ପଞ୍ଜଶିରରେ ପାକିସ୍ତାନର ବୋମାମାଡ଼

The Sakala Picture
Published On

କାବୁଲ : ଆଫଗାନିସ୍ତାନର ପଞ୍ଜଶିର ଉପତ୍ୟକା ଦଖଲ କରିବାରେ ତାଲିବାନକୁ ପାକିସ୍ତାନ ପ୍ରତ୍ୟକ୍ଷ ସହାୟତା କରିଛି। ନ୍ୟାସନାଲ ରେଜିଷ୍ଟାନ୍ସ ଫ୍ରଣ୍ଟ (ଏନଆରଏଫ୍‌) ବିରୋଧରେ ଲଢେଇରେ ପାକିସ୍ତାନ ତାଲିବାନ ସହ ସାମିଲ ହୋଇଥିବା ବେଳେ ଘାଟୀ ଉପରେ ପ୍ରବଳ ବୋମା ମାଡ଼ କରିଛି। ପାକିସ୍ତାନ ବାୟୁ ସେନାର ବହୁ ଯୁଦ୍ଧ ବିମାନ ଏବଂ ଡ୍ରୋନ ସହାୟତାରେ ପଞ୍ଜଶିର ଘାଟୀ ଉପରେ ଆକ୍ରମଣ କରାଯାଇଥିଲା ବେଳେ ଏନଆରଏଫ ମୁଖ୍ୟ ଅହମ୍ମଦ ମାସୁଦଙ୍କ ପରିବାରର ବହୁ ସଦସ୍ୟ ନିହତ ହୋଇଛନ୍ତି। ଏହାବ୍ୟତୀତ […]

କାବୁଲ : ଆଫଗାନିସ୍ତାନର ପଞ୍ଜଶିର ଉପତ୍ୟକା ଦଖଲ କରିବାରେ ତାଲିବାନକୁ ପାକିସ୍ତାନ ପ୍ରତ୍ୟକ୍ଷ ସହାୟତା କରିଛି। ନ୍ୟାସନାଲ ରେଜିଷ୍ଟାନ୍ସ ଫ୍ରଣ୍ଟ (ଏନଆରଏଫ୍‌) ବିରୋଧରେ ଲଢେଇରେ ପାକିସ୍ତାନ ତାଲିବାନ ସହ ସାମିଲ ହୋଇଥିବା ବେଳେ ଘାଟୀ ଉପରେ ପ୍ରବଳ ବୋମା ମାଡ଼ କରିଛି। ପାକିସ୍ତାନ ବାୟୁ ସେନାର ବହୁ ଯୁଦ୍ଧ ବିମାନ ଏବଂ ଡ୍ରୋନ ସହାୟତାରେ ପଞ୍ଜଶିର ଘାଟୀ ଉପରେ ଆକ୍ରମଣ କରାଯାଇଥିଲା ବେଳେ ଏନଆରଏଫ ମୁଖ୍ୟ ଅହମ୍ମଦ ମାସୁଦଙ୍କ ପରିବାରର ବହୁ ସଦସ୍ୟ ନିହତ ହୋଇଛନ୍ତି। ଏହାବ୍ୟତୀତ ମାସୁଦଙ୍କ ଅତ୍ୟନ୍ତ ଘନିଷ୍ଠ କୁହାଯାଉଥିବା ଫହିମ ଦସ୍ତିଙ୍କ ମଧ୍ୟ ମୃତ୍ୟୁ ହୋଇଥିବା କୁହାଯାଇଛି। ପାକିସ୍ତାନର ଏଭଳି ଆକ୍ରମଣକୁ ନିଜେ ମାସୁଦ ସ୍ବୀକାର କରିଛନ୍ତି।

ଆହୁରି ପଢ଼ନ୍ତୁ: ହାଇଦ୍ରାବାଦର 'ଗୋଲ୍ଡେନ ଗଣେଶ': ୨୪ କ୍ୟାରେଟ୍ ସୁନା ଓ ୩.୮ ଲକ୍ଷ ହୀରାରେ ସଜ୍ଜିତ ପ୍ରତିମା ସାଜିଛି ଆକର୍ଷଣର କେନ୍ଦ୍ରବିନ୍ଦୁ

ଗତ ମାସ ୧୫ ତାରିଖରେ ତାଲିବାନ କାବୁଲ ଦଖଲ କରିବା ପରେ ତାଲିବାନ ବିରୋଧରେ ତାଙ୍କ ଗୋଷ୍ଠୀ ଯୁଦ୍ଧ ଘୋଷଣା କରି ଆସିଛି। ତାଲିବାନ ପଞ୍ଜଶିର ଘାଟୀ ଦଖଲ କରିବାକୁ ବହୁବାର ଉଦ୍ୟମ କରିଥିବା ସତ୍ତ୍ବେ ସଫଳ ହୋଇ ନାହିଁ। ଫଳରେ ପାକିସ୍ତାନର ସହାୟତା ନେଇଛି। ପାକିସ୍ତାନ ଘାଟୀ ଉପରେ ଆକ୍ରମଣ କରି ଆମ ପରିବାରକୁ ମାରୁଛି ବୋଲି ମାସୁଦ କହିଛନ୍ତି। ପାକିସ୍ତାନ ଆମ ଉପରେ ପ୍ରତ୍ୟକ୍ଷ ଆକ୍ରମଣ କରିଛି ବୋଲି ଆନ୍ତର୍ଜାତୀୟ ସମୁଦାୟ ଜାଣିଛି। ଏହାସତ୍ତ୍ବେ ସମସ୍ତେ ନୀରବତା ଅବଲମ୍ବନ କରିବା ଏବଂ ପାକିସ୍ତାନ ବିରୋଧରେ କାର୍ଯ୍ୟାନୁଷ୍ଠାନ ନ ନେବା ତାଙ୍କୁ ଆଶ୍ଚର୍ଯ୍ୟ କରିଛି ବୋଲି ମାସୁଦ୍‌ କହିଛନ୍ତି।

ଆହୁରି ପଢ଼ନ୍ତୁ: ଟାଟା ସନ୍ସ ଚେୟାରମ୍ୟାନ୍ ଭାବେ ଏନ୍. ଚନ୍ଦ୍ରଶେଖରନ୍‌ଙ୍କ କାର୍ଯ୍ୟକାଳ ଆହୁରି ୫ ବର୍ଷ ବୃଦ୍ଧି

ତାଲିବାନ ଆମ ପରିବାରକୁ ନିଶ୍ଚିହ୍ନ କରିବାକୁ ବସିଛି। ଏପରିକି ଘର ଘର ବୁଲି ସେମାନେ ଲୋକଙ୍କୁ ହତ୍ୟା କରୁଛନ୍ତି। କିନ୍ତୁ ଆମ ଲକ୍ଷ୍ୟରୁ ଆମେ କେବେ ବି ଓହରିବୁ ନାହିଁ। ମୋ ପରିବାର ବଲକାନ ପ୍ରଦେଶ ଠାରୁ ଆରମ୍ଭ କରି ପଞ୍ଜଶିର ପର୍ଯ୍ୟନ୍ତ ତାଲିବାନକୁ ମୁକାବିଲା କରିବାକୁ ଛିଡା ହୋଇଛନ୍ତି। ଆମ ଧର୍ମ, ସଂସ୍କୃତି ଏବଂ ସମ୍ମାନ ରକ୍ଷା କରିବାରେ ଆମେ ମରିବା ଯାଏଁ ଲଢେଇ କରିବା ଠାରୁ ଆଉ କିଛି ମହତ୍ତ୍ବ ରଖେ ନାହିଁ ବୋଲି ମାସୁଦ କହିଛନ୍ତି।

ଆହୁରି ପଢ଼ନ୍ତୁ: ଦିଲ୍ଲୀରେ ଲଜ୍ଜ୍ୟା: ନାବାଳିକାଙ୍କୁ ଗଣଦୁଷ୍କର୍ମ ଓ ହତ୍ୟା, କୁକୁର ଖାଉଥିବା ଗଳିତ ମୃତଦେହ ଉଦ୍ଧାର

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର