ବିଜେପିର ବିଜୟ ଉତ୍ସବ: ଆମର ବିଜୟରେ ମା’ ଓ ଭଉଣୀ ମାନଙ୍କର ବିଶେଷ ଅବଦାନ ରହିଛି- ପ୍ରଧାନମନ୍ତ୍ରୀ

The Sakala Picture
Published On

ନୂଆଦିଲ୍ଲୀ: ଉତ୍ତରପ୍ରଦେଶ ସମେତ ୪ଟି ରାଜ୍ୟରେ ବିଜେପିର ବଡ ବିଜୟ ପରେ, ସମସ୍ତ ମତଦାତାଙ୍କୁ ଧନ୍ୟବାଦ ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଗୁରୁବାର ଦିଲ୍ଲୀ ସ୍ଥିତ ବିଜେପି କର୍ଯ୍ଯାଳୟରୁ ସମ୍ବୋଧନ କରି ମୋଦୀ କହିଛନ୍ତି, ଆଜି ଉତ୍ସବର ଦିନ । ଏହି ଉତ୍ସବ ଭାରତର ଗଣତନ୍ତ୍ର ପାଇଁ । ଏଥିସହିତ ପ୍ରଧାନମନ୍ତ୍ରୀ ସମସ୍ତ ଭୋଟର ଭାଇ ଭଉଣୀମାନଙ୍କୁ ମତଦାନ କରିଥିବାରୁ ଧନ୍ୟବାଦ ଜଣାଇଛନ୍ତି । ଏହି କାର୍ଯ୍ଯକ୍ରମରେ  ଗୃହମନ୍ତ୍ରୀ ଅମିତ ଶାହା, ରକ୍ଷା ମନ୍ତ୍ରୀ ରାଜନାଥ […]

ନୂଆଦିଲ୍ଲୀ: ଉତ୍ତରପ୍ରଦେଶ ସମେତ ୪ଟି ରାଜ୍ୟରେ ବିଜେପିର ବଡ ବିଜୟ ପରେ, ସମସ୍ତ ମତଦାତାଙ୍କୁ ଧନ୍ୟବାଦ ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଗୁରୁବାର ଦିଲ୍ଲୀ ସ୍ଥିତ ବିଜେପି କର୍ଯ୍ଯାଳୟରୁ ସମ୍ବୋଧନ କରି ମୋଦୀ କହିଛନ୍ତି, ଆଜି ଉତ୍ସବର ଦିନ । ଏହି ଉତ୍ସବ ଭାରତର ଗଣତନ୍ତ୍ର ପାଇଁ । ଏଥିସହିତ ପ୍ରଧାନମନ୍ତ୍ରୀ ସମସ୍ତ ଭୋଟର ଭାଇ ଭଉଣୀମାନଙ୍କୁ ମତଦାନ କରିଥିବାରୁ ଧନ୍ୟବାଦ ଜଣାଇଛନ୍ତି । ଏହି କାର୍ଯ୍ଯକ୍ରମରେ  ଗୃହମନ୍ତ୍ରୀ ଅମିତ ଶାହା, ରକ୍ଷା ମନ୍ତ୍ରୀ ରାଜନାଥ ସିଂହ , ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ. ପି ନଡ୍ଡା ମଧ୍ୟ ଉପସ୍ଥିତ ଥିଲେ।

ଆହୁରି ପଢ଼ନ୍ତୁ: ଅକ୍ଟୋବର ୧୬ରୁ ପେଟ୍ରୋଲ ପମ୍ପରେ ୨୦୦୦ ଟଙ୍କାରୁ ଅଧିକ ୟୁପିଆଇ (UPI) ପେମେଣ୍ଟ ଗ୍ରହଣ କରାଯିବ ନାହିଁ

୧୦ ମାର୍ଚ୍ଚକୁ ହୋଲି ଭାବେ ପାଳନ କରିବାକୁ ବିଜେପି କାର୍ଯ୍ଯକର୍ତ୍ତାମାନେ ପ୍ରତିଶ୍ରୁତି ଦେଇଥିଲେ । ଏହି ପ୍ରତିଶ୍ରୁତି ଏବେ ପୂରଣ ହୋଇଛି ବୋଲି ମୋଦୀ କହିଛନ୍ତି । ୫ ବର୍ଷ କାର୍ଯ୍ଯକାଳ ପୂରଣ କରିଥିବା ଜଣେ ମୁଖ୍ୟମନ୍ତ୍ରୀଙ୍କୁ ପୁଣିଥରେ ବାଛିବା ଉତ୍ତରପ୍ରଦେଶରେ ପ୍ରଥମ । ଉତ୍ତରପ୍ରଦେଶରେ ଏହି ବିଜୟ ସମସ୍ତ ବିଜେପି କାର୍ଯ୍ଯକର୍ତ୍ତାଙ୍କ ଯୋଗୁ ସମ୍ଭବ ହୋଇଛି । ଦେଶର ଚାରିଦିଗରୁ ବିଜେପି ପ୍ରତି ଲୋକଙ୍କ ସମର୍ଥନ ମିଳିପାରିଛି । ମଣିପୁରଠୁ ଆରମ୍ଭ କରି ଗୋଆ, ଉତ୍ତରାଖଣ୍ଡରୁ ଆରମ୍ଭ କରି ଉତ୍ତରପ୍ରଦେଶରେ ବିଜେପିକୁ ମତଦାନଙ୍କ ସମର୍ଥନ ମିଳିଛି ବୋଲି ମୋଦୀ କହିଛନ୍ତି । ୨୦୨୨ ନିର୍ବାଚନ ଫଳାଫଳ ୨୦୨୪ ପାଇଁ ସଙ୍କତ ଦେଉଥିବା କଥା ମଧ୍ୟ କହିଛନ୍ତି।

ଆହୁରି ପଢ଼ନ୍ତୁ: ସରିଲା ସର୍ବଦଳୀୟ ବୈଠକ: MMDR ଉପରେ ଆଲୋଚନା କରାଯିବା ନେଇ ଦାବି କରିଛୁ କହିଲେ ବିରୋଧୀଦଳ ମୁଖ୍ୟ ସଚେତକ

ୟୁପିରେ ପୂର୍ବରୁ ଜାତିବାଦକୁ ନେଇ ରାଜନୀତି କରାଯାଉଥିଲା। ହେଲେ ଲୋକେ ଏହାର ଜବାବ ଦେଇଛନ୍ତି। ଜାତିବାଦ ନାଁରେ ଭୋଟ ପାଉଥିବା ବିରୋଧିଙ୍କୁ ଉଚିତ ଜବାବ ମିଳିଛି ବୋଲି ମାଦୀ କହିଛନ୍ତି।

ଆହୁରି ପଢ଼ନ୍ତୁ: ବିହାର ଜାମୁଇ ଭାଇରାଲ ଭିଡିଓ ମାମଲା: ପୋଲିସ ଏନକାଉଣ୍ଟରରେ ମୁଖ୍ୟ ଅଭିଯୁକ୍ତ ଗିରଫ, ଭିଡିଓ ସେୟାର କରି ୩ ଧରାପଡିଲେ

ଅନ୍ଯପକ୍ଷରେ,  ପଞ୍ଜାବରେ ବିଜେପି ପରାଜୟ ବରଣ କରିଛି। ହେଲେ ମୋଦୀ ତାଙ୍କ ସମ୍ବୋଧନରେ କହିଛନ୍ତି ଯେ,  ବିପରିତ ପରିସ୍ଥିତ ମଧ୍ଯରେ ପଞ୍ଜାବରେ ବିଜେପି କର୍ମକର୍ତ୍ତା ସେଠାରେ ଳଢିଛନ୍ତି। ସମସ୍ତ କର୍ମକର୍ତ୍ତାଙ୍କୁ ଧନ୍ଯବାଦ ଜଣାଇଛନ୍ତି। ପଞ୍ଜାବ ପାଇଁ ସବୁବେଳେ ତାଙ୍କ ଦଳ କାମ କରିବ ବୋଲି କହିଛନ୍ତି।

ସବୁ ଗରିବଙ୍କ ପାଖରେ ଲାଭ ନ ପହଞ୍ଚିବା ଯାଏ ମୁଁ ଶାନ୍ତିରେ ବସିବି ନାହିଁ। ଯୁଦ୍ଧ ଯୋଗୁଁ ଅନ୍ତର୍ଜାତୀୟ ବଜାରରେ ଅତ୍ୟାବଶ୍ୟକ ସାମଗ୍ରୀର ଦର ବଢ଼ିଛି। ହେଲେ ଭାରତକୁ ଆତ୍ମନିର୍ଭର କରିବାକୁ ପ୍ରୟାସ ଜାରି ରହିଛି ବୋଲି ମୋଦୀ କହିଛନ୍ତି।

 

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର