କୁକ୍‌ଙ୍କୁ ମାଡ଼ ମାରିବା ଅଭିଯୋଗ: ଆଇପିଏଲ୍ କ୍ରିକେଟର ଶଶାଙ୍କ ସିଂହ ଓ ତାଙ୍କ ଅବସରପ୍ରାପ୍ତ ଆଇପିଏସ୍ ବାପାଙ୍କ ନାଁରେ ଏଫ୍‌ଆଇଆର୍

Suryakanta Picture
Published On

ଆଇପିଏଲ୍ (IPL) ଫ୍ରାଞ୍ଚାଇଜ୍ ପଞ୍ଜାବ କିଙ୍ଗସ୍ ପାଇଁ ଖେଳୁଥିବା ଷ୍ଟାର୍ କ୍ରିକେଟର ଶଶାଙ୍କ ସିଂହ ଏବଂ ତାଙ୍କ ବାପା ତଥା ଅବସରପ୍ରାପ୍ତ ଆଇପିଏସ୍ ଅଧିକାରୀ ଶୈଳେଶ ସିଂହ ଏବେ ବିବାଦ ଘେରରେ। ନିଜ ଘରର ରୋଷେୟାଙ୍କୁ ବନ୍ଦୀ କରି ରଖିବା, ଗାଳିଗୁଲଜ କରିବା ଏବଂ ମାଡ଼ ମାରିବା ଅଭିଯୋଗରେ ଉଭୟଙ୍କ ବିରୋଧରେ ମଧ୍ୟପ୍ରଦେଶର ଭୋପାଳ ସ୍ଥିତ ରାତିବଡ଼ ପୋଲିସ ଷ୍ଟେସନରେ ଏକ ଏଫ୍‌ଆଇଆର୍ (FIR) ରୁଜୁ ହୋଇଛି। ଏହି ମାମଲାରେ ତାଙ୍କ ଡ୍ରାଇଭର ମିଶ୍ରଙ୍କୁ ମଧ୍ୟ ସହ-ଅଭିଯୁକ୍ତ ଦର୍ଶାଯାଇଛି।

ଆହୁରି ପଢ଼ନ୍ତୁ: ରୁଷ-ନାଟୋ ତିକ୍ତତା: କାଲିନିନଗ୍ରାଡ୍ ଉପରେ ଆକ୍ରମଣ ହେଲେ ପରମାଣୁ ଯୁଦ୍ଧର ଚେତାବନୀ ଦେଲେ ପୁଟିନ

କ'ଣ ଥିଲା ପୂରା ଘଟଣା?

ପୋଲିସରେ ଦିଆଯାଇଥିବା ଅଭିଯୋଗ ଅନୁଯାୟୀ, ମଧ୍ୟପ୍ରଦେଶ ରେୱା ଜିଲ୍ଲାର ବାସିନ୍ଦା ୩୧ ବର୍ଷୀୟ ବିପେନ୍ଦ୍ର ସିଂହ ତୋମାରଙ୍କୁ ନିଲବଡ଼-ମେଣ୍ଡୋରୀ ରୋଡ୍ ସ୍ଥିତ ବଙ୍ଗଳାରେ ରୋଷେୟା ଭାବେ ନିଯୁକ୍ତି ଦିଆଯାଇଥିଲା। ଗତ ଜୁନ୍ ୨୫ ତାରିଖରେ ସେ ମାସିକ ୧୫,୦୦୦ ଟଙ୍କା ଦରମା, ମାଗଣା ଖାଦ୍ୟ ଓ ରହିବା ସୁବିଧା ଏବଂ ଭବିଷ୍ୟତରେ ସରକାରୀ ଚାକିରି କରାଇଦେବାର ପ୍ରତିଶ୍ରୁତି ପାଇ କାମରେ ଯୋଗ ଦେଇଥିଲେ।

ଆହୁରି ପଢ଼ନ୍ତୁ: ସିଇସିଙ୍କୁ ନିଲମ୍ବିତ କଲେ ନିର୍ବାଚନ କିଏ କରିବ? ଆବେଦନ ଖାରଜ କରି କେନ୍ଦ୍ରକୁ ନୋଟିସ୍ ପଠାଇଲେ ସୁପ୍ରିମକୋର୍ଟ

ମାତ୍ର କାମରେ ଯୋଗଦେବାର କିଛି ଘଣ୍ଟା ପରେ, ତାଙ୍କ ଦ୍ୱାରା ପ୍ରସ୍ତୁତ ଖାଦ୍ୟର ମାନକୁ ନେଇ ଅଭିଯୁକ୍ତମାନେ ଅସନ୍ତୋଷ ପ୍ରକାଶ କରିଥିଲେ। ବିପେନ୍ଦ୍ରଙ୍କ ଅଭିଯୋଗ ଅନୁଯାୟୀ, ତାଙ୍କୁ ଲଗାତାର ଗାଳିଗୁଲଜ ଓ ମାନସିକ ନିର୍ଯାତନା ଦିଆଯାଇଥିଲା। ପରିସ୍ଥିତି ଅସମ୍ଭାଳ ହେବାରୁ ସେ ଚାକିରି ଛାଡ଼ି ଘରକୁ ଫେରିଯିବାକୁ ଚାହିଁଥିଲେ।

ଆହୁରି ପଢ଼ନ୍ତୁ: ରସାୟନ ବିଜ୍ଞାନରେ ନୋବେଲ୍‌ ପୁରସ୍କାର ପାଇବେ ହେନେରୀ ବି କାଗନ ଓ କେନ୍ସୋ ସୋଆଇ

ମୋବାଇଲ୍ ଛଡ଼ାଇ ନେଇ ମାଡ଼ ମାରିଥିବା ଅଭିଯୋଗ

ବିପେନ୍ଦ୍ର ଅଭିଯୋଗ କରିଛନ୍ତି ଯେ, ସେ କାମ ଛାଡ଼ିବା କଥା କହିବାରୁ ଶୈଳେଶ ସିଂହ ତାଙ୍କ ମୋବାଇଲ୍ ଫୋନ୍ ଛଡ଼ାଇ ନେଇଥିଲେ ଯେପରି ସେ କାହାରି ସହ ଯୋଗାଯୋଗ କରିପାରିବେ ନାହିଁ। ଗତ ଜୁନ୍ ୨୮ ତାରିଖ ସକାଳେ ଜଳଖିଆ ପ୍ରସ୍ତୁତ କରିସାରିବା ପରେ ବିପେନ୍ଦ୍ର ନିଜ ଫୋନ୍ ମାଗିଥିଲେ। ଏଥିରେ ଉତ୍‌କ୍ଷିପ୍ତ ହୋଇ କ୍ରିକେଟର ଶଶାଙ୍କ ସିଂହ, ତାଙ୍କ ବାପା ଓ ଡ୍ରାଇଭର ମିଶି ତାଙ୍କୁ ଏକ ବନ୍ଦ କୋଠରୀ ଭିତରେ ନିସ୍ତୁକ ମାଡ଼ ମାରିଥିଲେ। ଏପରିକି ଜୁନ୍ ୨୫ରୁ ଖାଇବା ଓ ରହିବା ଖର୍ଚ୍ଚ ବାବଦକୁ ତାଙ୍କୁ ବାଧ୍ୟ କରି ତାଙ୍କ ଫୋନ୍‌ରୁ ୧,୦୦୦ ଟଙ୍କା ଟ୍ରାନ୍ସଫର ମଧ୍ୟ କରାଇଥିଲେ।

ପୋଲିସର କାର୍ଯ୍ୟାନୁଷ୍ଠାନ

ପୀଡ଼ିତ ବିପେନ୍ଦ୍ର ଥାନାରେ ପହଞ୍ଚିବା ପରେ ପୋଲିସ ତାଙ୍କର ଡାକ୍ତରୀ ମାଇନା କରାଇଥିଲା, ଯେଉଁଥିରେ ତାଙ୍କ ଶରୀରରେ ଆଘାତ ଲାଗିଥିବା ସ୍ପଷ୍ଟ ହୋଇଥିଲା। ଏହାପରେ ନୂତନ ଅପରାଧିକ ଆଇନ, ଭାରତୀୟ ନ୍ୟାୟ ସଂହିତା (BNS) ର ଧାରା ୨୯୬(ବି), ୧୧୫(୨) ଏବଂ ୩(୫) ଅନୁଯାୟୀ ରାତିବଡ଼ ପୋଲିସ ଅଭିଯୁକ୍ତଙ୍କ ବିରୋଧରେ ମାମଲା ରୁଜୁ କରିଛି। ଏହି ହାଇ-ପ୍ରୋଫାଇଲ୍ ଘଟଣାକୁ ନେଇ ବର୍ତ୍ତମାନ ପୋଲିସ ତଦନ୍ତ ଜାରି ରଖିଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର