ୱାଶିଂଟନ: ଯୁଦ୍ଧ ଘନଘଟା ଭିତରେ ଇସ୍ରାଏଲ ଗସ୍ତ କରିପାରନ୍ତି ବାଇଡେନ୍ । ପ୍ରଧାନମନ୍ତ୍ରୀ ନେତନ୍ୟାହୁ ରାଷ୍ଟ୍ରପତି ବାଇଡେନ୍ଙ୍କୁ ନିମନ୍ତ୍ରଣ କରିଛନ୍ତି । ବାଇଡେନଙ୍କ ଗସ୍ତ ସମ୍ଭାବନା ନେଇ ଜାତୀୟ ଗଣମାଧ୍ୟମରେ ସୂଚନା ପ୍ରକାଶ ପାଇଛି। ଇସ୍ରାଏଲ ସାଥିରେ ରହିଛୁ ବୋଲି ଆମେରିକା ସ୍ପଷ୍ଟ କରି ସାରିଛି । ତେବେ ବାଇଡେନଙ୍କ ଗସ୍ତକୁ ନେଇ ସଠିକ ତାରିଖ ଧାର୍ଯ୍ୟ କରାଯାଇ ନାହିଁ ।
ଯୁଦ୍ଧ ପାଇଁ ଆମେରିକା ସେନା ପଠାଇବନି ବୋଲି କହି ସାରିଛନ୍ତି ବାଇଡେନ୍ । ଇସ୍ରାଏଲ ଆକ୍ରମଣରେ ଏଯାବତ ୨୬୭୦ ପାଲେଷ୍ଟେନୀୟଙ୍କ ମୃତ୍ୟୁ ଘଟିଛି। ଯୁଦ୍ଧର ନବମ ଦିନ ସୁଦ୍ଧା ୯,୨୦୦ ପାଲେଷ୍ଟେନୀୟ ଆହତ ହୋଇଥିବା ବେଳେ ହମାସ୍ ଆକ୍ରମଣରେ ୧୪୦୦ ଇସ୍ରାଏଲ ନାଗରିକଙ୍କ ମୃତ୍ୟୁ ଘଟିଥିବା ସୂଚନା ।