ଚର୍ଚ୍ଚାରେ ଆଇଏଏସ୍‌ ନେହା: ୩ ଥର ଫେଲ୍‌ ହେବା ପରେ ଛାଡ଼ିଥିଲେ ମୋବାଇଲ…

ନୂଆଦିଲ୍ଲୀ: ପ୍ରଥମ ଦୁଇଟି ପ୍ରୟାସରେ ୟୁପିଏସ୍‌ସିର ପ୍ରିଲିମିନାରୀ ପରୀକ୍ଷାରେ ପାସ୍‌ କରିପାରି ନ ଥିଲେ। ତୃତୀୟ ପ୍ରୟାସରେ ପ୍ରିଲିମିନାରୀ ପାସ୍‌ କରିଥିଲେ, କିନ୍ତୁ ମେନ୍ସ ପରୀକ୍ଷାରେ କୃତକାର୍ଯ୍ୟ ହୋଇପାରି ନ ଥିଲେ। ତିନି ଥର ବିଫଳ ହେବା ସତ୍ତ୍ବେ ହାର୍‌ ମାନି ନ ଥିଲେ। ଅଧିକ କଠିନ ପରିଶ୍ରମ କରିଥିଲେ। ଏଥିପାଇଁ ମୋବାଇଲ ସହ ସମ୍ପର୍କ ତୁଟାଇ ଦେଇଥିଲେ। ମୋବାଇଲ ଦ୍ବାରା ଅଧିକ ସମୟ ଯାଉଥିବା ଭାବି ଏହାକୁ ଭାଙ୍ଗି ଦେଇଥିଲେ। ମାସେ କି ବର୍ଷେ ନୁହେଁ, […]

ନୂଆଦିଲ୍ଲୀ: ପ୍ରଥମ ଦୁଇଟି ପ୍ରୟାସରେ ୟୁପିଏସ୍‌ସିର ପ୍ରିଲିମିନାରୀ ପରୀକ୍ଷାରେ ପାସ୍‌ କରିପାରି ନ ଥିଲେ। ତୃତୀୟ ପ୍ରୟାସରେ ପ୍ରିଲିମିନାରୀ ପାସ୍‌ କରିଥିଲେ, କିନ୍ତୁ ମେନ୍ସ ପରୀକ୍ଷାରେ କୃତକାର୍ଯ୍ୟ ହୋଇପାରି ନ ଥିଲେ। ତିନି ଥର ବିଫଳ ହେବା ସତ୍ତ୍ବେ ହାର୍‌ ମାନି ନ ଥିଲେ। ଅଧିକ କଠିନ ପରିଶ୍ରମ କରିଥିଲେ। ଏଥିପାଇଁ ମୋବାଇଲ ସହ ସମ୍ପର୍କ ତୁଟାଇ ଦେଇଥିଲେ। ମୋବାଇଲ ଦ୍ବାରା ଅଧିକ ସମୟ ଯାଉଥିବା ଭାବି ଏହାକୁ ଭାଙ୍ଗି ଦେଇଥିଲେ। ମାସେ କି ବର୍ଷେ ନୁହେଁ, ତିନି ବର୍ଷ ପର୍ଯ୍ୟନ୍ତ ମୋବାଇଲ ଛାଡ଼ି ଦେଇଥିଲେ। ଦିନକୁ ୧୭-୧୮ ଘଣ୍ଟା ପଢୁଥିଲେ। କଠିନ ପରିଶ୍ରମ ଏବଂ ନିଷ୍ଠା ପାଇଁ ଶେଷରେ ସଫଳ ହୋଇ ସାରା ଦେଶର ଧ୍ୟାନ ଆକର୍ଷଣ କରିବାରେ ସଫଳ ହୋଇଥିଲେ। ୪ର୍ଥ ପ୍ରୟାସରେ ୨୪ ବର୍ଷ ବୟସରେ ୟୁପିଏସ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିଲେ। ୯୬୦ ମାର୍କ ରଖି ସର୍ବ ଭାରତୀୟସ୍ତରରେ ୫୬୯ ରାଙ୍କ ହାସଲ କରି ଭାରତୀୟ ପ୍ରଶାସନିକ ସେବା (ଆଇଏଏସ) ଅଧିକାରୀ ହୋଇଥିଲେ। ଆଇଏଏସ ଅଧିକାରୀ ନେହା ବୟଦୱାଲ ଏହି ସଫଳତା ପାଇଛନ୍ତି। ୨୫ ବର୍ଷୀୟ ଏହି ଆଇଏଏସ ଏବେ ଗୁଜରାଟରେ ଅବସ୍ଥାପିତ ଅଛନ୍ତି।

ସୂଚନା ଅନୁଯାୟୀ, ନେହା ରାଜସ୍ଥାନରେ ଜନ୍ମ ହୋଇଥିଲେ। ତେବେ ସେ ଛତିଶଗଡ଼ର ରାୟପୁରରେ ବଡ଼ ହୋଇଥିଲେ। ସେ ୫ମ ଶ୍ରେଣୀରେ ପ୍ରଥମଥର ପାଇଁ ବିଫଳ ତଥା ଫେଲ୍‌ ହୋଇଥିଲେ। କିନ୍ତୁ ଏହା ତାଙ୍କୁ କଠିନ ପରିଶ୍ରମ କରିବାକୁ ଖୋରାକ ଯୋଗାଇ ଥିଲା। ସେ ଭାଙ୍ଗି ନ ଯାଇ କଠୋର ପରିଶ୍ରମ କରି ସଫଳତାର ସହ ଆଗକୁ ବଢ଼ି ଚାଲିଥିଲେ। ଏକ ସାକ୍ଷାତକାରରେ ନେହା କହିଥିଲେ ଯେ ରାୟପୁରରେ ରହୁଥିବାବେଳେ ବାପାଙ୍କ ଚାକିରି ପାଇଁ ସେ ଭୋପାଳ ଚାଲି ଆସିଥିଲେ। ସେଠାରେ ଏକ ଇଂରାଜୀ ମାଧ୍ୟମ ବିଦ୍ୟାଳୟରେ ତାଙ୍କ ନାମ ଲେଖା ଯାଇଥିଲା। ପୂର୍ବରୁ ହିନ୍ଦୀ ଶିଖିଥିବା ନେହାଙ୍କ ପାଇଁ ଇଂରାଜୀ ଶିଖିବା କଠିନ ହୋଇଥିଲା। କିନ୍ତୁ ସେ ହାର୍‌ ମାନି ନ ଥିଲେ। କିଛି ଦିନ ମଧ୍ୟରେ ଇଂରାଜୀ ଶିଖି ଯାଇଥିଲେ।
ବରିଷ୍ଠ ଆୟକର ବିଭାଗ ଅଧିକାରୀଙ୍କ ଝିଅ ନେହା ବାପାଙ୍କ ପନ୍ଥାକୁ ଅନୁସରଣ କରି ୟୁପିଏସ୍‌ସି ପରୀକ୍ଷା ଦେବାକୁ ଚାହିଁଥିଲେ। କିନ୍ତୁ ବାରମ୍ବାର ବିଫଳ ହେବା ଯୋଗୁଁ ସେ ମୋବାଇଲକୁ ନିଜ ଠାରୁ ଦୂରେଇ ଦେଇଥିଲେ। ସେ ୩ ବର୍ଷ ପର୍ଯ୍ୟନ୍ତ ମୋବାଇଲ ବ୍ୟବହାର କରି ନଥିଲେ। ସେ କଠିନ ପରିଶ୍ରମକୁ ସଫଳତାର ଶ୍ରେୟ ଦେଇଛନ୍ତି। ନେହା କହିଛନ୍ତି ଯେ କୌଣସି ସ୍ଥାନକୁ ବୁଲିବାକୁ ନ ଯିବା କିମ୍ବା କିଛି ଜିନିଷ ନ କିଣିବା ବଳିଦାନ ନୁହେଁ। ଦିନ ତମାମ କାମ କରି ଘରକୁ ଫେରିବା ପରେ ନିଜ ପିଲାଙ୍କ ପାଠପଢ଼ାକୁ ଗୁରୁତ୍ବ ଦେବା ହିଁ ହେଉଛି ବଳିଦାନ। ବାପା କାମରୁ ଫେରିବାର ୩୦ ମିନିଟ ମଧ୍ୟରେ ନିଜକୁ ପ୍ରସ୍ତୁତ କରି ନେଉଥିଲେ। ଗଣିତ ଠାରୁ ଇତିହାସ ପର୍ଯ୍ୟନ୍ତ ମୋତେ ପଢ଼ାଉ ଥିଲେ। ଏହି ଯାତ୍ରା ଆମକୁ କଠିନ ପରିଶ୍ରମ, ନିଷ୍ଠା, ଉତ୍ସାହ, ହାର ନ ମାନିବାର ଦୃଢ଼ତାକୁ ଏବଂ ସମୟ ପରିଚାଳନାକୁ ଦର୍ଶାଉଛି।

About The Author: The Sakala