‘ଅଗ୍ନିପଥ’ ବିରୋଧରେ ଆଜି ଭାରତ ବନ୍ଦ, ହାଇଆଲର୍ଟରେ ଆରପିଏଫ ଓ ଜିଆରପି

ନୂଆଦିଲ୍ଲୀ : କେନ୍ଦ୍ର ସରକାରଙ୍କ ଅଗ୍ନିପଥ ଯୋଜନାକୁ ନେଇ ସାରା ଦେଶରେ ନିଆଁ ଜଳୁଛି। ଭାରତୀୟ ସେନାର କଡା ଆଭିମୁଖ୍ୟ ସତ୍ତ୍ୱେ ଅଗ୍ନିପଥ ବିବାଦ ଥମିବାର ନାଁ ନେଉ ନାହିଁ । ଅଗ୍ନିପଥ ଯୋଜନାକୁ ବିରୋଧ କରି ଆଜି ବିଭିନ୍ନ ସଂଗଠନ ପକ୍ଷରୁ ଭାରତ ବନ୍ଦ ଡାକରା ଦିଆଯାଇଛି। ଦେଶର ପ୍ରାୟ ଅଧାରୁ ଅଧିକ ରାଜ୍ୟରେ ଅଗ୍ନିପଥ ଯୋଜନା ବିରୋଧୀ ଆନ୍ଦୋଳନ ମୁଣ୍ଡ ଟେକିଥିବାବେଳେ ଆଜି ବିଭିନ୍ନ ସଂଗଂଠନ ପକ୍ଷରୁ ଭାରତ ବନ୍ଦ ଡାକରା ଦିଆଯାଇଛି । […]

ନୂଆଦିଲ୍ଲୀ : କେନ୍ଦ୍ର ସରକାରଙ୍କ ଅଗ୍ନିପଥ ଯୋଜନାକୁ ନେଇ ସାରା ଦେଶରେ ନିଆଁ ଜଳୁଛି। ଭାରତୀୟ ସେନାର କଡା ଆଭିମୁଖ୍ୟ ସତ୍ତ୍ୱେ ଅଗ୍ନିପଥ ବିବାଦ ଥମିବାର ନାଁ ନେଉ ନାହିଁ । ଅଗ୍ନିପଥ ଯୋଜନାକୁ ବିରୋଧ କରି ଆଜି ବିଭିନ୍ନ ସଂଗଠନ ପକ୍ଷରୁ ଭାରତ ବନ୍ଦ ଡାକରା ଦିଆଯାଇଛି। ଦେଶର ପ୍ରାୟ ଅଧାରୁ ଅଧିକ ରାଜ୍ୟରେ ଅଗ୍ନିପଥ ଯୋଜନା ବିରୋଧୀ ଆନ୍ଦୋଳନ ମୁଣ୍ଡ ଟେକିଥିବାବେଳେ ଆଜି ବିଭିନ୍ନ ସଂଗଂଠନ ପକ୍ଷରୁ ଭାରତ ବନ୍ଦ ଡାକରା ଦିଆଯାଇଛି ।

ଅଗ୍ନିପଥ ଯୋଜନା ବିରୋଧୀ ଆନ୍ଦୋଳନକାରୀଙ୍କ ହିଂସା କରୁଛନ୍ତି। ଯାହାକୁ ଦେଖି କେତେକ ରାଜ୍ୟ ସରକାର ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରିଦେଇଛନ୍ତି। ଏଥି ସହିତ ଆନ୍ଦୋଳନ ଯୋଗୁଁ ରେଲୱେର ଅଧିକାଂଶ କ୍ଷତି ହୋଇଛି। ଯାହାକୁ ନଜରରେ ରଖି ହାଇଆଲର୍ଟରେ ରହିଛନ୍ତି ଆରପିଏଫ ଓ ଜିଆରପି। ସେମାପେ ହିଂସା ସୃଷ୍ଟିକାରୀଙ୍କ ଉପରେ ନଜର ରଖିଛନ୍ତି।ହିଂସାକୁ ଆପଣାଉଥିବା ଆନ୍ଦୋଳନକାରୀଙ୍କ ବିରୁଦ୍ଧରେ କଠୋରରୁ କଠୋର ଧାରା ଲଗାଇ କାର୍ୟ୍ୟାନୁଷ୍ଠାନ ନେବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ଭାରତ ବନ୍ଦ ସମୟରେ ପ୍ରତ୍ୟେକ ଗତିବିଧି ଉପରେ ନଜର ରଖିବା ସହ ଡିଜିଟାଲ ସାକ୍ଷୀ (ମୋବାଇଲ, କ୍ୟାମେରା, ସିସିଟିଭି)ସଂଗ୍ରହ ପାଇଁ ନିର୍ଦ୍ଦେଶ ଦିଆଯାଇଛି ।

ଭାରତ ବନ୍ଦ ସମୟରେ ହିଂସାକୁ ଦୃଷ୍ଟିରେ ରଖି ବିଭିନ୍ନ ରାଜ୍ୟ ସରକାର ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରିଛନ୍ତି। ଉତ୍ତର ପ୍ରଦେଶ, ବିହାର, ହରିଆଣା ଓ ଝାଡ଼ଖଣ୍ଡ ସମ୍ବେଦନଶୀଳ ଅଞ୍ଚଳରେ ଅଧିକ ପୁଲିସ ବାହିନୀ ମୁତୟନ କରାଯାଇଛି। ଅପ୍ରୀତିକର ପରିସ୍ଥିତିର ମୁକାବିଲା ଲାଗି ସତର୍କ ରହିବାକୁ କୁହାଯାଇଛି। ଝାଡ଼ଖଣ୍ଡରେ ଆଜି ସମସ୍ତ ସ୍କୁଲ୍‌ କଲେଜକୁ ବନ୍ଦ କରିଦିଆଯାଇଛି।ଭାରତ ବନ୍ଦ ସମୟରେ ଅଧିକ ହିଂସାକାଣ୍ଡ ଘଟିବାର ଆଶଙ୍କା ଥିବାରୁ ସୁରକ୍ଷାକର୍ମୀଙ୍କୁ ସେଫ୍ଟି ଗିୟର ପିନ୍ଧିବାକୁ କୁହାଯାଇଛି। ଯେଉଁ ଷ୍ଟେସନ ଗୁଡିକ ସମ୍ବେଦନଶୀଳ ସେଠାକୁ ବାରମ୍ବାର ଗସ୍ତ କରି ନୀରିକ୍ଷଣ କରିବାକୁ ବରିଷ୍ଠ ଅଧିକାରୀମାନଙ୍କୁ କୁହାଯାଇଛି।

ସୂଚନାଯୋଗ୍ୟ ବିଭିନ୍ନ ରାଜ୍ୟରେ ଏବଂ ବିଶେଷ‌ କରି ବିହାର, ଆନ୍ଧ୍ରପ୍ରଦେଶ ଓ ତେଲେଙ୍ଗାନାରେ ‘ଅଗ୍ନିପଥ’ ଯୋଜନା ବିରୋଧରେ ବ୍ୟାପକ ହିଂସାତ୍ମକ ପ୍ରତିବାଦ ହୋଇଛି। ଏହା ପଛରେ ସଶସ୍ତ୍ର ସେନାରେ ନିଯୁକ୍ତି ପାଇଁ ଯୁବକମାନଙ୍କୁ ପ୍ରସ୍ତୁତ କରାଉଥିବା କୋଚିଂ ସେଣ୍ଟରଗୁଡ଼ିକର ହାତ ରହିଥିବା ପୁଲିସ ସନ୍ଦେହ କରୁଛି।ଆନ୍ଧ୍ର ପୁଲିସ ଆବୁଲା ସୁବ୍ବା ରାଓ ନାମକ ସେନାର ଜଣେ ଅବସରପ୍ରାପ୍ତ ହାବିଲଦାରଙ୍କୁ କେନ୍ଦ୍ରର ଯୋଜନା ବିରୋଧରେ ପିଲାମାନଙ୍କୁ ମତେଇବା ଅଭିଯୋଗରେ ଗିରଫ କରିଛି। ସେ ଅନେକ କୋଚିଂ ସେଣ୍ଟର ଚଳାଉଛନ୍ତି। କିନ୍ତୁ ଅନେକ ଶିକ୍ଷକ ଓ କୋଚିଂ ସେଣ୍ଟର ମାଲିକ ଏହି ଅଭିଯୋଗକୁ ଅସ୍ବୀକାର କରିବା ସହ ସେମାନଙ୍କୁ ଫସାଯାଉଥିବା ଅଭିଯୋଗ କରିଛନ୍ତି। ତେଣେ ଅଗ୍ନିପଥ ଯୋଜନା ଓ ଅଗ୍ନିବୀର ସଂପର୍କରେ ମିଥ୍ୟା ଖବର ପ୍ରସାର କରୁଥିବା କାରଣରୁ ଗୃହ ମନ୍ତ୍ରାଳୟ ୩୫ଟି ହ୍ବାଟ୍‌ସଆପ୍‌ ଗ୍ରୁପ୍‌କୁ ନିଷିଦ୍ଧ କରିଛି।

About The Author: The Sakala