କାଠମାଣ୍ଡୁ: ମଝି ଆକାଶରେ ନିଖୋଜ ହୋଇଗଲା ହେଲିକପ୍ଟର। ନେପାଳର ସୋଲୁଖୁମ୍ବୁକୁ କାଠମାଣ୍ଡୁ ଯାଉଥିବା ହେଲକପ୍ଟର ନିଖୋଜ ପରେ ଦୁର୍ଘଟଣାଗ୍ରସ୍ତ ହୋଇଥିବା ସୂଚନା ମିଳିଛି । ଏଥିରେ ୫ଜଣ ବିଦେଶୀ ନଗରିକଙ୍କ ସହିତ ୬ଜଣ ଯାତ୍ରା କରୁଥିଲେ । ଉଡ଼ାଣ ଭରିବାର କିଛି ସମୟ ପରେ ହେଲିକପ୍ଟରଠୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଥିଲା । ଏପର୍ଯ୍ୟନ୍ତ ଚପର ସମ୍ପର୍କରେ କୌଣସି ସୂଚନା ମିଳିପାରିନାହିଁ ।
ସୂଚନା ଅନୁଯାୟୀ, ମନଙ୍କ ଏୟାର ଲାଇନ୍ସର ହେଲିକପ୍ଟର ଉଡ଼ାଣ ପରେ ନିଖୋଜ ହୋଇଯାଇଛି । ଉଡ଼ାଣ ଭରିବାର ୧୫ ମିନିଟ୍ ପରେ ହେଲିକପ୍ଟରଟି ନିଖୋଜ ହୋଇଯାଇଛି । ବର୍ତ୍ତମାନ ସୁଧା କୌଣସି ପ୍ରକାର ଯୋଗାଯୋଗ ହୋଇପାରୁନାହିଁ । ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଥିବା ଭାଙ୍କଜେ ଗାଁର ଲାମଜୁରା ସ୍ଥିତ ଡିହାନଣ୍ଡଡା ରହୁଥିବା ଲୋକ ସୂଚନା ଦେଇଛନ୍ତି ।