ମୁମ୍ବାଇ: ହାଇ ଆଲର୍ଟରେ ମୁମ୍ବାଇ। ବୋମା ବିସ୍ଫୋରଣରେ ଦୋହଲି ଯିବ ମୁମ୍ବାଇ। ୩୪ଟି ମାନବ ବୋମା ବିସ୍ଫୋରଣ ହେବ। ଏଭଳି ଧମକ ଦେଇଛି ଆତଙ୍କବାଦୀ ସଂଗଠନ ଲସ୍କର-ଇ-ଜିହାଦି। ଅନନ୍ତ ଚତୁର୍ଦ୍ଦଶୀ ପୂର୍ବରୁ ଆକ୍ରମଣ ପାଇଁ ଧମକ ଦେଇଛି ଆତଙ୍କୀ ସଂଗଠନ।
ସୂଚନାନୁଯାୟୀ, ୩୪ଟି ଗାଡ଼ିରେ ୪୦୦ କେଜି ଲେଖାଏଁ ଓଜନର ଆରଡିଏକ୍ସ ଖଞ୍ଜା ଯାଇଛି। ଯାହା ପୁରା ସହରକୁ ଦୋହଲାଇ ଦେବ। ଏଥିରେ କୋଟିଏ ଲୋକଙ୍କର ମୃତ୍ୟୁ ହେବ ବୋଲି ଧମକ ମିଳିଛି । ମୁମ୍ବାଇ ଟ୍ରାଫିକ ପୁଲିସ ହେଲପ ଲାଇନ ନମ୍ବରରେ ଆସିଛି ଧମକପୂର୍ଣ୍ଣ ବାର୍ତ୍ତା। ଧମକ ମିଳବା ପରେ ମୁମ୍ବାଇରେ ହାଇ ଆଲର୍ଟ ଜାରି ହୋଇଛି।