ଆଜିଠୁ କେନ୍ଦ୍ର ସରକାରଙ୍କ ପକ୍ଷରୁ ବିକ୍ରି ହେଉଛି ଶସ୍ତା ମୂଲ୍ଯରେ ସୁନା: ଜାଣନ୍ତୁ କିପରି କିଣିବେ ….

The Sakala Picture
Published On

ନୂଆଦିଲ୍ଲୀ: ଯଦି ଆପଣ ନୂଆ ବର୍ଷ ଆରମ୍ଭରେ ସୁନା କିମ୍ବା ରୂପା କିଣିବାକୁ ଯୋଜନା କରୁଛନ୍ତି, ତେବେ ଆଜିଠାରୁ ଆପଣଙ୍କୁ ଏକ ବଡ଼ ସୁଯୋଗ ମିଳିବ। ମୋଦୀ ସରକାର ଆଜିଠାରୁ ଶସ୍ତା ସୁନା ବିକ୍ରି କରିବାକୁ ଯାଉଛନ୍ତି। ଏହି ସୁନାକୁ ଆପଣ ଫିଜିକାଲ ରୁପରେ କିଣି ପାଇବେ ନାହିଁ । ସ୍ବର୍ଣ୍ଣ  ଗୋଲ୍ଡ ବଣ୍ଡ ସ୍କିମରେ ଏହାକୁ କିଣିପାରିବେ।  ୨୦୨୧-୨୨ ବର୍ଷ ପାଇଁ ଜାନୁଆରୀ ୧୦ ଅର୍ଥାତ ଆଜିଠାରୁ  ୧୪ ତାରିଖ ପର୍ଯ୍ୟନ୍ତ ସୁନାରେ ବିନିଯୋଗ କରିବାର […]

ନୂଆଦିଲ୍ଲୀ: ଯଦି ଆପଣ ନୂଆ ବର୍ଷ ଆରମ୍ଭରେ ସୁନା କିମ୍ବା ରୂପା କିଣିବାକୁ ଯୋଜନା କରୁଛନ୍ତି, ତେବେ ଆଜିଠାରୁ ଆପଣଙ୍କୁ ଏକ ବଡ଼ ସୁଯୋଗ ମିଳିବ। ମୋଦୀ ସରକାର ଆଜିଠାରୁ ଶସ୍ତା ସୁନା ବିକ୍ରି କରିବାକୁ ଯାଉଛନ୍ତି। ଏହି ସୁନାକୁ ଆପଣ ଫିଜିକାଲ ରୁପରେ କିଣି ପାଇବେ ନାହିଁ । ସ୍ବର୍ଣ୍ଣ  ଗୋଲ୍ଡ ବଣ୍ଡ ସ୍କିମରେ ଏହାକୁ କିଣିପାରିବେ।  ୨୦୨୧-୨୨ ବର୍ଷ ପାଇଁ ଜାନୁଆରୀ ୧୦ ଅର୍ଥାତ ଆଜିଠାରୁ  ୧୪ ତାରିଖ ପର୍ଯ୍ୟନ୍ତ ସୁନାରେ ବିନିଯୋଗ କରିବାର ଏକ ସୁଯୋଗ ପାଇବେ।

ଆହୁରି ପଢ଼ନ୍ତୁ: ଭୁବନେଶ୍ୱରରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ, CISFର ୫୭ତମ ପ୍ରତିଷ୍ଠା ଉତ୍ସବରେ ଯୋଗଦେବେ

କିଣିବା ପୂର୍ବରୁ ଜାଣିବା ଜରୁରୀ ସୂଚନା: 

ଆହୁରି ପଢ଼ନ୍ତୁ: ଗୋରଖପୁରରେ ନୃଶଂସ କାଣ୍ଡ: କୁରାଢ଼ିରେ ସ୍ତ୍ରୀକୁ ହାଣି ହତ୍ୟା କଲା ସ୍ୱାମୀ, ପୁଅକୁ ମାରିବାକୁ ଗୋଡ଼ାଇ ନିଜେ ପୋଲିସକୁ କଲା ଫୋନ୍

-ସ୍ବର୍ଣ୍ଣ ଗୋଲ୍ଡ ବଣ୍ଡ ସ୍କିମ୍ ଏହା ହେଉଛି ଭାରତ ସରକାରଙ୍କ ନବମ ସଂସ୍କରଣ ।

ଆହୁରି ପଢ଼ନ୍ତୁ: ଭାରତର ଏହି ରାଜ୍ୟରେ ୧୬ ବର୍ଷରୁ କମ୍ ପିଲାଙ୍କ ପାଇଁ ସୋସିଆଲ ମିଡିଆ ବ୍ୟାନ୍...

-ଏହି ସ୍କିମରେ ଆପଣ ପାଞ୍ଚ ଦିନ ଅର୍ଥାତ୍ ଜାନୁୟାରୀ ୧୪ ପର୍ଯ୍ୟନ୍ତ ସୁନା କିଣି ପାରିବେ।

-ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ (ଆରବିଆଇ) ପକ୍ଷରୁ ଏହି ଯୋଜନାରେ ପ୍ରତି ଗ୍ରାମ ପିଛା ୪,୭୮୬ ଟଙ୍କା ରଖାଯାଇଛି।

-ଅନଲାଇନରେ ଆବେଦନ କରୁଥିବା ନିବେଶକଙ୍କୁ ମୂଲ୍ୟଠାରୁ ଗ୍ରାମ ପିଛା ୫୦ ଟଙ୍କା ରିହାତିରେ ଦେବାକୁ କେନ୍ଦ୍ର ସରକାର ନିଷ୍ପତ୍ତି ନେଇଛନ୍ତି।

-ଏହାକୁ ଡିଜିଟାଲ୍ ମୋଡ୍ ମାଧ୍ୟମରେ କରାଯାଇଥାଏ ।

– କ୍ରୟ ପାଇଁ ଏକ ସେବି ପ୍ରାଧିକୃତ ବୋକର ଇସ୍ୟୁ ମୂଲ୍ୟ ଦେବାକୁ ପଡିବ ।

– ଏହି ବଣ୍ଡକୁ ବିକ୍ରି କରିବା ପରେ ଟଙ୍କା ନିବେଶକଙ୍କ ଆକାଉଣ୍ଟରେ ଜମା ହୋଇଥାଏ।

-ସ୍ବର୍ଣ୍ଣ ଗୋଲ୍ଡ ବଣ୍ଡ ସ୍କିମ୍ ବଣ୍ଡଗୁଡିକ ଇସ୍ୟୁ ମୂଲ୍ୟ ଉପରେ ବାର୍ଷିକ ୨.୫୦% ସ୍ଥିର ସୁଧ ହାର ପ୍ରଦାନ କରାଯାଇଥାଏ।

-ଏହି ରାଶି ପ୍ରତି ଛଅ ମାସରେ ଆପଣଙ୍କ ଆକାଉଣ୍ଟକୁ କ୍ରେଡିଟ୍ ହୋଇଥାଏ ।

-ଏହି ଯୋଜନାରେ ସ୍ଲାବ ଅନୁଯାୟୀ ଟ୍ୟାକ୍ସ ଦେବାକୁ ପଡିବ ।

-ବିନିଯୋଗ କରିବାକୁ ଆପଣଙ୍କ ପାଖରେ ଏକ ପାନ୍ କାର୍ଡ ଥିବା ଆବଶ୍ୟକ ।

-ଗୋଲ୍ଡ ବଣ୍ଡ ପାଇଁ ସୁନାର ମୂଲ୍ଯ ଭାରତୀୟ ଆଭୁଷଣ ଆସୋସିଏସନ୍ ସଙ୍ଘ ଲିମିଟେଡ୍ ଦ୍ୱାରା ପ୍ରକାଶିତ ୯୯୯ ଶୁଦ୍ଧ ସୁନାର ହାରାହାରି ମୂଲ୍ୟ ସହିତ ସମାନ ହେବ ।

-ଏହି ବଣ୍ଡଗୁଡିକ ସମସ୍ତ ବ୍ୟାଙ୍କ, ସ୍ୱୀକୃତିପ୍ରାପ୍ତ ଷ୍ଟକ୍ ଏକ୍ସଚେଞ୍ଜ, ଷ୍ଟକ୍ ହୋଲ୍ଡିଂ କର୍ପୋରେସନ୍ ଅଫ୍ ଇଣ୍ଡିଆ ଲିମିଟେଡ୍, ନ୍ୟାସନାଲ ଷ୍ଟକ୍ ଏକ୍ସଚେଞ୍ଜ ଅଫ୍ ଇଣ୍ଡିଆ ଲିମିଟେଡ୍ ଏବଂ ବମ୍ବେ ଷ୍ଟକ୍ ଏକ୍ସଚେଞ୍ଜ ଲିମିଟେଡ୍ ମାଧ୍ୟମରେ ବିକ୍ରି ହେବ।

ବଣ୍ଡର ଅବଧି ଆଠ ବର୍ଷ
ଏହି ବଣ୍ଡର ଅବଧି ଆଠ ବର୍ଷ ରହିଛି। ନିବେଶକ ଚାହିଁଲେ ପଞ୍ଚମ ବର୍ଷ ପରେ ଏହି ବଣ୍ଡରୁ ପ୍ରସ୍ଥାନ କରିପାରିବେ।

ଏହି ଯୋଜନା ୨୦୧୫ ମସିହାରେ ଆରମ୍ଭ ହୋଇଥିଲା: ୨୦୧୫ ମସିହାରେ ଆରମ୍ଭ ହୋଇଥିବା SGB ଯୋଜନାରୁ ମାର୍ଚ୍ଚ ୨୦୨୧ ପର୍ଯ୍ୟନ୍ତ ସମୁଦାୟ ୨୫ ହଜାର ୭୦୨ କୋଟି ଟଙ୍କା ସଂଗ୍ରହ କରାଯାଇଛି। ୨୦୨୦-୨୧ ମଧ୍ୟରେ ରିଜର୍ଭ ବ୍ୟାଙ୍କ ସମୁଦାୟ ୧୬,୦୪୯ କୋଟି ଟଙ୍କା (୩୨.୩୫ ଟନ୍) ପାଇଁ  ୧୨ ଟି ସିରିଜ୍ SGB ଜାରି କରିଥିଲା ​​। ସୁନା ପାଇଁ ଫିଜିକାଲ ଚାହିଦା ହ୍ରାସ କରିବା ଏବଂ ଏହାର କ୍ରୟରେ ବ୍ୟବହୃତ ଘରୋଇ ସଞ୍ଚୟକୁ ଆର୍ଥିକ ସଞ୍ଚୟକୁ ସ୍ଥାନାନ୍ତର କରିବା ପାଇଁ ଏହି ଯୋଜନା ପ୍ରଣୟନ କରାଯାଇଥିଲା ।

ଗ୍ରାହକଙ୍କ ଅଭିଯୋଗ ପ୍ରକ୍ରିୟାକରଣରେ ଅଧିକ ଉନ୍ନତି ଆଣିବା ପାଇଁ ଆନୁମୋଦନ ପାଇଥିବା କାର୍ଯ୍ୟାଳୟର ନୋଡାଲ୍ ଅଧିକାରୀ (RO) ଯୋଗାଯୋଗର ପ୍ରଥମ ବିନ୍ଦୁ ହେବ। କେନ୍ଦ୍ରୀୟ ବ୍ୟାଙ୍କ କହିଛି ଯେ ଆନୁମୋଦନ କାର୍ଯ୍ୟାଳୟର ଅର୍ଥ ହେଉଛି ବ୍ୟାଙ୍କ, ଷ୍ଟକ୍ ହୋଲ୍ଡିଂ କର୍ପୋରେସନ୍ ଅଫ୍ ଇଣ୍ଡିଆ ଲିମିଟେଡ୍ (SCHIL), ନର୍ଦ୍ଧାରିତ ହୋଇଥିବା ଡାକଘର ଏବଂ ସ୍ୱୀକୃତିପ୍ରାପ୍ତ ଷ୍ଟକ୍ ଏକ୍ସଚେଞ୍ଜ (NSE ଏବଂ BSE)। ଯଦି ସମସ୍ୟାର ସମାଧାନ ନହୁଏ, ତେବେ ଗ୍ରାହକଙ୍କ ଅଭିଯୋଗ RO ରେ ସମାଧାନ ହେବ ।

ଅନ୍ୟପକ୍ଷରେ, ଅଭିଯୋଗ ଦାଖଲ ହେବାର ଏକ ମାସ ମଧ୍ୟରେ ଯଦି ଆପଣଙ୍କର ସମସ୍ଯାର ସମାଧା ହୋଇନାହିଁ। RO ର ଉତ୍ତରରେ ନିବେଶକ ସନ୍ତୁଷ୍ଟ ନ ହୁଅନ୍ତି, ତେବେ ସେ sgb@rbi.org.in ରେ ରିଜର୍ଭ ବ୍ୟାଙ୍କରେ ଅଭିଯୋଗ କରିପାରିବେ।

10 Jan 2022 By The Sakala

ଆଜିଠୁ କେନ୍ଦ୍ର ସରକାରଙ୍କ ପକ୍ଷରୁ ବିକ୍ରି ହେଉଛି ଶସ୍ତା ମୂଲ୍ଯରେ ସୁନା: ଜାଣନ୍ତୁ କିପରି କିଣିବେ ….

ନୂଆଦିଲ୍ଲୀ: ଯଦି ଆପଣ ନୂଆ ବର୍ଷ ଆରମ୍ଭରେ ସୁନା କିମ୍ବା ରୂପା କିଣିବାକୁ ଯୋଜନା କରୁଛନ୍ତି, ତେବେ ଆଜିଠାରୁ ଆପଣଙ୍କୁ ଏକ ବଡ଼ ସୁଯୋଗ ମିଳିବ। ମୋଦୀ ସରକାର ଆଜିଠାରୁ ଶସ୍ତା ସୁନା ବିକ୍ରି କରିବାକୁ ଯାଉଛନ୍ତି। ଏହି ସୁନାକୁ ଆପଣ ଫିଜିକାଲ ରୁପରେ କିଣି ପାଇବେ ନାହିଁ । ସ୍ବର୍ଣ୍ଣ  ଗୋଲ୍ଡ ବଣ୍ଡ ସ୍କିମରେ ଏହାକୁ କିଣିପାରିବେ।  ୨୦୨୧-୨୨ ବର୍ଷ ପାଇଁ ଜାନୁଆରୀ ୧୦ ଅର୍ଥାତ ଆଜିଠାରୁ  ୧୪ ତାରିଖ ପର୍ଯ୍ୟନ୍ତ ସୁନାରେ ବିନିଯୋଗ କରିବାର ଏକ ସୁଯୋଗ ପାଇବେ।

କିଣିବା ପୂର୍ବରୁ ଜାଣିବା ଜରୁରୀ ସୂଚନା: 

-ସ୍ବର୍ଣ୍ଣ ଗୋଲ୍ଡ ବଣ୍ଡ ସ୍କିମ୍ ଏହା ହେଉଛି ଭାରତ ସରକାରଙ୍କ ନବମ ସଂସ୍କରଣ ।

-ଏହି ସ୍କିମରେ ଆପଣ ପାଞ୍ଚ ଦିନ ଅର୍ଥାତ୍ ଜାନୁୟାରୀ ୧୪ ପର୍ଯ୍ୟନ୍ତ ସୁନା କିଣି ପାରିବେ।

-ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ (ଆରବିଆଇ) ପକ୍ଷରୁ ଏହି ଯୋଜନାରେ ପ୍ରତି ଗ୍ରାମ ପିଛା ୪,୭୮୬ ଟଙ୍କା ରଖାଯାଇଛି।

-ଅନଲାଇନରେ ଆବେଦନ କରୁଥିବା ନିବେଶକଙ୍କୁ ମୂଲ୍ୟଠାରୁ ଗ୍ରାମ ପିଛା ୫୦ ଟଙ୍କା ରିହାତିରେ ଦେବାକୁ କେନ୍ଦ୍ର ସରକାର ନିଷ୍ପତ୍ତି ନେଇଛନ୍ତି।

-ଏହାକୁ ଡିଜିଟାଲ୍ ମୋଡ୍ ମାଧ୍ୟମରେ କରାଯାଇଥାଏ ।

– କ୍ରୟ ପାଇଁ ଏକ ସେବି ପ୍ରାଧିକୃତ ବୋକର ଇସ୍ୟୁ ମୂଲ୍ୟ ଦେବାକୁ ପଡିବ ।

– ଏହି ବଣ୍ଡକୁ ବିକ୍ରି କରିବା ପରେ ଟଙ୍କା ନିବେଶକଙ୍କ ଆକାଉଣ୍ଟରେ ଜମା ହୋଇଥାଏ।

-ସ୍ବର୍ଣ୍ଣ ଗୋଲ୍ଡ ବଣ୍ଡ ସ୍କିମ୍ ବଣ୍ଡଗୁଡିକ ଇସ୍ୟୁ ମୂଲ୍ୟ ଉପରେ ବାର୍ଷିକ ୨.୫୦% ସ୍ଥିର ସୁଧ ହାର ପ୍ରଦାନ କରାଯାଇଥାଏ।

-ଏହି ରାଶି ପ୍ରତି ଛଅ ମାସରେ ଆପଣଙ୍କ ଆକାଉଣ୍ଟକୁ କ୍ରେଡିଟ୍ ହୋଇଥାଏ ।

-ଏହି ଯୋଜନାରେ ସ୍ଲାବ ଅନୁଯାୟୀ ଟ୍ୟାକ୍ସ ଦେବାକୁ ପଡିବ ।

-ବିନିଯୋଗ କରିବାକୁ ଆପଣଙ୍କ ପାଖରେ ଏକ ପାନ୍ କାର୍ଡ ଥିବା ଆବଶ୍ୟକ ।

-ଗୋଲ୍ଡ ବଣ୍ଡ ପାଇଁ ସୁନାର ମୂଲ୍ଯ ଭାରତୀୟ ଆଭୁଷଣ ଆସୋସିଏସନ୍ ସଙ୍ଘ ଲିମିଟେଡ୍ ଦ୍ୱାରା ପ୍ରକାଶିତ ୯୯୯ ଶୁଦ୍ଧ ସୁନାର ହାରାହାରି ମୂଲ୍ୟ ସହିତ ସମାନ ହେବ ।

-ଏହି ବଣ୍ଡଗୁଡିକ ସମସ୍ତ ବ୍ୟାଙ୍କ, ସ୍ୱୀକୃତିପ୍ରାପ୍ତ ଷ୍ଟକ୍ ଏକ୍ସଚେଞ୍ଜ, ଷ୍ଟକ୍ ହୋଲ୍ଡିଂ କର୍ପୋରେସନ୍ ଅଫ୍ ଇଣ୍ଡିଆ ଲିମିଟେଡ୍, ନ୍ୟାସନାଲ ଷ୍ଟକ୍ ଏକ୍ସଚେଞ୍ଜ ଅଫ୍ ଇଣ୍ଡିଆ ଲିମିଟେଡ୍ ଏବଂ ବମ୍ବେ ଷ୍ଟକ୍ ଏକ୍ସଚେଞ୍ଜ ଲିମିଟେଡ୍ ମାଧ୍ୟମରେ ବିକ୍ରି ହେବ।

ବଣ୍ଡର ଅବଧି ଆଠ ବର୍ଷ
ଏହି ବଣ୍ଡର ଅବଧି ଆଠ ବର୍ଷ ରହିଛି। ନିବେଶକ ଚାହିଁଲେ ପଞ୍ଚମ ବର୍ଷ ପରେ ଏହି ବଣ୍ଡରୁ ପ୍ରସ୍ଥାନ କରିପାରିବେ।

ଏହି ଯୋଜନା ୨୦୧୫ ମସିହାରେ ଆରମ୍ଭ ହୋଇଥିଲା: ୨୦୧୫ ମସିହାରେ ଆରମ୍ଭ ହୋଇଥିବା SGB ଯୋଜନାରୁ ମାର୍ଚ୍ଚ ୨୦୨୧ ପର୍ଯ୍ୟନ୍ତ ସମୁଦାୟ ୨୫ ହଜାର ୭୦୨ କୋଟି ଟଙ୍କା ସଂଗ୍ରହ କରାଯାଇଛି। ୨୦୨୦-୨୧ ମଧ୍ୟରେ ରିଜର୍ଭ ବ୍ୟାଙ୍କ ସମୁଦାୟ ୧୬,୦୪୯ କୋଟି ଟଙ୍କା (୩୨.୩୫ ଟନ୍) ପାଇଁ  ୧୨ ଟି ସିରିଜ୍ SGB ଜାରି କରିଥିଲା ​​। ସୁନା ପାଇଁ ଫିଜିକାଲ ଚାହିଦା ହ୍ରାସ କରିବା ଏବଂ ଏହାର କ୍ରୟରେ ବ୍ୟବହୃତ ଘରୋଇ ସଞ୍ଚୟକୁ ଆର୍ଥିକ ସଞ୍ଚୟକୁ ସ୍ଥାନାନ୍ତର କରିବା ପାଇଁ ଏହି ଯୋଜନା ପ୍ରଣୟନ କରାଯାଇଥିଲା ।

ଗ୍ରାହକଙ୍କ ଅଭିଯୋଗ ପ୍ରକ୍ରିୟାକରଣରେ ଅଧିକ ଉନ୍ନତି ଆଣିବା ପାଇଁ ଆନୁମୋଦନ ପାଇଥିବା କାର୍ଯ୍ୟାଳୟର ନୋଡାଲ୍ ଅଧିକାରୀ (RO) ଯୋଗାଯୋଗର ପ୍ରଥମ ବିନ୍ଦୁ ହେବ। କେନ୍ଦ୍ରୀୟ ବ୍ୟାଙ୍କ କହିଛି ଯେ ଆନୁମୋଦନ କାର୍ଯ୍ୟାଳୟର ଅର୍ଥ ହେଉଛି ବ୍ୟାଙ୍କ, ଷ୍ଟକ୍ ହୋଲ୍ଡିଂ କର୍ପୋରେସନ୍ ଅଫ୍ ଇଣ୍ଡିଆ ଲିମିଟେଡ୍ (SCHIL), ନର୍ଦ୍ଧାରିତ ହୋଇଥିବା ଡାକଘର ଏବଂ ସ୍ୱୀକୃତିପ୍ରାପ୍ତ ଷ୍ଟକ୍ ଏକ୍ସଚେଞ୍ଜ (NSE ଏବଂ BSE)। ଯଦି ସମସ୍ୟାର ସମାଧାନ ନହୁଏ, ତେବେ ଗ୍ରାହକଙ୍କ ଅଭିଯୋଗ RO ରେ ସମାଧାନ ହେବ ।

ଅନ୍ୟପକ୍ଷରେ, ଅଭିଯୋଗ ଦାଖଲ ହେବାର ଏକ ମାସ ମଧ୍ୟରେ ଯଦି ଆପଣଙ୍କର ସମସ୍ଯାର ସମାଧା ହୋଇନାହିଁ। RO ର ଉତ୍ତରରେ ନିବେଶକ ସନ୍ତୁଷ୍ଟ ନ ହୁଅନ୍ତି, ତେବେ ସେ sgb@rbi.org.in ରେ ରିଜର୍ଭ ବ୍ୟାଙ୍କରେ ଅଭିଯୋଗ କରିପାରିବେ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର