କରୋନାରୁ ସୁରକ୍ଷା ଦେବ ବୁରାଂଶ

ନୂଆଦିଲ୍ଲୀ: ଭାରତରେ କରୋନା ସଂକ୍ରମଣ ବୃଦ୍ଧି ପାଇ ଚାଲିଥିବାବେଳେ ଏକ ଭଲ ଖବର ଆସିଛି। ଇଣ୍ଡିଆନ ଇନଷ୍ଟିଚ୍ୟୁଟ ଅଫ ଟେକ୍ନୋଲୋଜି (ଆଇଆଇଟି) ମଣ୍ଡି ଏବଂ ଇଣ୍ଟରନ୍ୟାସନାଲ ସେଣ୍ଟର ଫର ଜେନେଟିକ ଇଞ୍ଜିନିୟରିଂ ଆଣ୍ଡ ବାୟୋଟେକ୍ନୋଲୋଜି (ଆଇସିଜିଇବି)ର ଗବେଷକମାନେ ହିମାଳୟ ଉପତ୍ୟକାରେ ଦେଖାଯାଉଥିବା ଏକ ଗଛରୁ କରୋନାର ଚିକିତ୍ସା ସନ୍ଧାନ କରିଛନ୍ତି। ବୈଜ୍ଞାନିକଙ୍କ ଅନୁଯାୟୀ ବୁରଂଶ ଗଛ କରୋନା ବିରୋଧୀ ଲଢେଇରେ ସାହାଯ୍ୟ କରିବ। ଏହାର ଫୁଲରେ ଥିବା ଫାଇଟୋକେମିକାଲ ନାମକ ପଦାର୍ଥ କରୋନାର ସ୍ବରୂପ ପରିବର୍ତ୍ତନକୁ ରୋକିପାରିବ। […]

ନୂଆଦିଲ୍ଲୀ: ଭାରତରେ କରୋନା ସଂକ୍ରମଣ ବୃଦ୍ଧି ପାଇ ଚାଲିଥିବାବେଳେ ଏକ ଭଲ ଖବର ଆସିଛି। ଇଣ୍ଡିଆନ ଇନଷ୍ଟିଚ୍ୟୁଟ ଅଫ ଟେକ୍ନୋଲୋଜି (ଆଇଆଇଟି) ମଣ୍ଡି ଏବଂ ଇଣ୍ଟରନ୍ୟାସନାଲ ସେଣ୍ଟର ଫର ଜେନେଟିକ ଇଞ୍ଜିନିୟରିଂ ଆଣ୍ଡ ବାୟୋଟେକ୍ନୋଲୋଜି (ଆଇସିଜିଇବି)ର ଗବେଷକମାନେ ହିମାଳୟ ଉପତ୍ୟକାରେ ଦେଖାଯାଉଥିବା ଏକ ଗଛରୁ କରୋନାର ଚିକିତ୍ସା ସନ୍ଧାନ କରିଛନ୍ତି। ବୈଜ୍ଞାନିକଙ୍କ ଅନୁଯାୟୀ ବୁରଂଶ ଗଛ କରୋନା ବିରୋଧୀ ଲଢେଇରେ ସାହାଯ୍ୟ କରିବ। ଏହାର ଫୁଲରେ ଥିବା ଫାଇଟୋକେମିକାଲ ନାମକ ପଦାର୍ଥ କରୋନାର ସ୍ବରୂପ ପରିବର୍ତ୍ତନକୁ ରୋକିପାରିବ। ଫୁଲର ରସାୟନରେ କିଛି ଆଣ୍ଟି-ଭାଇରାଲ ଗୁଣ ରହିଛି। ଏହା ସାମ୍‌ନାରେ ଭୂତାଣୁ ତିଷ୍ଠି ପାରୁନାହିଁ । ହିମାଚଳ ପ୍ରଦେଶ, ଉତ୍ତରାଖଣ୍ଡ, କାଶ୍ମୀରରେ ଏହି ଗଛ ଦେଖାଯାଏ ।

About The Author: The Sakala