ଟ୍ରଙ୍କ ଭିତରୁ ମିଳିଲା ତିନି ଭଉଣୀଙ୍କ ମୃତଦେହ

ନୂଆଦିଲ୍ଲୀ: ପଞ୍ଜାବର ଜଳନ୍ଧର ଜିଲ୍ଲାରେ ଘଟିଛି ଏକ ଅଭାବନୀୟ ଘଟଣା। ଟ୍ରଙ୍କ ଭିତରୁ ଠାବ ହୋଇଛି ତିନି ଭଉଣୀଙ୍କ ମୃତଦେହ।  ଗତକାଲିଠୁ ନିଖୋଜ ଥିବା ତିନି ଭଉଣୀଙ୍କ ମୃତଦେହ ସେମାନଙ୍କ ଘରେ ଥିବା ଏକ ଟ୍ରଙ୍କ ଭିତରୁ ଉଦ୍ଧାର ହୋଇଛି। ବାପା-ମାଆ ଘରେ ନ ଥିବାବେଳେ ଝିଅମାନଙ୍କୁ କିଏ ହତ୍ୟା କରି ଟ୍ରଙ୍କରେ ଭର୍ତ୍ତି କରିଛି, ନା ଘଟଣା ପଛରେ ଆଉ କିଛି କାରଣ ଅଛି ବର୍ତ୍ତମାନ ସୁଦ୍ଧା ସ୍ପଷ୍ଟ ଜଣାପଡି ନାହିଁ। ପୁଲି ତଦନ୍ତ ଜାରି […]

ନୂଆଦିଲ୍ଲୀ: ପଞ୍ଜାବର ଜଳନ୍ଧର ଜିଲ୍ଲାରେ ଘଟିଛି ଏକ ଅଭାବନୀୟ ଘଟଣା। ଟ୍ରଙ୍କ ଭିତରୁ ଠାବ ହୋଇଛି ତିନି ଭଉଣୀଙ୍କ ମୃତଦେହ।  ଗତକାଲିଠୁ ନିଖୋଜ ଥିବା ତିନି ଭଉଣୀଙ୍କ ମୃତଦେହ ସେମାନଙ୍କ ଘରେ ଥିବା ଏକ ଟ୍ରଙ୍କ ଭିତରୁ ଉଦ୍ଧାର ହୋଇଛି। ବାପା-ମାଆ ଘରେ ନ ଥିବାବେଳେ ଝିଅମାନଙ୍କୁ କିଏ ହତ୍ୟା କରି ଟ୍ରଙ୍କରେ ଭର୍ତ୍ତି କରିଛି, ନା ଘଟଣା ପଛରେ ଆଉ କିଛି କାରଣ ଅଛି ବର୍ତ୍ତମାନ ସୁଦ୍ଧା ସ୍ପଷ୍ଟ ଜଣାପଡି ନାହିଁ। ପୁଲି ତଦନ୍ତ ଜାରି ରଖିଛି।

ପୁଲିସ ସୂଚନା ଅନୁଯାୟୀ, ମୃତ ନାବାଳିକାଙ୍କ ବାପା-ମାଆ ସ୍ଥାନୀୟ ଅଞ୍ଚଳରେ ପ୍ରାବାସୀ ଶ୍ରମିକ ଭାବେ କାମ କରନ୍ତି। ସେମାନଙ୍କର ୫ଟି ସନ୍ତାନ। ପ୍ରତିଦିନ ପରି ରବିବାର ବି ସେମାନେ କାମକୁ ଯାଇଥିଲେ। କିନ୍ତୁ କାମରୁ ଫେରିବା ପରେ ଦୁଇ ଜଣ ପିଲା ଥିବାବେଳେ ଅନ୍ୟ ତିନି ଜଣ ଝିଅଙ୍କୁ ପାଇନଥିଲେ। ପରେ ସେମାନେ ପୁଲିସକୁ ଖବର ଦେଇଥିଲେ।

About The Author: The Sakala