ପାକିସ୍ତାନ ସରକାରଙ୍କ ଉପରେ ସେନା ଭାରି: ପ୍ରଧାନମନ୍ତ୍ରୀ – ସେନାମୁଖ୍ଯ ମୁହାଁମୁହିଁ

The Sakala Picture
Published On

ଇସଲାମାବାଦ: ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍ ଏବଂ ସେନାମୁଖ୍ୟ ଜେନେରାଲ କମର ଜାଭେଦ ବାଜୱାଙ୍କ ମଧ୍ୟରେ ବିବାଦ ଜାରି ରହିଛି। ଏହି ବିବାଦ ପଛରେ ତାଲିବାନ ରହିଛି। ତାଲିବାନ ପ୍ରିତିନିଧିଙ୍କୁ ଭେଟ କରିବା ଯୋଗୁଁ ବାଜଓ୍ବା ଗୁଇନ୍ଦା ଏଜେନ୍ସି ଆଇଏସଆଇ ମୁଖ୍ୟଙ୍କୁ ବଦଳେଇ ଦେଇଥିଲେ। ସେ ଗତ ସପ୍ତାହରେ ଆଇଏସଆଇ ମୁଖ୍ୟ ଜେନେରାଲ ଫୈଜ ହମିଦଙ୍କୁ ହଟାଇ ଲେପ୍ଟନାଣ୍ଟ ଜେନେରାଲ ନଦିମ ଅହମ୍ମଦ ଅଞ୍ଜୁମଙ୍କୁ ନିଯୁକ୍ତ କରିଥିଲେ। କିନ୍ତୁ ଇମ୍ରାନଙ୍କ କାର୍ଯ୍ୟାଳୟ ଏହାର ବିଜ୍ଞପ୍ତି ଜାରି କରିନଥିଲା। […]

ଇସଲାମାବାଦ: ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍ ଏବଂ ସେନାମୁଖ୍ୟ ଜେନେରାଲ କମର ଜାଭେଦ ବାଜୱାଙ୍କ ମଧ୍ୟରେ ବିବାଦ ଜାରି ରହିଛି। ଏହି ବିବାଦ ପଛରେ ତାଲିବାନ ରହିଛି। ତାଲିବାନ ପ୍ରିତିନିଧିଙ୍କୁ ଭେଟ କରିବା ଯୋଗୁଁ ବାଜଓ୍ବା ଗୁଇନ୍ଦା ଏଜେନ୍ସି ଆଇଏସଆଇ ମୁଖ୍ୟଙ୍କୁ ବଦଳେଇ ଦେଇଥିଲେ। ସେ ଗତ ସପ୍ତାହରେ ଆଇଏସଆଇ ମୁଖ୍ୟ ଜେନେରାଲ ଫୈଜ ହମିଦଙ୍କୁ ହଟାଇ ଲେପ୍ଟନାଣ୍ଟ ଜେନେରାଲ ନଦିମ ଅହମ୍ମଦ ଅଞ୍ଜୁମଙ୍କୁ ନିଯୁକ୍ତ କରିଥିଲେ। କିନ୍ତୁ ଇମ୍ରାନଙ୍କ କାର୍ଯ୍ୟାଳୟ ଏହାର ବିଜ୍ଞପ୍ତି ଜାରି କରିନଥିଲା। ଏହାକୁ ନେଇ ଇମ୍ରାନ ଏବଂ ବାଜୱାଙ୍କ ମଧ୍ୟରେ ମତଭେଦ ସୃଷ୍ଟି ହୋଇଛି।

ଆହୁରି ପଢ଼ନ୍ତୁ: ବାୟୁସେନାରୁ ଅବସର ନେଲେ ପାକିସ୍ତାନର F-16 ଖସାଇଥିବା ହିରୋ ଅଭିନନ୍ଦନ ବର୍ଦ୍ଧମାନ, ଘରୋଇ ଏୟାରଲାଇନ୍ସ FLY91 ରେ ସାମିଲ

ରିପୋର୍ଟ ଅନୁଯାୟୀ, ଫୌଜ ଅହମ୍ମଦଙ୍କୁ ହଟାଇବା ପାଇଁ ଇମ୍ରାନ ଚାହୁଁନଥିଲେ। କିନ୍ତୁ ସେନାମୁଖ୍ୟ ଚେତାବନୀ ଦେଇଥିଲେ ଯେ ଇମ୍ରାନ ସେନା ମାମଲାରେ ଦଖଲ ଦେଇ ନିଜ ସୀମା ଲଙ୍ଘନ ନ କରନ୍ତୁ। ସେ ଚାହିଁଲେ ନଭେମ୍ବର ୧୫ ପର୍ଯ୍ୟନ୍ତ ହମିଦଙ୍କ କାର୍ଯ୍ୟକାଳକୁ ବଢାଇ ପାରିବେ। କିନ୍ତୁ ଏହା ପରେ ତାଙ୍କୁ ପଦବୀରେ ରଖାଯିବ ନାହିଁ । ପାକିସ୍ତାନର ବରିଷ୍ଠ ସାମ୍ବାଦିକ ନଜିମ ସେଠ ଏକ ସାକ୍ଷାତକାରରେ ଇମ୍ରାନଙ୍କ ଆଭିମୁଖ୍ୟ ଯୋଗୁଁ ବିବାଦ ସୃଷ୍ଟି ହୋଇଥିବା କହିଥିଲେ ।

ଆହୁରି ପଢ଼ନ୍ତୁ: ଶ୍ରୀନଗର ବିମାନବନ୍ଦରରେ ଅଘଟଣ: ପାର୍କିଂ ବେଳେ ଖୁଣ୍ଟରେ ପିଟି ହେଲା ଇଣ୍ଡିଗୋ ବିମାନ, ସମସ୍ତ ଯାତ୍ରୀ ସୁରକ୍ଷିତ

ଏଥିଯୋଗୁଁ ଏ ପର୍ଯ୍ୟନ୍ତ ସରକାରଙ୍କ ପକ୍ଷରୁ ନିଯୁକ୍ତି ନେଇ କୌଣସି ବିଜ୍ଞପ୍ତି ଜାରି କରାଯାଇ ନାହିଁ। ସରକାରଙ୍କ ପକ୍ଷରୁ କୁହାଯାଇଛି ଯେ ଇମ୍ରାନ ଏବଂ ସେନାମୁଖ୍ୟଙ୍କ ମଧ୍ୟରେ କୌଣସି ବିବାଦ ନାହିଁ । ପାକିସ୍ତାନ ସୂଚନା ମନ୍ତ୍ରୀ ଫୱାଦ ଚୌଧୁରୀ ଗତ ସପ୍ତାହରେ କହିଥିଲେ ଯେ ଆଇଏସଆଇ ମୁଖ୍ୟଙ୍କୁ ବଦଳାଇବାକୁ ନେଇ ପ୍ରଧାନମନ୍ତ୍ରୀ ଏବଂ ବାଜୱାଙ୍କ ମଧ୍ୟରେ ଚର୍ଚ୍ଚା ହୋଇଥିଲା। ବାଜୱା ଏହି ମାମଲାରେ ସରକାରଙ୍କୁ ଭରଷା ଦେଇଥିଲେ। ସେନାମୁଖ୍ୟଙ୍କ ସହ ଚର୍ଚ୍ଚା କରି ଆଇଏସଆଇ ମୁଖ୍ୟଙ୍କୁ ନିଯୁକ୍ତି କରିବାର ଅଧିକାର ପ୍ରଧାନମନ୍ତ୍ରୀଙ୍କ ରହିଛି।

ଆହୁରି ପଢ଼ନ୍ତୁ: ଦିଲ୍ଲୀ ସତ୍ୟ ନିକେତନ କୋଠା ଭୁଶୁଡ଼ିବା ଘଟଣା: ୪ ମହଲାରୁ ଅଧିକ ଥିବା ସମସ୍ତ ବେଆଇନ ନିର୍ମାଣ ସିଲ୍ କରିବାକୁ ଏମସିଡିର ନିର୍ଦ୍ଦେଶ, ମୃତ୍ୟୁସଂଖ୍ୟା ୬କୁ ବୃଦ୍ଧି

ସୂଚନାଯୋଗ୍ୟ ଯେ,  ଆଫଗାନିସ୍ତାନରେ ତାଲିବାନ ସରକାର ଗଠନ ପୂର୍ବରୁ ହମିଦ କାବୁଲ ଯାଇଥିଲେ ଏବଂ ତାଙ୍କ ଦଖଲରେ ତାଲିବାନ ସରକାର ପ୍ରତିଷ୍ଠା ହୋଇଥିଲା। ମିଡିଆ ରିପୋର୍ଟ ଅନୁଯାୟୀ ହମିଦ ସେନାମୁଖ୍ୟଙ୍କ ଅନୁମତି ନ ନେଇ କାବୁଲ ଯାଇଥିଲେ। ଏହାକୁ ନେଇ ବାଜୱା ଅସନ୍ତୋଷ ପ୍ରକାଶ କରିଥିଲେ ଏବଂ ହମିଦଙ୍କୁ ପଦରୁ ହଟାଇ ଦେଇଥିଲେ।

ଅନ୍ୟ ରିପୋର୍ଟ ଅନୁଯାୟୀ, ହମିଦ ପାକିସ୍ତାନର ନୂଆ ସେନାମୁଖ୍ୟ ହେବାକୁ ଚାହୁଁଥିଲେ। ଏଥିଯୋଗୁଁ ହମିଦ ଏବଂ ବାଜୱା ଅନେକ ସମୟରେ ମୁହାଁମୁହିଁ ମଧ୍ୟ ହୋଇଥିଲେ। ତିନି ବର୍ଷ ପୂର୍ବେ ରାୱଲପିଣ୍ଡରେ ଏକ ହାଉସିଂ ପ୍ରକଳ୍ପକୁ ନେଇ ଉଭୟଙ୍କ ମଧ୍ୟରେ ବିବାଦ ଆରମ୍ଭ ହୋଇଥିଲା। ପରେ ଇମ୍ରାନ ବାଜୱାଙ୍କ କାର୍ଯ୍ୟକାଳକୁ ୩ ବର୍ଷ ପାଇଁ ବୃଦ୍ଧି କରିଥିଲେ। ଏଥିରୁ ବିବାଦ ସାମ୍ନାକୁ ଆସିଥିଲା। ହମିଦ ଅନେକ ସମୟରେ ବାଜୱାଙ୍କ ନ ଜଣାଇ ନିଷ୍ପତ୍ତି ନେଇଥାନ୍ତି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର