ଆଜି ହୋଇପାରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ନାମ ଘୋଷଣା

ନୂଆଦିଲ୍ଲୀ: ଦିଲ୍ଲୀ ନିର୍ବାଚନ ଫଳାଫଳ ବାହାରିବାକୁ ୮ ଦିନ ବିତି ଗଲାଣି। ମାତ୍ର ୨୬ ବର୍ଷ ପରେ ୪୮ ସିଟ୍ ଜିତି କ୍ଷମତାକୁ ଫେରିଥିବା ବିଜେପି ଏ ପର୍ଯ୍ୟନ୍ତ କିଏ ମୁଖ୍ୟମନ୍ତ୍ରୀ ହେବ ତାହା ସ୍ଥିର କରିପାରିନାହିଁ। ଏହାକୁ ନେଇ କଳ୍ପନାଜଳ୍ପନା ଲାଗି ରହିଥିବାବେଳେ ସୋମବାର ଦିଲ୍ଲୀର ନୂଆ ମୁଖ୍ୟମନ୍ତ୍ରୀଙ୍କ ନାମ ଘୋଷଣା ହୋଇପାରେ ବୋଲି କୁହାଯାଉଛି। ସୋମବାର ଦ୍ବିପହରେ ବିଜେପି ବିଧାୟକ ଦଳ ବୈଠକ ଡାକିଛି। ଦିଲ୍ଲୀ ବିଜେପି ଅଧ୍ୟକ୍ଷ ବୀରେନ୍ଦ୍ର ସଚଦେବା ଏହି ସୂଚନା […]

ନୂଆଦିଲ୍ଲୀ: ଦିଲ୍ଲୀ ନିର୍ବାଚନ ଫଳାଫଳ ବାହାରିବାକୁ ୮ ଦିନ ବିତି ଗଲାଣି। ମାତ୍ର ୨୬ ବର୍ଷ ପରେ ୪୮ ସିଟ୍ ଜିତି କ୍ଷମତାକୁ ଫେରିଥିବା ବିଜେପି ଏ ପର୍ଯ୍ୟନ୍ତ କିଏ ମୁଖ୍ୟମନ୍ତ୍ରୀ ହେବ ତାହା ସ୍ଥିର କରିପାରିନାହିଁ। ଏହାକୁ ନେଇ କଳ୍ପନାଜଳ୍ପନା ଲାଗି ରହିଥିବାବେଳେ ସୋମବାର ଦିଲ୍ଲୀର ନୂଆ ମୁଖ୍ୟମନ୍ତ୍ରୀଙ୍କ ନାମ ଘୋଷଣା ହୋଇପାରେ ବୋଲି କୁହାଯାଉଛି। ସୋମବାର ଦ୍ବିପହରେ ବିଜେପି ବିଧାୟକ ଦଳ ବୈଠକ ଡାକିଛି। ଦିଲ୍ଲୀ ବିଜେପି ଅଧ୍ୟକ୍ଷ ବୀରେନ୍ଦ୍ର ସଚଦେବା ଏହି ସୂଚନା ଦେଇଛନ୍ତି। ୧୮ ତାରିଖରେ ନୂଆ ମୁଖ୍ୟମନ୍ତ୍ରୀ ଶପଥ ନେବେ ବୋଲି ମଧ୍ୟ କୁହାଯାଉଛି। ଏହା ପୂର୍ବରୁ ବିଜେପି ଅଧ୍ୟକ୍ଷ ଜେପି ନଡ୍ଡା କହିଥିଲେ ଯେ ଜଣେ ନିର୍ବାଚିତ ବିଧାୟକ ହିଁ ମୁଖ୍ୟମନ୍ତ୍ରୀ ହେବେ। ବିଜେପି ୭୧ ପ୍ରତିଶତ ଆସନ ଜିତି ବହୁମତ ହାସଲ କରିଛି। ତେଣୁ ଶପଥ ଗ୍ରହଣ ସମାରୋହ ପାଇଁ ବିରାଟ ଆୟୋଜନ ହୋଇପାରେ। ଏଥିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବ୍ୟତୀତ କ୍ୟାବିନେଟ ସଦସ୍ୟ ଏବଂ ଅନ୍ୟ ବଡ଼ ନେତା ସାମିଲ ହୋଇପାରନ୍ତି। ବିଜେପି ଏବଂ ଏନ୍ଡିଏ ଶାସିତ ରାଜ୍ୟର ମୁଖ୍ୟମନ୍ତ୍ରୀ ଓ ଉପ-ମୁଖ୍ୟମନ୍ତ୍ରୀ ମଧ୍ୟ ସାମିଲ ହୋଇପାରନ୍ତି।

About The Author: The Sakala