ରାଜ୍ୟସଭାରୁ ଟିଏମ୍‌ସି ସାଂସଦ ଶାନ୍ତନୁ ସେନ୍ ନିଲମ୍ବିତ

The Sakala Picture
Published On

ନୂଆଦିଲ୍ଲୀ: ସୂଚନା ପ୍ରଯୁକ୍ତି ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ହାତରୁ ପେପର୍ ଛଡ଼ାଇ ଆଣି ଚିରିଥିବା ତୃଣମୂଳ କଂଗ୍ରେସ ସାଂସଦ ଶାନ୍ତନ୍ତୁ ସେନ୍‌ଙ୍କୁ ସଂସଦର ଚଳିତ ମୌସୁମୀ ଅଧିବେଶନରୁ ନିଲମ୍ବିତ କରାଯାଇଛି । ସେ ଆଉ ଏହି ଅଧିବେଶନରେ ଭାଗ ନେଇପାରିବେ ନାହିଁ । ସେନ୍‌ଙ୍କ ବିରୋଧରେ ଆଜି ନିଲମ୍ବନ ପ୍ରସ୍ତାବ ପାରିତ ହେବା ପରେ ତାଙ୍କୁ ଅଶୋଭନୀୟ ଆଚରଣ ପାଇଁ ଚଳିତ ମୌସୁମୀ ଅଧିବେଶନରୁ ନିଲମ୍ବିତ କରାଯାଇଛି । ଗତକାଲି ରାଜ୍ୟସଭାରେ ପେଗାସସ୍ ବିବାଦ ନେଇ ଆଇଟି […]

ନୂଆଦିଲ୍ଲୀ: ସୂଚନା ପ୍ରଯୁକ୍ତି ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ହାତରୁ ପେପର୍ ଛଡ଼ାଇ ଆଣି ଚିରିଥିବା ତୃଣମୂଳ କଂଗ୍ରେସ ସାଂସଦ ଶାନ୍ତନ୍ତୁ ସେନ୍‌ଙ୍କୁ ସଂସଦର ଚଳିତ ମୌସୁମୀ ଅଧିବେଶନରୁ ନିଲମ୍ବିତ କରାଯାଇଛି । ସେ ଆଉ ଏହି ଅଧିବେଶନରେ ଭାଗ ନେଇପାରିବେ ନାହିଁ ।

ଆହୁରି ପଢ଼ନ୍ତୁ: ତେଜସ୍ ଫାଇଟର୍ ଜେଟ୍ ଉତ୍ପାଦନକୁ ମିଳିଲା ବୁଷ୍ଟ୍, HAL କୁ ଆମେରିକାରୁ ମିଳିଲା ଆଉ ୩ଟି ନୂଆ ଇଞ୍ଜିନ୍

ସେନ୍‌ଙ୍କ ବିରୋଧରେ ଆଜି ନିଲମ୍ବନ ପ୍ରସ୍ତାବ ପାରିତ ହେବା ପରେ ତାଙ୍କୁ ଅଶୋଭନୀୟ ଆଚରଣ ପାଇଁ ଚଳିତ ମୌସୁମୀ ଅଧିବେଶନରୁ ନିଲମ୍ବିତ କରାଯାଇଛି । ଗତକାଲି ରାଜ୍ୟସଭାରେ ପେଗାସସ୍ ବିବାଦ ନେଇ ଆଇଟି ମନ୍ତ୍ରୀ ବୈଷ୍ଣବ ବିବୃତ୍ତି ଦେଉଥିବା ବେଳେ ତାଙ୍କ ହାତରୁ ପେପର୍ ଛଡ଼ାଇ ଆଣି ଚିରି ଫିଙ୍ଗି ଦେଇଥିଲେ ସେନ୍ ।

ଆହୁରି ପଢ଼ନ୍ତୁ: ନେପାଳକୁ ପ୍ରତି ବିପଦର ଆଗୁଆ ସୂଚନା ଦେବ ଚୀନ୍!

ଶାନ୍ତନୁ ସେନଙ୍କୁ ଚଳିତ ମୌସୁମୀ ଅଧିବେଶନ ପାଇଁ ନିଲମ୍ବିତ କରାଯାଇଥିବା ନେଇ ରାଜ୍ୟସଭା ଅଧ୍ୟକ୍ଷ ଏମ୍‌.ଭେଙ୍କୟା ନାୟୁଡୁ ଘୋଷଣା କରିଛନ୍ତି । ଗୃହକାର୍ଯ୍ୟ ଆରମ୍ଭ ହେବା ପରେ ଅଧ୍ୟକ୍ଷ ନାୟୁଡୁ ଗତକାଲି ଘଟିଥିବା ଘଟଣା ସମ୍ପର୍କରେ ଉଲ୍ଲେଖ କରି ଏହାକୁ ଅଶୋଭନୀୟ ବୋଲି ଅଭିହିତ କରିଥିଲେ । ଗତକାଲି ଘଟିଥିବା ଘଟଣାରେ ଗୃହର ମର୍ଯ୍ୟାଦା ହାନି ହୋଇଛି ବୋଲି ସେ କହିଥିଲେ ।

ଆହୁରି ପଢ଼ନ୍ତୁ: ଏୟାର ଇଣ୍ଡିଆ ବିମାନରେ ଆକସ୍ମିକ ବିପଦ: ନିଶାଗ୍ରସ୍ତ ପାଇଲଟ୍ ବହିଷ୍କୃତ, ସାମ୍ନାକୁ ଆସିଲା ସାଂଘାତିକ ତଥ୍ୟ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର