ତିବ୍ବତୀୟ ବାଛିବେ ନୂଆ ଦଲାଇଲାମା

The Sakala Picture
Published On

ଧର୍ମଶାଳା: ପରବର୍ତ୍ତୀ ଦଲାଇଲାମା କିଏ ହେବ ତାହାକୁ ନେଇ ସାରା ବିଶ୍ବର ନଜର ରହିଛି। ଏପରି ସମୟରେ ତିବ୍ବତୀୟ ଧର୍ମଗୁରୁ ଦଲାଇଲାମା ବଡ଼ ଘୋଷଣା କରିଛନ୍ତି। ତେବେ ତାଙ୍କର ଏହି ଘୋଷଣା ଚୀନ୍‌କୁ ପସନ୍ଦ ଆସିନି। ତିବ୍ବତରେ ବୌଦ୍ଧ ଧର୍ମାବଲମ୍ବୀଙ୍କୁ ଅତ୍ୟାଚାର ଦେଉଥିବା ଏହି ବିସ୍ତାରବାଦୀ ଦେଶ ଧର୍ମଗୁରୁ ଚୟନରେ କେଁ ପୂରାଇଛି। ହିମାଚଳର ଧର୍ମାଶାଳାରେ ବୁଧବାରଠାରୁ ଆରମ୍ଭ ହୋଇଥିବା ୧୫ତମ ତିବ୍ବତୀୟ ଧାର୍ମିକ ସମ୍ମିଳନୀରେ ଦଲାଇଲାମା ନିଜର ପରବର୍ତ୍ତୀ ଉତ୍ତରାଧିକାରୀଙ୍କୁ ନେଇ ଆଭିମୁଖ୍ୟ ସ୍ପଷ୍ଟ କରିଦେଇଛନ୍ତି। […]

ଧର୍ମଶାଳା: ପରବର୍ତ୍ତୀ ଦଲାଇଲାମା କିଏ ହେବ ତାହାକୁ ନେଇ ସାରା ବିଶ୍ବର ନଜର ରହିଛି। ଏପରି ସମୟରେ ତିବ୍ବତୀୟ ଧର୍ମଗୁରୁ ଦଲାଇଲାମା ବଡ଼ ଘୋଷଣା କରିଛନ୍ତି। ତେବେ ତାଙ୍କର ଏହି ଘୋଷଣା ଚୀନ୍‌କୁ ପସନ୍ଦ ଆସିନି। ତିବ୍ବତରେ ବୌଦ୍ଧ ଧର୍ମାବଲମ୍ବୀଙ୍କୁ ଅତ୍ୟାଚାର ଦେଉଥିବା ଏହି ବିସ୍ତାରବାଦୀ ଦେଶ ଧର୍ମଗୁରୁ ଚୟନରେ କେଁ ପୂରାଇଛି। ହିମାଚଳର ଧର୍ମାଶାଳାରେ ବୁଧବାରଠାରୁ ଆରମ୍ଭ ହୋଇଥିବା ୧୫ତମ ତିବ୍ବତୀୟ ଧାର୍ମିକ ସମ୍ମିଳନୀରେ ଦଲାଇଲାମା ନିଜର ପରବର୍ତ୍ତୀ ଉତ୍ତରାଧିକାରୀଙ୍କୁ ନେଇ ଆଭିମୁଖ୍ୟ ସ୍ପଷ୍ଟ କରିଦେଇଛନ୍ତି। ଆଉ ଚୀନ୍‌କୁ ବଡ଼ ଜବାବ ଦେଇଛନ୍ତି। ସେ କହିଛନ୍ତି ଯେ ଆଗକୁ ବି ଦଲାଇଲାମା ଅନୁଷ୍ଠାନ ଜାରି ରହିବ। ତାଙ୍କ ଅନ୍ତେ ତିବ୍ବତୀୟ ତଥା ବୌଦ୍ଧ ପରମ୍ପରା ଅନୁଯାୟୀ ପରବର୍ତ୍ତୀ ଉତ୍ତରାଧିକାରୀ ଚୟନ ହେବ। ନୂଆ ଦଲାଇଲାମା ଚୟନର ଦାୟିତ୍ବ ସେ ତିବ୍ବତୀୟ ସଂଗଠନ ଗାଦେନ ଫୋଡରଙ୍ଗ ଟ୍ରଷ୍ଟକୁ ପ୍ରଦାନ କରିଛନ୍ତି। ତିବ୍ବତୀୟ ଲୋକମାନେ ହିଁ ନୂଆ ଦଲାଇଲାମା ଚୟନ କରିବେ। ଏଥିରେ ଚୀନ୍‌ର କୌଣସି ଭୂମିକା ରହିବ ନାହିଁ। ଯଦି ଚୀନ୍‌ ଦଖଲ ଦେବାକୁ ପ୍ରୟାସ କରିବ ତେବେ ଏହାକୁ ବରଦାସ୍ତ କରାଯିବ ନାହିଁ। ତେବେ ଦଲାଇଲାମାଙ୍କ ଏହି ମନ୍ତବ୍ୟକୁ ଚୀନ୍‌ ଗ୍ରହଣ କରିପାରି ନାହିଁ। ଏହି ଘୋଷଣାକୁ ନେଇ ଚୀନ୍‌ କ୍ଷୁବ୍ଧ ହୋଇଯାଇଛି।

ଆହୁରି ପଢ଼ନ୍ତୁ: ନେପାଳରେ ଭୟାବହ ବନ୍ୟା: ଜଳବାୟୁ କ୍ଷତିପୂରଣ ପାଇଁ ଭାରତ, ଚୀନ୍ ଏବଂ ଆମେରିକାକୁ ଦାୟୀ କଲା ନେପାଳ

ବୌଦ୍ଧ ଧର୍ମ ଏବଂ ତିବ୍ବତରେ ଦଖଲ ଦେଉଥିବା ଏହି ରାଷ୍ଟ୍ର ପକ୍ଷରୁ କୁହାଯାଇଛି ଯେ ଉତ୍ତରାଧିକାରୀ ଚୟନ ପାଇଁ କେନ୍ଦ୍ର ସରକାରଙ୍କ ମଞ୍ଜୁରୀ ନେବାକୁ ପଡ଼ିବ। ଚୀନ ବୈଦେଶିକ ମନ୍ତ୍ରାଳୟର ମୁଖପାତ୍ର କହିଛନ୍ତି ଯେ ଦଲାଇଲାମା, ପାଞ୍ଚେନ ଲାମା ଓ ଅନ୍ୟ ବୌଦ୍ଧ ନେତାଙ୍କ ପୁନର୍ଜନ୍ମ ପ୍ରକ୍ରିୟା ‘ଗୋଲ୍ଡେନ ଆର୍ଣ୍ଣ ଲଟେରି’ ଅନୁସାରେ କରାଯିବ। ସୂଚନାଯୋଗ୍ୟ ଯେ ଧର୍ମଶାଳା ସ୍ଥିତ ଦଲାଇଲାମା ଲାଇବ୍ରେରି ଆଣ୍ଡ ଆର୍କାଇଭରେ ଆରମ୍ଭ ହୋଇଥିବା ତିନି ଦିନିଆ ସମ୍ମିଳନୀରେ ବୌଦ୍ଧ ଧର୍ମର ବିଭିନ୍ନ ପରମ୍ପରାର ଲାମାମାନେ, ତିବ୍ବତୀୟ ସଂସଦ, ସଂଗଠନ ଏବଂ ସାରା ବିଶ୍ବରେ ଥିବା ତିବ୍ବତୀୟ ସମୁଦାୟର ପ୍ରତିନିଧି ଭାଗ ନେଉଛନ୍ତି। ବର୍ତ୍ତମାନର ଦଲାଇଲାମା ପକ୍ଷରୁ ଜାରି ବୟାନରେ କୁହାଯାଇଛି ଯେ ଦଲାଇଲାମା ଅନୁଷ୍ଠାନକୁ ଜାରି ରଖିବାକୁ ତିବ୍ବତୀୟ ଲୋକ, ମଙ୍ଗୋଲିଆ, ଚୀନ ଏବଂ ସାରା ବିଶ୍ବରେ ଥିବା ବୌଦ୍ଧ ସଂପ୍ରଦାୟ ଦଲାଇଲାମାଙ୍କୁ ଅନୁରୋଧ କରିଥିଲେ। ଏହାକୁ ଗ୍ରହଣ କରାଯାଇଛି।

ଆହୁରି ପଢ଼ନ୍ତୁ: ନେପାଳରେ ଭୟଙ୍କର ବନ୍ୟାର ୯ ଦିନ ପରେ ଜଳବିଦ୍ୟୁତ୍ ପ୍ରକଳ୍ପ ଟନେଲରୁ ଜୀବନ୍ତ ଉଦ୍ଧାର ହେଲେ ଦୁଇ ଶ୍ରମିକ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର