ନୂଆଦିଲ୍ଲୀ: ସଂସଦରେ ୨୦୨୪-୨୫ ବଜେଟ ଉପସ୍ଥାପିତ କରୁଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ବଜେଟରେ ମୁଦ୍ରା ଋଣ ୨୦ଲକ୍ଷକୁ ବୃଦ୍ଧି ଘୋଷଣା କରିଛନ୍ତି ଅର୍ଥମନ୍ତ୍ରୀ। ମୁଦ୍ରା ଋଣ ସୀମା ୧୦ଲକ୍ଷରୁ ୨୦ଲକ୍ଷକୁ ବୃଦ୍ଧି ନେଇ ଘୋଷଣା କରିଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ଧାର୍ଯ୍ୟ ସମୟରେ ପୈଠ କରିଥିବା ବ୍ୟକ୍ତି ଏହି ଲୋନ୍ ପାଇବେ ବୋଲି ଅର୍ଥମନ୍ତ୍ରୀ କହିଛନ୍ତି।
ଛୋଟ ଉଦ୍ୟୋଗୀ ଏବଂ ବ୍ୟବସାୟୀଙ୍କ ପାଇଁ ୨୦୧୫ରେ ଆରମ୍ଭ କରାଯାଇଥିବା ଏହି ଯୋଜନାରେ ବିନା ଗ୍ୟାରେଣ୍ଟିରେ ୧୦ ଲକ୍ଷ ଟଙ୍କାର ଋଣ ଯୋଗାଇ ଦେବାକୁ ବ୍ୟବସ୍ଥା କରାଯାଇଥିଲା। ଶିଶୁ,କିଶୋର ଏବଂ ତରୁଣ ଭଳି ତିନୋଟି ଶ୍ରେଣୀରେ ଏହି ଋଣ ଯୋଗାଇ ଦିଅଯାଉଥିଲା ବେଳେ ଶିଶୁ ଶ୍ରେଣୀକୁ ୫୦ ହଜାର, କିଶୋର ଶ୍ରେଣୀରେ ୫୦ ହଜାରରୁ ୫ ଲକ୍ଷ ଏବଂ ତରୁଣ ଶ୍ରେଣୀରେ ୫ ଲକ୍ଷରୁ ୧୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ ଦେବାକୁ ବ୍ୟବସ୍ଥା ରହିଥିଲା। ବର୍ତ୍ତମାନ ଏହାକୁ ୨୦ ଲକ୍ଷ ଟଙ୍କାକୁ ବୃଦ୍ଧି କରାଯାଇଛି।