ଇରାନର ମିଜାଇଲ୍ ମାଡ଼ରେ କୁଏତରେ ଖସିଲା ଆମେରିକାର ଯୁଦ୍ଧ ବିମାନ F-15 !

Madhusudan Das Picture
Published On

ନୂଆଦିଲ୍ଲୀ: ଆମେରିକା ଯୁଦ୍ଧ ବିମାନ ଖସାଇଲା ଇରାନ୍ । କୁଏତରେ ଖସିଲା ଆମେରିକାର ଯୁଦ୍ଧ ବିମାନ F-15। ଯୁଦ୍ଧ ବିମାନ ମାରି ଖସାଇଥିବା କହିଲା ଇରାନ୍। କୁଏତରେ ଆମେରିକା ଦୂତାବାସ ଉପରେ ମିଜାଇଲ୍ ଓ ଡ୍ରୋନ୍ ମାଡ଼ କରିଛି ଇରାନ୍। ଇସ୍ରାଏଲ-ଆମେରିକା ଏବଂ ଇରାନ ମଧ୍ୟରେ ଚାଲିଛି ଭୟଙ୍କର ଯୁଦ୍ଧ । ସୋମବାର ଦିନ କୁଏତରେ ଆମେରିକାର ଏକାଧିକ ଯୁଦ୍ଧ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି। କୁଏତ ପ୍ରତିରକ୍ଷା ମନ୍ତ୍ରଣାଳୟ ଏହି ଘଟଣାକୁ ନିଶ୍ଚିତ କରିବା ସହ ବିମାନରେ ଥିବା ସମସ୍ତ କ୍ରୁ ସଦସ୍ୟ ସୁରକ୍ଷିତ ଥିବା ସୂଚନା ଦେଇଛି।

ଆହୁରି ପଢ଼ନ୍ତୁ: ରୁଷ-ୟୁକ୍ରେନ ଯୁଦ୍ଧ ଶେଷ କରିବାରେ ସାହାଯ୍ୟ କରିବାକୁ ଭାରତ ପ୍ରସ୍ତୁତ: କିଭ୍ ଗସ୍ତରେ କହିଲେ ଏସ୍ ଜୟଶଙ୍କର

କୁଏତ ସେନା ପକ୍ଷରୁ ସୋସିଆଲ ମିଡିଆ ପ୍ଲାଟଫର୍ମ 'ଏକ୍ସ'ରେ ଜାରି କରାଯାଇଥିବା ବିବୃତ୍ତି ଅନୁଯାୟୀ, ସୋମବାର ସକାଳେ ଏକାଧିକ ଆମେରିକୀୟ ସାମରିକ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ତେବେ ଏଥିରେ କୌଣସି ଜୀବନ ହାନି ଘଟିନାହିଁ। Ministry of Defense ର ମୁଖପାତ୍ର କହିଛନ୍ତି ଯେ, ସମ୍ପୃକ୍ତ କର୍ତ୍ତୃପକ୍ଷ ତୁରନ୍ତ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ ଏବଂ କ୍ରୁ ସଦସ୍ୟମାନଙ୍କୁ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି। ବର୍ତ୍ତମାନ ସେମାନଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ରହିଛି।

ଆହୁରି ପଢ଼ନ୍ତୁ: ପ୍ରତିରକ୍ଷା ବାହିନୀ ପାଇଁ ୧.୧୦ ଲକ୍ଷ କୋଟି ଟଙ୍କାର ଅସ୍ତ୍ରଶସ୍ତ୍ର ଓ ଉପକରଣ କ୍ରୟ ପ୍ରସ୍ତାବକୁ DACର ମଞ୍ଜୁରୀ

ଏହି ଘଟଣା ପରେ ଇରାନର ଗଣମାଧ୍ୟମ ଏକ ଭିଡିଓ ଜାରି କରି ଆମେରିକାର ଯୁଦ୍ଧ ବିମାନ ଖସିପଡ଼ିଥିବା ଦାବି କରିଛି। ଇରାନର Press TV ଦ୍ୱାରା ପ୍ରସାରିତ ଫୁଟେଜରେ ଏକ ଆମେରିକୀୟ F-15E Strike Eagle ବିମାନ ତଳକୁ ଖସୁଥିବାର ଦେଖାଯାଇଛି। ଏହା ସହିତ ପାଇଲଟମାନେ ପାରାଚ୍ୟୁଟ୍ ସାହାଯ୍ୟରେ ଡେଇଁପଡୁଥିବାର ଦୃଶ୍ୟ ମଧ୍ୟ ଭିଡିଓରେ ରହିଛି। ତେବେ ଆମେରିକା କିମ୍ବା କୁଏତ କର୍ତ୍ତୃପକ୍ଷ ଏପର୍ଯ୍ୟନ୍ତ ଦୁର୍ଘଟଣାର କାରଣ ସ୍ପଷ୍ଟ କରିନାହାନ୍ତି।

ଆହୁରି ପଢ଼ନ୍ତୁ: ଏଭରେଷ୍ଟର ବେସ୍‌ କ୍ୟାମ୍ପ୍‌ରେ ବ୍ୟବହୃତ ଇନ୍ଧନ ଏବଂ ପର୍ବତାରୋହୀଙ୍କ ପରିସ୍ରା ଯୋଗୁଁ ତରଳୁଛି ହିମାଳୟ ବରଫ !

ଅନ୍ୟପକ୍ଷରେ, କୁଏତ ସିଟିରେ ଥିବା ଆମେରିକା ଦୂତାବାସ ନିକଟରେ ଧୂଆଁ ବାହାରୁଥିବା ଦେଖିବାକୁ ମିଳିଛି। ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ଓ ଆମ୍ବୁଲାନ୍ସ ପହଞ୍ଚିଥିବା ଖବର ମିଳିଛି। ସୁରକ୍ଷା ଦୃଷ୍ଟିରୁ ଦୂତାବାସ ପକ୍ଷରୁ ଜରୁରୀକାଳୀନ ସତର୍କ ସୂଚନା ଜାରି କରାଯାଇଛି ଏବଂ ଆମେରିକୀୟ ନାଗରିକମାନଙ୍କୁ ସୁରକ୍ଷିତ ସ୍ଥାନରେ ରହିବାକୁ ପରାମର୍ଶ ଦିଆଯାଇଛି। ଉଲ୍ଲେଖଯୋଗ୍ୟ ଯେ, ଆମେରିକା ଓ ଇସ୍ରାଏଲର ମିଳିତ ଆକ୍ରମଣ ପରେ ଇରାନ ପ୍ରତିଶୋଧ ପରାୟଣ ହୋଇ ଗଲ୍ଫ ଅଞ୍ଚଳରେ ଥିବା ଆମେରିକୀୟ ଘାଟିଗୁଡ଼ିକୁ ଟାର୍ଗେଟ କରୁଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର