ଯୌନ ନିର୍ଯାତନା ପରେ ବୃଦ୍ଧାଙ୍କୁ ୨୦ ଥର ଛୁରୀ ଭୁସି ହତ୍ୟା

The Sakala Picture
Published On

ନୂଆଦିଲ୍ଲୀ : ଦିଲ୍ଲୀରେ ଜଣେ ୬୨ ବର୍ଷୀୟ ବୃଦ୍ଧାଙ୍କୁ ଯୌନ ନିର୍ଯାତନା ଦେବା ପରେ ତାଙ୍କୁ ୨୦ରୁ ଅଧିକ ଥର ଛୁରୀ ଭୁସି ହତ୍ୟା କରାଯିବା ଭଳି ଏକ ଲୋମହର୍ଷଣକାରୀ ଘଟଣା ସାମ୍ନାକୁ ଆସିଛି। ହତ୍ୟାର ଶିକାର ହୋଇଥିବା ଏହି ବୃଦ୍ଧାଙ୍କ ସମ୍ପର୍କରେ ପୁଲିସ ଏକ ହସ୍ପିଟାଲ ସୂତ୍ରରୁ ଜାଣିବା ପରେ ଘଟଣା ସହ ଜଡିତ ଅଭିଯୁକ୍ତକୁ ଗିରଫ କରିଛି। ଖବର ପାଇ ପୁଲିସ ସଂପୃକ୍ତ ହସ୍ପିଟାଲରେ ପହଞ୍ଚିବା ପରେ ପୀଡ଼ିତାଙ୍କ ଗଳା କଟା ଯାଇଥିବା ଏବଂ […]

ନୂଆଦିଲ୍ଲୀ : ଦିଲ୍ଲୀରେ ଜଣେ ୬୨ ବର୍ଷୀୟ ବୃଦ୍ଧାଙ୍କୁ ଯୌନ ନିର୍ଯାତନା ଦେବା ପରେ ତାଙ୍କୁ ୨୦ରୁ ଅଧିକ ଥର ଛୁରୀ ଭୁସି ହତ୍ୟା କରାଯିବା ଭଳି ଏକ ଲୋମହର୍ଷଣକାରୀ ଘଟଣା ସାମ୍ନାକୁ ଆସିଛି। ହତ୍ୟାର ଶିକାର ହୋଇଥିବା ଏହି ବୃଦ୍ଧାଙ୍କ ସମ୍ପର୍କରେ ପୁଲିସ ଏକ ହସ୍ପିଟାଲ ସୂତ୍ରରୁ ଜାଣିବା ପରେ ଘଟଣା ସହ ଜଡିତ ଅଭିଯୁକ୍ତକୁ ଗିରଫ କରିଛି। ଖବର ପାଇ ପୁଲିସ ସଂପୃକ୍ତ ହସ୍ପିଟାଲରେ ପହଞ୍ଚିବା ପରେ ପୀଡ଼ିତାଙ୍କ ଗଳା କଟା ଯାଇଥିବା ଏବଂ ତାଙ୍କ ପେଟରେ ଏକାଧିକ କ୍ଷତଚିହ୍ନ ରହିଥିଲା ବୋଲି ଜାଣିବାକୁ ପାଇଥିଲା।

ଆହୁରି ପଢ଼ନ୍ତୁ: ଇରାନ ସହ ଯୁଦ୍ଧ ପ୍ରସ୍ତୁତି: ୨୦୨୭ ଯାଏଁ ମଧ୍ୟପ୍ରାଚ୍ୟରେ ମୁତୟନ ରହିବେ ଆମେରିକୀୟ ସେନା

ହେଲେ ହସ୍ପିଟାଲକୁ ଆସିବା ପୂର୍ବରୁ ହିଁ ତାଙ୍କର ମୃତ୍ୟୁ ଘଟି ସାରିଥିଲା । ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିବା ପରେ ରାସ୍ତାରେ ଲାଗିଥିବା ସିସିଟିଭିକୁ ଯାଞ୍ଚ କରି ଅଭିଯୁକ୍ତଙ୍କ ସମ୍ପର୍କରେ ସୂଚନା ପାଇଥିଲା। ଅଭିଯୁକ୍ତକୁ ଧରିବା ପରେ ସେ ଘଟଣାକୁ ସ୍ବୀକାର କରିଥିବା ଜଣାପଡ଼ିଛି।

ଆହୁରି ପଢ଼ନ୍ତୁ: ପଞ୍ଜାବ ଭୋଟର ତାଲିକାରୁ କଟିଲା ରାଘବ ଚଢ଼ାଙ୍କ ନାଁ: ଆଣିଲେ ରାଜନୈତିକ ଷଡ଼ଯନ୍ତ୍ରର ଅଭିଯୋଗ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର