୧୦-୧୫ ବର୍ଷ ପୁରୁଣା ଗାଡି ମାଲିକଙ୍କୁ ବଡ଼ ଆଶ୍ୱସ୍ତି, ସୁପ୍ରିମକୋର୍ଟ କହିଲେ…..

ନୂଆଦିଲ୍ଲୀ : ସୁପ୍ରିମକୋର୍ଟ ମଙ୍ଗଳବାର ଦିନ ଦିଲ୍ଲୀ-ଜାତୀୟ ରାଜଧାନୀ କ୍ଷେତ୍ର (NCR)ରେ ୧୦ ବର୍ଷ ପୁରୁଣା ଡିଜେଲ ଏବଂ ୧୫ ବର୍ଷ ପୁରୁଣା ପେଟ୍ରୋଲ ଯାନବାହାନ ମାଲିକଙ୍କୁ ଏକ ବଡ଼ ଆଶ୍ୱସ୍ତି ଦେଇଛନ୍ତି। ସୁପ୍ରିମକୋର୍ଟ କହିଛନ୍ତି ଯେ ବର୍ତ୍ତମାନ ପାଇଁ ଏପରି ଯାନବାହାନ ମାଲିକଙ୍କ ବିରୁଦ୍ଧରେ କୌଣସି କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ନାହିଁ। ସୁପ୍ରିମକୋର୍ଟ ମୁଖ୍ୟ ବିଚାରପତି  ବି.ଆର. ଗଭାଇ, ବିଚାରପତି କେ. ବିନୋଦ ଚନ୍ଦ୍ରନ ଏବଂ ବିଚାରପତି ଏନ.ଭି. ଅଞ୍ଜାରିଆଙ୍କ ଖଣ୍ଡପୀଠ ଏହି ନିର୍ଦ୍ଦେଶ ଦେଇଛନ୍ତି। […]

ନୂଆଦିଲ୍ଲୀ : ସୁପ୍ରିମକୋର୍ଟ ମଙ୍ଗଳବାର ଦିନ ଦିଲ୍ଲୀ-ଜାତୀୟ ରାଜଧାନୀ କ୍ଷେତ୍ର (NCR)ରେ ୧୦ ବର୍ଷ ପୁରୁଣା ଡିଜେଲ ଏବଂ ୧୫ ବର୍ଷ ପୁରୁଣା ପେଟ୍ରୋଲ ଯାନବାହାନ ମାଲିକଙ୍କୁ ଏକ ବଡ଼ ଆଶ୍ୱସ୍ତି ଦେଇଛନ୍ତି। ସୁପ୍ରିମକୋର୍ଟ କହିଛନ୍ତି ଯେ ବର୍ତ୍ତମାନ ପାଇଁ ଏପରି ଯାନବାହାନ ମାଲିକଙ୍କ ବିରୁଦ୍ଧରେ କୌଣସି କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ନାହିଁ।

ସୁପ୍ରିମକୋର୍ଟ ମୁଖ୍ୟ ବିଚାରପତି  ବି.ଆର. ଗଭାଇ, ବିଚାରପତି କେ. ବିନୋଦ ଚନ୍ଦ୍ରନ ଏବଂ ବିଚାରପତି ଏନ.ଭି. ଅଞ୍ଜାରିଆଙ୍କ ଖଣ୍ଡପୀଠ ଏହି ନିର୍ଦ୍ଦେଶ ଦେଇଛନ୍ତି। ଦିଲ୍ଲୀ ସରକାରଙ୍କ ପକ୍ଷରୁ ସଲିସିଟର ଜେନେରାଲ ତୁଷାର ମେହେଟା ସୁପ୍ରିମକୋର୍ଟଙ୍କୁ ଏପରି ଯାନବାହାନ ମାଲିକଙ୍କ ବିରୁଦ୍ଧରେ କୌଣସି ଜବରଦସ୍ତି କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକରିବାକୁ ଅନୁରୋଧ କରିବା ପରେ ଏହି ନିଷ୍ପତ୍ତି ଆସିଛି।

ଦିଲ୍ଲୀ ସରକାରଙ୍କ ପକ୍ଷରୁ କରାଯାଇଥିବା ଆବେଦନକୁନେଇ ସୁପ୍ରିମ କୋର୍ଟ କହିଛନ୍ତି, ନୋଟିସ ଜାରି କରାଯିବା ଉଚିତ। ଚାରି ସପ୍ତାହ ମଧ୍ୟରେ ଉତ୍ତର ମଗାଯାଇଛି। ଏହି ସମୟ ମଧ୍ୟରେ, ଆମେ ନିର୍ଦ୍ଦେଶ ଦେଉଛୁ ଯେ ୧୦ ବର୍ଷ ପୁରୁଣା ଡିଜେଲ ଏବଂ ୧୫ ବର୍ଷ ପୁରୁଣା ପେଟ୍ରୋଲ ଯାନବାହାନ ମାଲିକଙ୍କ ବିରୁଦ୍ଧରେ କୌଣସି କଠୋରତା ଗ୍ରହଣ କରାନଯାଉ। ଦିଲ୍ଲୀ ସରକାର ସୁପ୍ରିମକୋର୍ଟରେ ଏକ ଆବେଦନ ଦାଖଲ କରି କହିଥିଲେ ଯେ ୧୦ ବର୍ଷ ପୁରୁଣା ଡିଜେଲ ଏବଂ ୧୫ ବର୍ଷ ପୁରୁଣା ପେଟ୍ରୋଲ ଯାନ ଉପରେ ସମ୍ପୂର୍ଣ୍ଣ ନିଷେଧ ଲଗାଇବା ଅନ୍ୟାୟ।

About The Author: The Sakala