ଇସ୍ରାଏଲ ଆକ୍ରମଣରେ ହିଜବୁଲ୍ଲା ମୁଖ୍ୟ ହସନ ନସରଲ୍ଲା ନିହତ ପରେ ଏବେ ଇସ୍ରାଏଲ ନିଶାଣରେ ଖାମନେଇ !
ବେରୁଟ୍: ଇସ୍ରାଏଲ ଆକ୍ରମଣରେ ହିଜବୁଲ୍ଲା ସଂଗଠନ ମୁଖ୍ୟ ହାସନ ନସରଲ୍ଲା ନିହତ ହୋଇଛନ୍ତି। ଶୁକ୍ରବାର ଭାରତୀୟ ସମୟ ରାତି ପ୍ରାୟ ୯ଟାରେ ଇସ୍ରାଏଲ ସେନା ପକ୍ଷରୁ ବେରୁଟସ୍ଥିତ ହିଜବୁଲ୍ଲାର ମୁଖ୍ୟାଳୟ ଉପରେ ପ୍ରଚଣ୍ଡ ବୋମାମାଡ଼ କରାଯାଇଥିଲା। ହିଜବୁଲ୍ଲା ମୁଖ୍ୟାଳୟ ଏବଂ ଏହାର ଆଖପାଖ ଅଞ୍ଚଳରେ ୮୦ ଟନରୁ ଅଧିକ ବୋମାମାଡ଼ କରାଯାଇଥିଲା ବେଳେ ଏହି ସମୟରେ ହାସନ ନସରଲ୍ଲାଙ୍କ ମୃତ୍ୟୁ ହୋଇଥିବା ପ୍ରଥମେ ଇସ୍ରାଏଲ ସେନା ପକ୍ଷରୁ ଦାବି କରାଯାଇଥିଲା। କିନ୍ତୁ ହିଜବୁଲ୍ଲା ଏ ସମ୍ପର୍କରେ କିଛି […]
ବେରୁଟ୍: ଇସ୍ରାଏଲ ଆକ୍ରମଣରେ ହିଜବୁଲ୍ଲା ସଂଗଠନ ମୁଖ୍ୟ ହାସନ ନସରଲ୍ଲା ନିହତ ହୋଇଛନ୍ତି। ଶୁକ୍ରବାର ଭାରତୀୟ ସମୟ ରାତି ପ୍ରାୟ ୯ଟାରେ ଇସ୍ରାଏଲ ସେନା ପକ୍ଷରୁ ବେରୁଟସ୍ଥିତ ହିଜବୁଲ୍ଲାର ମୁଖ୍ୟାଳୟ ଉପରେ ପ୍ରଚଣ୍ଡ ବୋମାମାଡ଼ କରାଯାଇଥିଲା। ହିଜବୁଲ୍ଲା ମୁଖ୍ୟାଳୟ ଏବଂ ଏହାର ଆଖପାଖ ଅଞ୍ଚଳରେ ୮୦ ଟନରୁ ଅଧିକ ବୋମାମାଡ଼ କରାଯାଇଥିଲା ବେଳେ ଏହି ସମୟରେ ହାସନ ନସରଲ୍ଲାଙ୍କ ମୃତ୍ୟୁ ହୋଇଥିବା ପ୍ରଥମେ ଇସ୍ରାଏଲ ସେନା ପକ୍ଷରୁ ଦାବି କରାଯାଇଥିଲା। କିନ୍ତୁ ହିଜବୁଲ୍ଲା ଏ ସମ୍ପର୍କରେ କିଛି ସ୍ପଷ୍ଟ କରି ନଥିଲା। ତେବେ ଏହି ଘଟଣାର ପ୍ରାୟ ୨୦ ଘଣ୍ଟା ପରେ ଅର୍ଥାତ ଶନିବାର ସନ୍ଧ୍ୟାରେ ହିଜବୁଲ୍ଲା ଏହାର ମୁଖ୍ୟ ହାସନଙ୍କ ମୃତ୍ୟୁକୁ ନେଇ ସ୍ପଷ୍ଟ କରିଛି।
ହାସନଙ୍କୁ ହତ୍ୟା କରାଯିବା ପରେ ଇସ୍ରାଏଲ ସେନା ପକ୍ଷରୁ ଯେଉଁ ବିବୃତ୍ତି ଦିଆଯାଇଛି ତାହାକୁ ନେଇ ଇରାନ ଚିନ୍ତିତ ହୋଇପଡ଼ିଛି। ‘ହାସନଙ୍କ ମୃତ୍ୟୁ ଆମ ଅଭିଯାନର ଶେଷ ଲକ୍ଷ୍ୟ ନୁହେଁ, ବରଂ ଯେ କେହି ଇସ୍ରାଏଲୀମାନଙ୍କ ପ୍ରତି ବିପଦ ସୃଷ୍ଟି କରିବେ ସେମାନଙ୍କ ଠିକଣାରେ ପହଞ୍ଚିବାକୁ ଆମକୁ ସମୟ ଲାଗିବ ନାହିଁ ’ ବୋଲି ଇସ୍ରାଏଲ ସେନା ମୁଖ୍ୟ କହିବା ପରେ ଇରାନ ଏହାର ସର୍ବୋଚ୍ଚ ନେତା ଆୟାତୋଲ୍ଲା ଖାମନେଇଙ୍କ ସୁରକ୍ଷାକୁନ୍ଇେ ସତର୍କ ହୋଇପଡ଼ିଛି। ଖେମନେଇଙ୍କ ସୁରକ୍ଷା ବଢାଇ ଦିଆଯିବା ସହିତ ତାଙ୍କୁ ଶନିବାର ସନ୍ଧ୍ୟା ସୁଦ୍ଧା ଏକ ସୁରକ୍ଷିତ ସ୍ଥାନକୁ ନିଆଯାଇଥିବା ଜଣାପଡ଼ିଛି। ଉଲ୍ଲେଖଯୋଗ୍ୟ ଯେ, ବର୍ଷ ବର୍ଷ ଧରି ଇସ୍ରାଏଲ ବିରୋଧରେ ଲଢେଇ କରୁଥିବା ହିଜବୁଲ୍ଲା ସଂଗଠନକୁ ଇରାନ ପ୍ରୋତ୍ସାହିତ କରି ଆସିଥିଲା ବେଳେ ଅର୍ଥ ଠାରୁ ଆରମ୍ଭ କରି ସାମରିକ ସହାୟତା ଯୋଗାଇ ଦେଇ ଆସୁଛି। ଯାହାକୁ ନେଇ ଇରାନ ସହ ଇସ୍ରାଏଲର ମଧ୍ୟ ପରୋକ୍ଷ ଶତ୍ରୁତା ରହିଛି।
ଇସ୍ରାଏଲ ପକ୍ଷରୁ କିଛି ଦିନ ତଳେ ହିଜବୁଲ୍ଲା ସଂଗଠନକୁ ନିଶାଣ କରି ପ୍ରଥମେ ପେଜର ବିସ୍ଫୋରଣ କରାଯାଇଥିଲା ବେଳେ ଏହା ପରେ ପରେ ୱାକିଟକି ଏବଂ ମୋବାଇଲ ଫୋନରେ ବିସ୍ଫୋରଣ କରାଯାଇଥିଲା। ଏହି ଘଟଣାରେ ପ୍ରାୟ ୩୫ ଜଣଙ୍କ ମୃତ୍ୟୁ ହେବା ସହିତ ୫ ହଜାରରୁ ଅଧିକ ଲୋକ ଆହତ ହୋଇଥିଲେ। କିନ୍ତୁ ଏହି ଘଟଣା ପରେ ବି ଇସ୍ରାଏଲ ସେନା ଆକ୍ରମଣରୁ ବିରତ ହୋଇ ନଥିଲା। ହିଜବୁଲ୍ଲା ପକ୍ଷରୁ ଉତ୍ତର ଇସ୍ରାଏଲର ବିଭିନ୍ନ ସହରକୁ ନିଶାଣ କରାଯାଇ ରକେଟ୍ ମାଡ଼ କରାଯାଇଥିଲା ବେଳେ ଇସ୍ରାଏଲ ସେନା ହିଜବୁଲ୍ଲାକୁ ପୁରାପୁରି ନିର୍ମୂଳ କରିବାକୁ ପଣ କରିଥିଲା। ଏହାପରେ ବେରୁଟ୍ ସହ ଦକ୍ଷିଣ ଲେବାନନର ବିଭିନ୍ନ ଇଲାକାରେ ଇସ୍ରାଏଲ ଆକାଶମାର୍ଗରୁ ଘନ ଘନ ଆକ୍ରମଣ କରିଥିଲା। ଏହି ଆକ୍ରମଣରେ ହିଜବୁଲ୍ଲାର ବହୁ ପ୍ରମୁଖ କମାଣ୍ଡର ନିହତ ହୋଇଥିଲେ। ଏହାପରେ ଇସ୍ରାଏଲ ଗାଜା ଭଳି ଲେବାନନରେ ପ୍ରବେଶ କରି ସ୍ଥଳଭାଗରେ ଆକ୍ରମଣ କରିବା ସହିତ ହିଜବୁଲ୍ଲାକୁ ନିପାତ କରିବାକୁ ଘୋଷଣା କରିଥିଲା। କିନ୍ତୁ ଏହାଦ୍ବାରା ପଶ୍ଚିମ ଏସିଆରେ ସ୍ଥିତି ଆହୁରି ବିଗିଡ଼ି ଯିବା ଆଶଙ୍କା କରି ଆମେରିକା ଏବଂ ଫ୍ରାନ୍ସ ଇସ୍ରାଏଲକୁ ଆକ୍ରମଣରୁ ନିବୃତ୍ତ ରହିବାକୁ ପରାମର୍ଶ ଦେଇଥିଲେ। କିନ୍ତୁ ଇସ୍ରାଏଲ ଏହାକୁ ଆଦୌ କର୍ଣ୍ଣପାତ କରି ନଥିଲା। ବରଂ ଯୁଦ୍ଧ ପ୍ରସ୍ତୁତିକୁ ତ୍ବରାନ୍ବିତ କରି ଇସ୍ରାଏଲ ସେନା(ଆଇଡିଏଫ୍)କୁ ତୁରନ୍ତ ଲେବାନନ ସୀମାରେ ପହଞ୍ଚିବାକୁ ପ୍ରତିରକ୍ଷା ବିଭାଗ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଥିଲା। ସେହି ଅନୁସାରେ ଟ୍ୟାଙ୍କ, କମାଣ ଏବଂ ଗୁଳିଗୋଳା ସହ ଆଇଡିଏଫ ଗତକାଲି ଲେବାନନ ସୀମାରେ ପହଞ୍ଚିଥିଲା ବେଳେ କୌଣସି ମୁହୂର୍ତ୍ତରେ ଆଇଡିଏଫ ଆକ୍ରମଣ ଆରମ୍ଭ କରିଦେଇ ପାରେ ବୋଲି ସୂଚନା ମିଳିଥିଲା।
ଅନ୍ୟପକ୍ଷରେ ଗତକାଲି ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତନ୍ୟାହୁ ଜାତିସଂଘ ସାଧାରଣ ସଭାକୁ ସମ୍ବୋଧିତ କରିବାକୁ ପହଞ୍ଚିଥିଲା ବେଳେ ଇରାନ ସମେତ ବହୁ ରାଷ୍ଟ୍ରର ପ୍ରତିନିଧିମାନେ ସଭାଗୃହ ଛାଡି ପଳାଇଥିଲେ। ଇସ୍ରାଏଲ ଲେବାନନ ଉପରେ ଯୁଦ୍ଧ ଆରମ୍ଭ କରିବାକୁ ପ୍ରସ୍ତୁତି ନେଇଥିବାରୁ ଏହାକୁ ବିରୋଧ କରି ବହୁ ପ୍ରତିନିଧି କକ୍ଷତ୍ୟାଗ କରିଥିଲେ। ଏହାସତ୍ତ୍ବେ ନେତନ୍ୟାହୁ ସାଧାରଣ ସଭାରେ ହିଜବୁଲ୍ଲା ଏବଂ ହମାସ ଭଳି ଆତଙ୍କବାଦୀ ସଂଗଠନ ଉପରେ ବର୍ଷିଥିଲେ। ଇସ୍ରାଏଲ ନିଜର ଅସ୍ତିତ୍ବ ରକ୍ଷା ପାଇଁ ଲଢେଇ କରୁଥିଲା ବେଳେ ଏହିସବୁ ଆତଙ୍କୀ ସଂଗଠନଗୁଡିକୁ ନିପାତ ନ କରିବା ଯାଏ ଯୁଦ୍ଧରୁ ହଟିବ ନାହିଁ ବୋଲି ନେତନ୍ୟାହୁ ଅତ୍ୟନ୍ତ ଦୃଢତାର ସହ କହିଥିଲେ। ହିଜବୁଲ୍ଲାକୁ ଶେଷ କରିବା ପରେ ହିଁ ଯୁଦ୍ଧ ବନ୍ଦ ହେବ ବୋଲି କହିଥିଲେ। ଏହି ସମୟରେ ସେ ଜାତିସଂଘ ଆଭିମୁଖ୍ୟକୁ ମଧ୍ୟ ତୀବ୍ର ସମାଲୋଚନା କରିବାକୁ ପଛାଇ ନଥିଲେ। ଇସ୍ରାଏଲ ନିଜର ଅସ୍ତିତ୍ବ ପାଇଁ ବର୍ଷ ବର୍ଷ ଧରି ଲଢେଇ କରୁଥିଲା ବେଳେ କିଛି ରାଷ୍ଟ୍ର କେବଳ ରାଜନୀତି କରିବା ଉଦ୍ଦେଶ୍ୟରେ ଏଠାରେ ଟିକା ଟିପ୍ପଣୀ ଦେଉଛନ୍ତି ବୋଲି ନେତନ୍ୟାହୁ କହିଥିଲେ। ତେବେ ନେତନ୍ୟାହୁଙ୍କ ଏହି ଭାଷଣର ମାତ୍ର କିଛି ଘଣ୍ଟା ପରେ ହାସନ ନସରଲ୍ଲାଙ୍କୁ ହତ୍ୟା କରାଯାଇଛି। ତେବେ ନସରଲ୍ଲାଙ୍କ ମୃତ୍ୟୁ ଖବର ପ୍ରସାରିତ ହେବା ପରେ ମଧ୍ୟପ୍ରାଚ୍ୟରେ ଉତ୍ତେଜନା ବଢିଛି। ଇରାନର ସର୍ବୋଚ୍ଚ ନେତା ଆୟାତୋଲ୍ଲା ଖେମନେଇ ତୁରନ୍ତ ଜରୁରୀ ବୈଠକ ଡାକି ସ୍ଥିତି ସମୀକ୍ଷା କରିଥିଲା ବେଳେ ଇସ୍ରାଏଲ ବିରୋଧରେ ସବୁ ଇସଲାମିକ୍ ରାଷ୍ଟ୍ର ଏକାଠି ହେବାକୁ ଆହ୍ବାନ ଦେଇଛନ୍ତି।