ରୁଷ ରାଷ୍ଟ୍ରପତି ପୁଟିନଙ୍କ ବିରୋଧରେ ପ୍ରାଇଭେଟ୍ ଆର୍ମି ‘ୱାଗ୍‌ନର୍‌’ର ମୁଖ୍ୟ ପ୍ରିଗୋଝିନଙ୍କ ବିଦ୍ରୋହ, କହିଲେ ରୁଷ ପାଇବ ନୂଆ ରାଷ୍ଟ୍ରପତି

ମସ୍କୋ: ସଙ୍କଟରେ ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସରକାର ! ନିଜ ଦେଶରେ ବିରୋଧ‌ର ସମ୍ମୁଖୀନ ହୋଇଛନ୍ତି ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ। ପୁଟିନଙ୍କ ଅନ୍ୟତମ ପାଖଲୋକ କୁହାଯାଉଥିବା ୟେଭେଗେନି ପ୍ରିଗୋଜିନ୍ ପୁଟିନଙ୍କ ବିରୋଧରେ ବିଦ୍ରୋହ ଘୋଷଣା କରିଛନ୍ତି। ପ୍ରିଗୋଜିନ୍ ହେଉଛନ୍ତି ରୁଷର ଏକ‌ ଘରୋଇ ତଥା ପ୍ରାଇଭେଟ୍ ଆର୍ମି ‘ୱାଗନର୍ ଗ୍ରୁପ୍’ ମୁଖ୍ୟ । ଏହି ପ୍ରାଇଭେଟ୍ ଆର୍ମି ୟୁକ୍ରେନ ସହ ଯୁଦ୍ଧରେ ରୁଷୀୟ ସେନାକୁ ସହଯୋଗ କରୁଥିଲା । ପୁଟିନଙ୍କୁ ବିଦ୍ରୋହ କରିବା ଯୋଗୁଁ ଯେକୌଣସି […]

ମସ୍କୋ: ସଙ୍କଟରେ ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସରକାର ! ନିଜ ଦେଶରେ ବିରୋଧ‌ର ସମ୍ମୁଖୀନ ହୋଇଛନ୍ତି ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ। ପୁଟିନଙ୍କ ଅନ୍ୟତମ ପାଖଲୋକ କୁହାଯାଉଥିବା ୟେଭେଗେନି ପ୍ରିଗୋଜିନ୍ ପୁଟିନଙ୍କ ବିରୋଧରେ ବିଦ୍ରୋହ ଘୋଷଣା କରିଛନ୍ତି। ପ୍ରିଗୋଜିନ୍ ହେଉଛନ୍ତି ରୁଷର ଏକ‌ ଘରୋଇ ତଥା ପ୍ରାଇଭେଟ୍ ଆର୍ମି ‘ୱାଗନର୍ ଗ୍ରୁପ୍’ ମୁଖ୍ୟ । ଏହି ପ୍ରାଇଭେଟ୍ ଆର୍ମି ୟୁକ୍ରେନ ସହ ଯୁଦ୍ଧରେ ରୁଷୀୟ ସେନାକୁ ସହଯୋଗ କରୁଥିଲା । ପୁଟିନଙ୍କୁ ବିଦ୍ରୋହ କରିବା ଯୋଗୁଁ ଯେକୌଣସି ମୁହୁର୍ତରେ ରୁଷରେ ଗୃହଯୁଦ୍ଧ ଆରମ୍ଭ ହେବା ଆଶଙ୍କା ଦେଖାଦେଇଛି ।

ୱାଗନର୍ ଗ୍ରୁପ୍‌ର ମୁଖ୍ୟ କହିଛନ୍ତି ଯେ ରୁଷର ରାଷ୍ଟ୍ରପତି ଯେଉଁ ଭୁଲ କରିଛନ୍ତି, ତାହା ତାଙ୍କୁ କ୍ଷମତାଚ୍ୟୁତ କରିବ। ଏଥିସହ ସେ ପୂର୍ବରୁ ଘୋଷଣା କରିଥିଲେ ଯେ ତାଙ୍କ ଅଧିନରେ ଥିବା ୨୫,୦୦୦ ସୈନିକ ପ୍ରାଣପାତ କରିବାକୁ ସଂକଳ୍ପ ନେଇଛନ୍ତି। ସେମାନେ ପଛକୁ ହଟିବାର ସମ୍ଭାବନା ନାହିଁ।

ସେ ଆହୁରି କହିଛନ୍ତି ଯେ, ଦେଶ ଖୁବ୍ ଶୀଘ୍ର ଏକ ନୂତନ ରାଷ୍ଟ୍ରପତି ପାଇବ। ତେବେ ପ୍ରିଗୋଝିନଙ୍କ ନେତୃତ୍ୱରେ ତାଙ୍କ ସୈନ୍ୟମାନେ ରୁଷର ଦୁଇଟି ସହରକୁ ନିୟନ୍ତ୍ରଣ କରିଥିବା ‘ୱାଗ୍‌ନର୍‌’ ଦାବି କରିବା ସହ ତିନିଟି ସାମରିକ ହେଲିକପ୍ଟରକୁ ତଳକୁ ଖସାଇଥିବା କହିଛି। ତେବେ ବିଦ୍ରୋହୀ ଗୋଷ୍ଠୀଙ୍କ ଏଭଳି କାମ ପରେ ପୁଟିନ ରାଗରେ ‘ୱାଗ୍‌ନର୍‌’ ଗ୍ରୁପକୁ ଧ୍ୱଂସ କରିବାକୁ ପ୍ରସ୍ତୁତ ହେଉଥିବା ଜଣାପଡ଼ିଛି।

ୱାଗନର୍ ଗ୍ରୁପ୍‌ର ବିଦ୍ରୋହ ପରେ ଦେଶକୁ ସମ୍ବୋଧନ କରି ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ କହିଛନ୍ତି ଯେ ୱାଗନର୍ କଠିଣ ସମୟରେ ରୁଷ ପ୍ରତି ବିଶ୍ୱାସଘାତକତା କରି ସେନାକୁ ଚ୍ୟାଲେଞ୍ଜ କରିଛି । ସେନା ବିରୁଦ୍ଧରେ ଅସ୍ତ୍ର ଉଠାଇଥିବା ସମସ୍ତେ ଦେଶଦ୍ରୋହୀ। ସେ ଆହୁରି ମଧ୍ୟ କହିଛନ୍ତି ଯେ ପ୍ରିଗୋଜିନ୍‌ଙ୍କ ଏହି ପଦକ୍ଷେପ ରୁଷର ଲୋକଙ୍କ ପିଠିରେ ଛୁରି ଭୁସିବା ଭଳି ହୋଇଛି । ବ୍ୟକ୍ତିଗତ ସ୍ୱାର୍ଥ ପାଇଁ ପ୍ରିଗୋଜିନ ଏପରି କରିଛନ୍ତି। ସେ କହିଛନ୍ତି ଯେ ରୁଷ ନିଜ ଭବିଷ୍ୟତ ପାଇଁ ପୂର୍ଣ୍ଣ ସାମର୍ଥ୍ୟ ସହ ଲଢ଼ୁଛି। ଆମର ଜବାବ ଆହୁରି କଠୋର ହେବ ବୋଲି ରାଷ୍ଟ୍ରପତି ପୁଟିନ ‘ଓ୍ବାଗନର ଗ୍ରୁପ’କୁ ଚେତାବନୀ ଦେଇଛନ୍ତି । ସାମ୍ପ୍ରତିକ ସ୍ଥିତିକୁ ନେଇ ପୁଟିନ ସେନା କମାଣ୍ଡରଙ୍କ ସହ ଏକ ବୈଠକ ମଧ୍ୟ କରିଛନ୍ତି ଏବଂ ବିଦ୍ରୋହୀମାନଙ୍କୁ ହତ୍ୟା କରିବା ପାଇଁ ନିର୍ଦ୍ଦେଶ ମଧ୍ୟ ଦେଇଥିବା ଜଣାପଡ଼ିଛି ।

About The Author: The Sakala