ବିଗବସ୍ ଓଟିଟି ୨ର ବିଜେତା ଏଲଭିସ ଯାଦବ ଗିରଫ

ନୂଆଦିଲ୍ଲୀ: ଲୋକପ୍ରିୟ ୟୁଟ୍ୟୁବର ତଥା ବିଗବସ୍ ଓଟିଟି ୨ର ବିଜେତା ଏଲଭିସ ଯାଦବଙ୍କୁ ନୋଇଡା ପୋଲିସ ଗିରଫ କରିଛି । ବନ୍ୟଜନ୍ତୁ ସଂରକ୍ଷଣ ଆଇନ ଉଲଘଂନ ମାମଲାରେ ତାଙ୍କୁ ଗିରଫ କରାଯାଇଛି । ଏହା ପୂର୍ବରୁ ନୋଏଡାରେ ସାପ ବିଷ ଯୋଗାଉଥିବା ଗ୍ୟାଙ୍ଗର ପର୍ଦ୍ଦାଫାଶ ସମୟରେ ଏଲଭିଶ ଯାଦବଙ୍କ ନାଁ ସାମ୍ନାକୁ ଆସିଥିଲା। ଏହା ପରଠାରୁ କୁହାଯାଉଥିଲା ଯେ, ଏଲଭିଶଙ୍କୁ ଗିରଫ କରିପାରେ। ନୋଏଡା ପୋଲିସ ଗତ ବର୍ଷ ସେକ୍ଟର ୫୧ରେ ଏକ ଗେଷ୍ଟ ହାଉସରୁ କିଛି ଲୋକଙ୍କୁ […]

ନୂଆଦିଲ୍ଲୀ: ଲୋକପ୍ରିୟ ୟୁଟ୍ୟୁବର ତଥା ବିଗବସ୍ ଓଟିଟି ୨ର ବିଜେତା ଏଲଭିସ ଯାଦବଙ୍କୁ ନୋଇଡା ପୋଲିସ ଗିରଫ କରିଛି । ବନ୍ୟଜନ୍ତୁ ସଂରକ୍ଷଣ ଆଇନ ଉଲଘଂନ ମାମଲାରେ ତାଙ୍କୁ ଗିରଫ କରାଯାଇଛି । ଏହା ପୂର୍ବରୁ ନୋଏଡାରେ ସାପ ବିଷ ଯୋଗାଉଥିବା ଗ୍ୟାଙ୍ଗର ପର୍ଦ୍ଦାଫାଶ ସମୟରେ ଏଲଭିଶ ଯାଦବଙ୍କ ନାଁ ସାମ୍ନାକୁ ଆସିଥିଲା। ଏହା ପରଠାରୁ କୁହାଯାଉଥିଲା ଯେ, ଏଲଭିଶଙ୍କୁ ଗିରଫ କରିପାରେ। ନୋଏଡା ପୋଲିସ ଗତ ବର୍ଷ ସେକ୍ଟର ୫୧ରେ ଏକ ଗେଷ୍ଟ ହାଉସରୁ କିଛି ଲୋକଙ୍କୁ ଗିରଫ କରିଥିଲେ। ଏମାନଙ୍କ ପାଖରେ ପାଞ୍ଚ ପ୍ରଜାତିର ୯ ସାପ ମିଳିଥିଲେ ଆଉ ବିଷ ମଧ୍ୟ ଜବତ ହୋଇଥିଲା। ଏମାନଙ୍କୁ ପଚରାଉଚରା ଆଧାରରେ ହିଁ ଏଲଭିଶଙ୍କୁ ପଚରାଉଚରା ପାଇଁ ଡକାଯାଇଥିଲା। ଆଉ ରବିବାର ମଧ୍ୟ ପଚରାଉଚରା ପରେ ହିଁ ଗିରଫ କରିଛି।

 

About The Author: The Sakala