ଇସ୍ରାଏଲର ବଡ଼ ପ୍ରତିରକ୍ଷା ଚୁକ୍ତି: ବିପୁଳ ସଂଖ୍ୟକ ଅତ୍ୟାଧୁନିକ ଯୁଦ୍ଧବିମାନ କିଣିବେ ନେତାନ୍ୟାହୁ, ପ୍ରତିରକ୍ଷା ବଜେଟରେ ବୃଦ୍ଧି

Suryakanta Picture
Published On

ଇସ୍ରାଏଲ୍ ନିଜର ବାୟୁସେନାକୁ ଆହୁରି ଶକ୍ତିଶାଳୀ କରିବା ପାଇଁ ଏକ ବଡ଼ ପ୍ରତିରକ୍ଷା ଚୁକ୍ତିକୁ ଅନୁମୋଦନ ଦେଇଛି। ଆମେରିକାରୁ ଅତ୍ୟାଧୁନିକ ଯୁଦ୍ଧବିମାନ କିଣିବା ତଥା ଦେଶର ପ୍ରତିରକ୍ଷା ବଜେଟକୁ ବୃଦ୍ଧି କରିବା ନେଇ ରବିବାର ଦିନ ଇସ୍ରାଏଲ୍ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁ ଘୋଷଣା କରିଛନ୍ତି। ଆଗାମୀ ଦଶନ୍ଧି ପାଇଁ ଇସ୍ରାଏଲର ସୁରକ୍ଷା ଏବଂ ବାୟୁସେନାକୁ ଅଦ୍ୱିତୀୟ କରିବା ପାଇଁ ଏହି ନିଷ୍ପତ୍ତି ନିଆଯାଇଛି।

ଆହୁରି ପଢ଼ନ୍ତୁ: ହାଇଦ୍ରାବାଦର 'ଗୋଲ୍ଡେନ ଗଣେଶ': ୨୪ କ୍ୟାରେଟ୍ ସୁନା ଓ ୩.୮ ଲକ୍ଷ ହୀରାରେ ସଜ୍ଜିତ ପ୍ରତିମା ସାଜିଛି ଆକର୍ଷଣର କେନ୍ଦ୍ରବିନ୍ଦୁ

ଆମେରିକାରୁ ଆସିବ ଅତ୍ୟାଧୁନିକ ଫାଇଟର ଜେଟ୍

ଇସ୍ରାଏଲର ପ୍ରତିରକ୍ଷା ମନ୍ତ୍ରଣାଳୟର ସୂଚନା ଅନୁଯାୟୀ, ଆମେରିକୀୟ କମ୍ପାନୀ ଲକହିଡ୍ ମାର୍ଟିନ୍ (Lockheed Martin) ଏବଂ ବୋଇଙ୍ଗ୍ (Boeing) ଠାରୁ ଦୁଇଟି ନୂଆ କମ୍ବାଟ୍ ସ୍କ୍ୱାଡ୍ରନ୍ (ଯୁଦ୍ଧବିମାନ) କିଣାଯିବ। ଏହି ଚୁକ୍ତିରେ ଅତ୍ୟାଧୁନିକ ଏଫ୍-୩୫ (F-35) ଷ୍ଟିଲ୍‌ଥ୍ ଫାଇଟର ଏବଂ ଏଫ୍-୧୫ଆଇଏ (F-15IA) ଯୁଦ୍ଧବିମାନ ସାମିଲ ରହିଛି। ଏହି ବିପୁଳ କ୍ରୟ ପରେ ଇସ୍ରାଏଲ୍ ନିକଟରେ ଥିବା ଏଫ୍-୩୫ ବିମାନ ସଂଖ୍ୟା ଦ୍ୱିଗୁଣିତ ହୋଇ ୧୦୦ ରେ ପହଞ୍ଚିବ ଏବଂ ଏଫ୍-୧୫ଆଇଏ ବିମାନ ସଂଖ୍ୟା ୫୦ ହୋଇଯିବ। ପ୍ରତ୍ୟେକ ସ୍କ୍ୱାଡ୍ରନ୍‌ରେ ୨୫ଟି ଲେଖାଏଁ ନୂଆ ଯୁଦ୍ଧବିମାନ ରହିବ ବୋଲି ଜଣାପଡିଛି।

ଆହୁରି ପଢ଼ନ୍ତୁ: ରେଜିନଗରରେ ମମତା ଗୋଷ୍ଠୀ ପ୍ରାର୍ଥୀଙ୍କ ୟୁଟର୍ଣ୍ଣ: ବଦଳିଲା ନାମାଙ୍କନ ପ୍ରତ୍ୟାହାର ନିଷ୍ପତ୍ତି, ପୁଣି ଲଢ଼ିବାକୁ ଘୋଷଣା

ବିଶାଳ ପ୍ରତିରକ୍ଷା ବଜେଟ୍ ଏବଂ 'ସିଲ୍ଡ ଅଫ୍ ଇସ୍ରାଏଲ୍'

ଏହି ଯୁଦ୍ଧବିମାନ କ୍ରୟ ନିଷ୍ପତ୍ତି ଇସ୍ରାଏଲର 'ମାଗେନ୍ ଇସ୍ରାଏଲ୍' (Magen Israel) କିମ୍ବା 'ସିଲ୍ଡ ଅଫ୍ ଇସ୍ରାଏଲ୍' ଯୋଜନାର ଏକ ପ୍ରମୁଖ ଅଂଶ। ଏଥିପାଇଁ ଆଗାମୀ ଦଶନ୍ଧି ମଧ୍ୟରେ ଦେଶର ପ୍ରତିରକ୍ଷା ବଜେଟରେ ପ୍ରାୟ ୩୫୦ ବିଲିୟନ୍ ସେକେଲ୍ (ପ୍ରାୟ ୧୧୯ ବିଲିୟନ ଡଲାର) ଅତିରିକ୍ତ ଅର୍ଥ ଯୋଡ଼ାଯିବ। ଇସ୍ରାଏଲ୍ ପ୍ରତିରକ୍ଷା ମନ୍ତ୍ରୀ ଇସ୍ରାଏଲ୍ କାଟ୍ସ କହିଛନ୍ତି ଯେ ଇରାନ ସହିତ ହୋଇଥିବା ଯୁଦ୍ଧରୁ ମିଳିଥିବା ଶିକ୍ଷା ଆଧାରରେ ଏହି ନିଷ୍ପତ୍ତି ନିଆଯାଇଛି, ଯାହାଦ୍ୱାରା ଦେଶର ସୁରକ୍ଷା ବ୍ୟବସ୍ଥାକୁ ଆହୁରି ମଜବୁତ କରାଯାଇପାରିବ।

ଆହୁରି ପଢ଼ନ୍ତୁ: ପ୍ରତିରକ୍ଷା ମନ୍ତ୍ରଣାଳୟର ବଡ଼ ପଦକ୍ଷେପ: T-72 ଓ T-90 ଟ୍ୟାଙ୍କ ପାଇଁ ୫୮୬ କୋଟି ଟଙ୍କାର ଚୁକ୍ତି ସ୍ୱାକ୍ଷର

ଇରାନକୁ ଚେତାବନୀ ଓ ଆତ୍ମନିର୍ଭରଶୀଳତା ଉପରେ ଗୁରୁତ୍ୱ

ଏହି ଅବସରରେ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁ କହିଛନ୍ତି ଯେ, ଆମର ପାଇଲଟମାନେ ଇରାନର ଆକାଶରେ ଯେକୌଣସି ସ୍ଥାନରେ ପହଞ୍ଚିପାରିବେ ଏବଂ ଆବଶ୍ୟକ ପଡ଼ିଲେ ସେମାନେ ଏଥିପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତ ଅଛନ୍ତି। ବିଦେଶୀ ଯୋଗାଣକାରୀଙ୍କ ଉପରେ ନିର୍ଭରଶୀଳତା କମାଇବା ପାଇଁ ସେ ସ୍ଥାନୀୟ ସ୍ତରରେ ଅସ୍ତ୍ରଶସ୍ତ୍ର ଏବଂ କ୍ଷେପଣାସ୍ତ୍ର ଉତ୍ପାଦନ ବୃଦ୍ଧି ଉପରେ ମଧ୍ୟ ଗୁରୁତ୍ୱାରୋପ କରିଛନ୍ତି। ଏହାସହ ଆଗାମୀ ଦିନରେ ଇସ୍ରାଏଲ୍ ନିଜସ୍ୱ ଜ୍ଞାନକୌଶଳରେ 'ବ୍ଲୁ-ଆଣ୍ଡ-ହ୍ୱାଇଟ୍' ଅର୍ଥାତ୍ ଦେଶୀୟ ବିମାନ ତିଆରି କରିବ ବୋଲି ସେ ଘୋଷଣା କରିଛନ୍ତି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର