୧୯୮୫ ରୁ ୨୦୦୦ ପର୍ଯ୍ୟନ୍ତ ) ସେବା କରିଆସୁଥିଲେ ଏବଂ ୨୦୦୦ ମସିହାରେ ଅବସର ନେଇଥିଲେ, ତାଙ୍କୁ ୨୦୧୦ରେ ଅବସର ନେଇଥିବା ଏବଂ ୧୯୯୫ ରୁ ୨୦୧୦ ପର୍ଯ୍ୟନ୍ତ ସେବା କରୁଥିବା ଅଧିକାରୀଙ୍କ ପରି ସମାନ ପେନସନ୍ ପାଇବେ।


ସେପଟେ କେନ୍ଦ୍ର ବାଣିଜ୍ୟ ଓ ଶିଳ୍ପ, ଉପଭୋକ୍ତା ବ୍ୟାପାର, ଖାଦ୍ୟ ଏବଂ ଜନସାଧାରଣ ବଣ୍ଟନ ଏବଂ ବୟନ ମନ୍ତ୍ରୀ ପୀୟୁଷ ଗୋୟଲ କ୍ୟାବିନେଟ ବୈଠକ ପରେ ସୂଚନା ଦେଇ କହିଛନ୍ତି ଯେ ଜାତୀୟ ଖାଦ୍ୟ ସୁରକ୍ଷା ଅଧିନିୟମ ଅନୁଯାୟୀ ସରକାର ଆଉ ଏକ ବର୍ଷପାଇଁ ମାଗଣା ରାସନ ସମଗ୍ରୀ ଦେବା ପାଇଁ ବ୍ୟବସ୍ଥା କରିଛନ୍ତି। ଜାତୀୟ ଖାଦ୍ୟ ସୁରକ୍ଷା ଅଧିନିୟମ ଅନୁଯାୟୀ ସରକାର ଆଉ ଏକ ବର୍ଷ ପାଇଁ ୮୧.୩୫ କୋଟି ଲୋକଙ୍କୁ ମାଗଣା ଖାଦ୍ୟ ଶସ୍ୟ ବଣ୍ଟନ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଜାତୀୟ ଖାଦ୍ୟ ସୁରକ୍ଷା ଅଧିନିୟମ ଅନୁଯାୟୀ ଗରିବ ଲୋକଙ୍କୁ ମାଗଣା ରାସନ ଦେବା ପ୍ରାୟ ଦୁଇ ଲକ୍ଷ କୋଟି ଟଙ୍କା ହେବ, କେନ୍ଦ୍ର ସରକାର ଏହାର ଭାର ବହନ କରିବେ।

ପୂର୍ବରୁ ଚାଉଳ କିଲୋ ପ୍ରତି ୩ ଟଙ୍କା, ଗହମ କିଲୋପ୍ରତି ୨ଟଙ୍କା ଦରରେ ଯୋଗାଇ ଦିଆଯାଉଥିଲା। ତେବେ ଆସନ୍ତା ୨୦୨୩ ଡିସେମ୍ବର ଯାଏଁ କିନ୍ତୁ ସମ୍ପୂର୍ଣ୍ଣ ମାଗଣାରେ ଯୋଗାଇ ଦିଆଯିବ ରାସନ୍। ଫଳରେ ଦେଶର ୮୧.୩୫ କୋଟିରୁ ଅଧିକ ହିତାଧୀକାରୀ ଏହାର ଫାଇଦା ପାଇବେ।

About The Author: The Sakala