ମଧ୍ୟ-ପ୍ରାଚ୍ୟରେ ଉତ୍ତେଜନା: ଇସ୍ରାଏଲ୍‌ ଉପରେ ଆକ୍ରମଣ କରିବ ଇରାନ !

The Sakala Picture
Published On

ନୂଆଦିଲ୍ଲୀ: ଇରାନରେ ଆକ୍ରମଣ କରି ହମାସ ମୁଖ୍ୟ ଇସ୍‌ମାଇଲ ହାନିୟେଙ୍କୁ ଇସ୍ରାଏଲ ହତ୍ୟା କରିଛି। ଏହାକୁ ନେଇ ଦୁଇ ଦେଶ ମଧ୍ୟରେ ଚାପା ଉତ୍ତେଜନା ପ୍ରକାଶ ପାଇଛି। ଇରାନ ସର୍ବୋଚ୍ଚ ନେତା ଅୟତୁଲ୍ଲାହ ଖାମନେଇ ହତ୍ୟାର ପ୍ରତିଶୋଧ ନେବାକୁ ଇସ୍ରାଏଲ ଉପରେ ଆକ୍ରମଣ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଇରାନ ତିଶା ବି’ଏଭି (ଅଗଷ୍ଟ ୧୨ ଏବଂ ୧୩) ଦିନ ଇସ୍ରାଏଲ ଉପରେ ଆକ୍ରମଣ କରିପାରେ ବୋଲି ପଶ୍ଚିମ ଦେଶର ଗୁଇନ୍ଦା ସୂତ୍ରରୁ ସୂଚନା ମିଳିଛି। ଇରାନ ଏବଂ ହିଜବୁଲ୍ଲା […]

ନୂଆଦିଲ୍ଲୀ: ଇରାନରେ ଆକ୍ରମଣ କରି ହମାସ ମୁଖ୍ୟ ଇସ୍‌ମାଇଲ ହାନିୟେଙ୍କୁ ଇସ୍ରାଏଲ ହତ୍ୟା କରିଛି। ଏହାକୁ ନେଇ ଦୁଇ ଦେଶ ମଧ୍ୟରେ ଚାପା ଉତ୍ତେଜନା ପ୍ରକାଶ ପାଇଛି। ଇରାନ ସର୍ବୋଚ୍ଚ ନେତା ଅୟତୁଲ୍ଲାହ ଖାମନେଇ ହତ୍ୟାର ପ୍ରତିଶୋଧ ନେବାକୁ ଇସ୍ରାଏଲ ଉପରେ ଆକ୍ରମଣ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଇରାନ ତିଶା ବି’ଏଭି (ଅଗଷ୍ଟ ୧୨ ଏବଂ ୧୩) ଦିନ ଇସ୍ରାଏଲ ଉପରେ ଆକ୍ରମଣ କରିପାରେ ବୋଲି ପଶ୍ଚିମ ଦେଶର ଗୁଇନ୍ଦା ସୂତ୍ରରୁ ସୂଚନା ମିଳିଛି। ଇରାନ ଏବଂ ହିଜବୁଲ୍ଲା ମିଶି ଏହି ଆକ୍ରମଣ କରିପାରନ୍ତି ବୋଲି କୁହାଯାଇଛି। ଏହାକୁ ନେଇ ମଧ୍ୟ-ପ୍ରାଚ୍ୟରେ ଉତ୍ତେଜନା ବୃଦ୍ଧି ପାଇଛି। ଏବେ ଇସ୍ରାଏଲ ସତର୍କ ହୋଇ ରହିଛି। ଦେଶର ଯେକୌଣସି ସ୍ଥିତିର ମୁକାବିଲା କରିବାକୁ ପ୍ରସ୍ତୁତ ଅଛି ବୋଲି ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତନ୍ୟାହୁ କହିଛନ୍ତି। ଇସ୍ରାଏଲ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେଲେ ଭୟଙ୍କର ପରିଣତି ଭୋଗିବ ବୋଲି ଚେତାବନୀ ଦେଇଛନ୍ତି। ଏଭଳି ସ୍ଥିତିକୁ ଦେଖି ଏୟାର ଇଣ୍ଡିଆ ଇସ୍ରାଏଲକୁ ସମସ୍ତ ଉଡ଼ାଣକୁ ୮ ତାରିଖ ପର୍ଯ୍ୟନ୍ତ ବନ୍ଦ କରିଦେଇଛି। ପଶ୍ଚିମ ଏସିଆର ସ୍ଥିତିକୁ ଦେଖି ତତ୍କାଳ ପ୍ରଭାବରେ ଏହି ନିଷ୍ପତ୍ତି ନିଆଯାଇଥିବା କୁହାଯାଇଛି। ସ୍ଥିତି ଉପରେ ନଜର ରଖାଯାଇଛି। ଟିକଟ ବୁକ୍‌ କରିଥିବା ଯାତ୍ରୀଙ୍କୁ ଟଙ୍କା ଫେରାଇ ଦିଆଯିବ ବୋଲି କୁହାଯାଇଛି।

ଆହୁରି ପଢ଼ନ୍ତୁ: ବିରଳ ରୋଗରେ ପୀଡ଼ିତ ଶିଶୁକନ୍ୟା ପାଇଁ ଦେବଦୂତ ସାଜିଲେ ହେମନ୍ତ ସରକାର, ମଞ୍ଜୁର କଲେ ୧୫ କୋଟି ଟଙ୍କା

ଏହା ମଧ୍ୟରେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ଇସ୍ରାଏଲ ସପକ୍ଷରେ ବାହାରିଛନ୍ତି। ଇରାନ ଆକ୍ରମଣ କଲେ ଇସ୍ରାଏଲକୁ ଆମେରିକା ସୁରକ୍ଷା ଦେବ ବୋଲି ଘୋଷଣା କରିଛନ୍ତି। ଏପରି ସମୟରେ ଲେବାନନର ଆତଙ୍କବାଦୀ ସଂଗଠନ ହିଜବୁଲ୍ଲା ମୁଖ୍ୟ ହସନ ନସରଲ୍ଲାହ ଇସ୍ରାଏଲଠାରୁ ପ୍ରତିଶୋଧ ନେବ ବୋଲି ଧମକ ଦେଇଛି। ଏବେ ଇସ୍ରାଏଲ ଖୁସି ହେଉଛି, ଆଗକୁ କାନ୍ଦିବ ବୋଲି କହିଛି। ଏହାର କିଛି ଘଣ୍ଟା ପରେ ହିଜବୁଲ୍ଲା ଇତ୍ତର ଇସ୍ରାଏଲରେ ଅନେକ ରକେଟ ମାଡ଼ କରିଛି। ଅନ୍ୟପକ୍ଷରେ ଶୁକ୍ରବାର ହମାସ ମୁଖ୍ୟଙ୍କୁ କାତାରର ରାଜଧାନୀ ଦୋହାରେ କବର ଦିଆଯାଇଛି। ଏହି ସମୟରେ କାତାର ଏବଂ ପାଲେଷ୍ଟାଇନ ଗୋଷ୍ଠୀର ଅନେକ ନେତା ସାମିଲ ଥିଲେ। ଏହା ମଧ୍ୟରେ ଏନୱାଇଟି ପକ୍ଷରୁ ଜାରି ରିପୋର୍ଟରେ ବୋମା ବିସ୍ଫୋରଣରେ ହାନିୟେଙ୍କ ମୃତ୍ୟୁ ହୋଇଥିବା କୁହାଯାଇଛି। ଏଥିପାଇଁ ୨ ମାସ ପୂର୍ବରୁ ହାନିୟେ ଥିବା ଘରେ ବୋମା ରଖା ଯାଇଥିଲା। ସେ ପହଞ୍ଚିବା ପରେ ରିମୋଟ ମାଧ୍ୟମରେ ବିସ୍ଫୋରଣ କରାଯାଇଥିଲା।

ଆହୁରି ପଢ଼ନ୍ତୁ: ବିକାଜି ଫୁଡ୍ସର ପ୍ରତିଷ୍ଠାତା ଶିବ ରତନ ଅଗ୍ରୱାଲଙ୍କ ପରଲୋକ, ୭୪ ବର୍ଷ ବୟସରେ ହୃଦଘାତରେ ମୃତ୍ୟୁ

03 Aug 2024 By The Sakala

ମଧ୍ୟ-ପ୍ରାଚ୍ୟରେ ଉତ୍ତେଜନା: ଇସ୍ରାଏଲ୍‌ ଉପରେ ଆକ୍ରମଣ କରିବ ଇରାନ !

ନୂଆଦିଲ୍ଲୀ: ଇରାନରେ ଆକ୍ରମଣ କରି ହମାସ ମୁଖ୍ୟ ଇସ୍‌ମାଇଲ ହାନିୟେଙ୍କୁ ଇସ୍ରାଏଲ ହତ୍ୟା କରିଛି। ଏହାକୁ ନେଇ ଦୁଇ ଦେଶ ମଧ୍ୟରେ ଚାପା ଉତ୍ତେଜନା ପ୍ରକାଶ ପାଇଛି। ଇରାନ ସର୍ବୋଚ୍ଚ ନେତା ଅୟତୁଲ୍ଲାହ ଖାମନେଇ ହତ୍ୟାର ପ୍ରତିଶୋଧ ନେବାକୁ ଇସ୍ରାଏଲ ଉପରେ ଆକ୍ରମଣ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଇରାନ ତିଶା ବି’ଏଭି (ଅଗଷ୍ଟ ୧୨ ଏବଂ ୧୩) ଦିନ ଇସ୍ରାଏଲ ଉପରେ ଆକ୍ରମଣ କରିପାରେ ବୋଲି ପଶ୍ଚିମ ଦେଶର ଗୁଇନ୍ଦା ସୂତ୍ରରୁ ସୂଚନା ମିଳିଛି। ଇରାନ ଏବଂ ହିଜବୁଲ୍ଲା ମିଶି ଏହି ଆକ୍ରମଣ କରିପାରନ୍ତି ବୋଲି କୁହାଯାଇଛି। ଏହାକୁ ନେଇ ମଧ୍ୟ-ପ୍ରାଚ୍ୟରେ ଉତ୍ତେଜନା ବୃଦ୍ଧି ପାଇଛି। ଏବେ ଇସ୍ରାଏଲ ସତର୍କ ହୋଇ ରହିଛି। ଦେଶର ଯେକୌଣସି ସ୍ଥିତିର ମୁକାବିଲା କରିବାକୁ ପ୍ରସ୍ତୁତ ଅଛି ବୋଲି ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତନ୍ୟାହୁ କହିଛନ୍ତି। ଇସ୍ରାଏଲ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେଲେ ଭୟଙ୍କର ପରିଣତି ଭୋଗିବ ବୋଲି ଚେତାବନୀ ଦେଇଛନ୍ତି। ଏଭଳି ସ୍ଥିତିକୁ ଦେଖି ଏୟାର ଇଣ୍ଡିଆ ଇସ୍ରାଏଲକୁ ସମସ୍ତ ଉଡ଼ାଣକୁ ୮ ତାରିଖ ପର୍ଯ୍ୟନ୍ତ ବନ୍ଦ କରିଦେଇଛି। ପଶ୍ଚିମ ଏସିଆର ସ୍ଥିତିକୁ ଦେଖି ତତ୍କାଳ ପ୍ରଭାବରେ ଏହି ନିଷ୍ପତ୍ତି ନିଆଯାଇଥିବା କୁହାଯାଇଛି। ସ୍ଥିତି ଉପରେ ନଜର ରଖାଯାଇଛି। ଟିକଟ ବୁକ୍‌ କରିଥିବା ଯାତ୍ରୀଙ୍କୁ ଟଙ୍କା ଫେରାଇ ଦିଆଯିବ ବୋଲି କୁହାଯାଇଛି।

ଏହା ମଧ୍ୟରେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ଇସ୍ରାଏଲ ସପକ୍ଷରେ ବାହାରିଛନ୍ତି। ଇରାନ ଆକ୍ରମଣ କଲେ ଇସ୍ରାଏଲକୁ ଆମେରିକା ସୁରକ୍ଷା ଦେବ ବୋଲି ଘୋଷଣା କରିଛନ୍ତି। ଏପରି ସମୟରେ ଲେବାନନର ଆତଙ୍କବାଦୀ ସଂଗଠନ ହିଜବୁଲ୍ଲା ମୁଖ୍ୟ ହସନ ନସରଲ୍ଲାହ ଇସ୍ରାଏଲଠାରୁ ପ୍ରତିଶୋଧ ନେବ ବୋଲି ଧମକ ଦେଇଛି। ଏବେ ଇସ୍ରାଏଲ ଖୁସି ହେଉଛି, ଆଗକୁ କାନ୍ଦିବ ବୋଲି କହିଛି। ଏହାର କିଛି ଘଣ୍ଟା ପରେ ହିଜବୁଲ୍ଲା ଇତ୍ତର ଇସ୍ରାଏଲରେ ଅନେକ ରକେଟ ମାଡ଼ କରିଛି। ଅନ୍ୟପକ୍ଷରେ ଶୁକ୍ରବାର ହମାସ ମୁଖ୍ୟଙ୍କୁ କାତାରର ରାଜଧାନୀ ଦୋହାରେ କବର ଦିଆଯାଇଛି। ଏହି ସମୟରେ କାତାର ଏବଂ ପାଲେଷ୍ଟାଇନ ଗୋଷ୍ଠୀର ଅନେକ ନେତା ସାମିଲ ଥିଲେ। ଏହା ମଧ୍ୟରେ ଏନୱାଇଟି ପକ୍ଷରୁ ଜାରି ରିପୋର୍ଟରେ ବୋମା ବିସ୍ଫୋରଣରେ ହାନିୟେଙ୍କ ମୃତ୍ୟୁ ହୋଇଥିବା କୁହାଯାଇଛି। ଏଥିପାଇଁ ୨ ମାସ ପୂର୍ବରୁ ହାନିୟେ ଥିବା ଘରେ ବୋମା ରଖା ଯାଇଥିଲା। ସେ ପହଞ୍ଚିବା ପରେ ରିମୋଟ ମାଧ୍ୟମରେ ବିସ୍ଫୋରଣ କରାଯାଇଥିଲା।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର