ଭୋପାଳ: ମଧ୍ୟପ୍ରଦେଶରେ ଚାଞ୍ଚଲ୍ୟ । ଗୋଟିଏ ଘରୁ ୫ ଜଣଙ୍କର ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି । ମଧ୍ୟପ୍ରଦେଶ ଅଲ୍ଲିରାଜପୁର ରାଉଡ଼ି ଗାଁରେ ଘଟିଛି ଅଭାବନୀୟ ଘଟଣା । ଗୋଟିଏ ପରିବାରର ୫ ଜଣଙ୍କର ମୃତଦେହ ଉଦ୍ଧାର ହୋଇଛି । ମୃତକ ବାପାମାଆଙ୍କ ସମେତ ୩ ନାବାଳକ ପିଲା। ମୃତକ ହେଲେ ସ୍ବାମୀ ରାକେଶ ଦୋଦ୍ବା, ସ୍ତ୍ରୀ ଲଳିତା ଦୋଦ୍ବା ଏବଂ ୯ ବର୍ଷୀୟା ଝିଅ ଲକ୍ଷ୍ମୀ, ୭ ବର୍ଷୀୟ ପୁଅ ପ୍ରକାଶ ଓ ୫ ବର୍ଷୀୟ ଅକ୍ଷୟ ।
ଗତକାଲି ସକାଳେ ରାକେଶଙ୍କର ଜଣେ ସମ୍ପର୍କୀୟ ଘରକୁ ଆସିଥିବାବେଳେ ଝୁଲନ୍ତା ମୃତଦେହ ଦେଖିବାକୁ ପାଇଥିଲେ । ପରେ ସେ ଗାଁ ଲୋକେ ପୁଲିସକୁ ଖବର ଦେଇଥିଲେ । ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରିଥିଲା । ମୃତ ରାକେଶର ପରିବାରର ଆର୍ଥିକ ଅବସ୍ଥା କେମିତି ଥିଲା ଓ ଅନ୍ୟାନ୍ୟ ଦିଗ ସମ୍ପର୍କରେ ପୋଲିସ ତଦନ୍ତ କରୁଛି । ଏହା ଆତ୍ମହତ୍ୟା ନା ହତ୍ୟା ସେନେଇ ସ୍ପଷ୍ଟ ହୋଇନଥିବାବେଳେ ସମ୍ପର୍କୀୟ ଓ ପଡ଼ୋଶୀଙ୍କୁ ପୁଲିସ ପଚରାଉଚରା କରୁଛି ।