ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କୁ ହତ୍ୟା ଉଦ୍ୟମ ! କାର୍ ନିକଟରେ ହେଲା ଭୟଙ୍କର ବିସ୍ଫୋରଣ

ମସ୍କୋ: ଋଷ ଏବଂ ୟୁକ୍ରେନ ମଧ୍ୟରେ ଘମାଘୋଟ ଯୁଦ୍ଧ ଜାରି ରହିଥିବାବେଳେ ଋଷରୁ ଏକ ନୂଆ ଘଟଣା ସାମ୍ନାକୁ ଆସିଛି । ଋଷ ରାଷ୍ଟ୍ରପତି ଭ୍ଲାଦିମିର୍‌ ପୁଟିନ୍‌ଙ୍କ ଉପରେ ହୋଇଛି ଆତ୍ମଘାତି ହମ୍‌ଲା । କଡା ସୁରକ୍ଷା ଭେଦ କରି ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କୁ ହତ୍ୟା ଉଦ୍ୟମ କରାଯାଇଥିବାବେଳେ ସେ ଅଳ୍ପକରେ ବର୍ତ୍ତି ଯାଇଛନ୍ତି । ଋଷ ଗଣମାଧ୍ୟମରେ ଏହି ରିପୋର୍ଟ ପ୍ରକାଶ ପାଇଛି । ତାଙ୍କ କାର୍‌ ନିକଟରେ ବିସ୍ଫୋରଣ କରାଯାଇଛି। ଦ ମିରର୍‌ର […]

ମସ୍କୋ: ଋଷ ଏବଂ ୟୁକ୍ରେନ ମଧ୍ୟରେ ଘମାଘୋଟ ଯୁଦ୍ଧ ଜାରି ରହିଥିବାବେଳେ ଋଷରୁ ଏକ ନୂଆ ଘଟଣା ସାମ୍ନାକୁ ଆସିଛି । ଋଷ ରାଷ୍ଟ୍ରପତି ଭ୍ଲାଦିମିର୍‌ ପୁଟିନ୍‌ଙ୍କ ଉପରେ ହୋଇଛି ଆତ୍ମଘାତି ହମ୍‌ଲା । କଡା ସୁରକ୍ଷା ଭେଦ କରି ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କୁ ହତ୍ୟା ଉଦ୍ୟମ କରାଯାଇଥିବାବେଳେ ସେ ଅଳ୍ପକରେ ବର୍ତ୍ତି ଯାଇଛନ୍ତି । ଋଷ ଗଣମାଧ୍ୟମରେ ଏହି ରିପୋର୍ଟ ପ୍ରକାଶ ପାଇଛି । ତାଙ୍କ କାର୍‌ ନିକଟରେ ବିସ୍ଫୋରଣ କରାଯାଇଛି।

ଦ ମିରର୍‌ର ରିପୋର୍ଟ ମୁତାବକ, ପୁଟିନ୍‌ଙ୍କ ଲିମୋଜିନି କାର୍‌ ନିକଟରେ ବମ୍ ଫୋପାଡି ବିସ୍ଫୋରଣ କରାଯାଇଥିଲା। ଯେଉଁଥିରେ ସେ ଆତଙ୍କିତ ହୋଇପଡିଥିଲେ। କୁହାଯାଉଛି ଯେ ପୁଟିନଙ୍କ କାରର ବାମ ପାର୍ଶ୍ୱରେ ‘ପ୍ରବଳ ବିସ୍ଫୋରଣ’ ଘଟିଥିଲା ଏବଂ ଏହା ପରେ ‘ଧୂଆଁ’ ମଧ୍ୟ ବାହାରିଥିଲା। ତେବେ ମୃତ୍ୟୁମୁଖରୁ ଅଳ୍ପକେ ବର୍ତ୍ତିଯାଇଥିଲେ ପୁଟିନ୍। ତାଙ୍କୁ ସୁରକ୍ଷିତ ଭାବେ ଅନ୍ୟ ସ୍ଥାନକୁ ସ୍ଥାନାନ୍ତରିତ କରାଯାଇଥିଲା। ଏହି ଘଟଣାରେ ଅନେକ ବ୍ୟକ୍ତିଙ୍କୁ ଗିରଫ କରାଯାଇଥିବା ସୂଚନା ମିଳିଛି । ତେବେ ଏହି ହତ୍ୟା ଉଦ୍ୟମ ପ୍ରୟାସ କେବେ ହୋଇଥିଲା ତାହା ଜଣା ପଡିନାହିଁ ।

About The Author: The Sakala