‘ଅପରେସନ ଅଜୟ’ ଜାରି: ଦ୍ୱିତୀୟ ପର୍ଯ୍ୟାୟରେ ଯୁଦ୍ଧଗ୍ରସ୍ତ ଇସ୍ରାଏଲରୁ ସୁରକ୍ଷିତ ଫେରିଲେ ଆଉ ୨୩୫ ଭାରତୀୟ

The Sakala Picture
Published On

ନୂଆଦିଲ୍ଲୀ: କେନ୍ଦ୍ର ସରକାରଙ୍କ ‘ଅପରେସନ ଅଜୟ’ ହେଉଛି ସଫଳ । ଦ୍ୱିତୀୟ ପର୍ଯ୍ୟାୟରେ ଦ୍ଧଗ୍ରସ୍ତ ଇସ୍ରାଏଲରୁ ସୁରକ୍ଷିତ ଫେରିଲେ ୨୩୫ ଭାରତୀୟ । ରାଜଧାନୀ ଦିଲ୍ଲୀରେ ସୁରକ୍ଷିତ ଓହ୍ଲାଇଛନ୍ତି ଇସ୍ରାଏଲରେ ଫସିଥିବା ପ୍ରବାସୀ ଭାରତୀୟ । ଇସ୍ରାଏଲରେ ଚାଲିଥିବା ଯୁଦ୍ଧ ଭିତରେ ୧୮ହଜାର ଭାରତୀୟ ଫସି ରହିଛନ୍ତି । କେନ୍ଦ୍ର ସରକାରଙ୍କ ‘ଅପରେସନ୍ ଅଜୟ’ ଜରିଆରେ ସବୁ ଭାରତୀୟଙ୍କୁ ସୁରକ୍ଷିତ ସ୍ୱଦେଶ ଫେରାଇ ଆଣିବା ପାଇଁ ଚାଲିିଛି ଉଦ୍ୟମ । କେନ୍ଦ୍ର ମନ୍ତ୍ରୀ ରାଜକୁମାର ରଂଜନ ବିମାନ […]

ନୂଆଦିଲ୍ଲୀ: କେନ୍ଦ୍ର ସରକାରଙ୍କ ‘ଅପରେସନ ଅଜୟ’ ହେଉଛି ସଫଳ । ଦ୍ୱିତୀୟ ପର୍ଯ୍ୟାୟରେ ଦ୍ଧଗ୍ରସ୍ତ ଇସ୍ରାଏଲରୁ ସୁରକ୍ଷିତ ଫେରିଲେ ୨୩୫ ଭାରତୀୟ । ରାଜଧାନୀ ଦିଲ୍ଲୀରେ ସୁରକ୍ଷିତ ଓହ୍ଲାଇଛନ୍ତି ଇସ୍ରାଏଲରେ ଫସିଥିବା ପ୍ରବାସୀ ଭାରତୀୟ । ଇସ୍ରାଏଲରେ ଚାଲିଥିବା ଯୁଦ୍ଧ ଭିତରେ ୧୮ହଜାର ଭାରତୀୟ ଫସି ରହିଛନ୍ତି । କେନ୍ଦ୍ର ସରକାରଙ୍କ ‘ଅପରେସନ୍ ଅଜୟ’ ଜରିଆରେ ସବୁ ଭାରତୀୟଙ୍କୁ ସୁରକ୍ଷିତ ସ୍ୱଦେଶ ଫେରାଇ ଆଣିବା ପାଇଁ ଚାଲିିଛି ଉଦ୍ୟମ ।

ଆହୁରି ପଢ଼ନ୍ତୁ: ଜନ୍ତର ମନ୍ତରରେ CJP ର ବିକ୍ଷୋଭ: ଦିଲ୍ଲୀରେ ୧୬ଟି ମେଟ୍ରୋ ଷ୍ଟେସନ ବନ୍ଦ

କେନ୍ଦ୍ର ମନ୍ତ୍ରୀ ରାଜକୁମାର ରଂଜନ ବିମାନ ବନ୍ଦରରେ ଇସ୍ରାଏଲରୁ ଫେରିଥିବା ଲୋକଙ୍କୁ ସ୍ୱାଗତ କରିଥିଲେ । ଇସ୍ରାଏଲରୁ ଦ୍ୱିତୀୟ ବିମାନରେ ଫେରିଥିବା ଲୋକମାନେ ଭାରତ ସରକାରଙ୍କୁ କୃତଜ୍ଞତା ଜଣାଇଛନ୍ତି। ଶୁକ୍ରବାର ରାତିରେ ୨୩୫ ଜଣ ଭାରତୀୟ ତେଲ ଅବିବ୍ ବିମାନ ବନ୍ଦରରୁ ବାହାରିଥିଲେ । ଆଜି ସକାଳେ ସମସ୍ତେ ସୁରକ୍ଷିତ ଭାବେ ଦିଲ୍ଲୀରେ ପହଂଚିଛନ୍ତି । ବିମାନରେ ପହଂଚିବା ପରେ ‘ବନ୍ଦେ ମାତରମ’ ସ୍ଲୋଗାନ ଦେଇଥିଲେ ଭରତୀୟ । ଯୁଦ୍ଧର ବିଭୀଷିକା ଭିତରେ ସ୍ୱଦେଶ ଫେରିବାରୁ ଆଶ୍ୱସ୍ତ ହୋଇଛନ୍ତି ପ୍ରବାସୀ ଭାରତୀୟ। ଏହା ପୂର୍ବରୁ ଇସ୍ରାଏଲରୁ ପ୍ରଥମ ଚାର୍ଟର ବିମାନ ଗୁରୁବାର ବିଳମ୍ବିତ ରାତିରେ ବେନ ଗୁରିଅନ ବିମାନବନ୍ଦରରୁ ଭାରତ ଅଭିମୁଖେ ଯାତ୍ରା କରି ଶୁକ୍ରବାର ସକାଳେ ଭାରତୀୟ ରାଜଧାନୀ ଦିଲ୍ଲୀରେ ପହଞ୍ଚିଥିଲା। ପ୍ରଥମ ବିମାନରେ ୨୧୨ ଜଣ ଭାରତୀୟ ନାଗରିକ ଫେରିଥିଲେ ।

ଆହୁରି ପଢ଼ନ୍ତୁ: ନିଟ୍‌ ପେପର ଲିକ୍ ଓ ପୋଲିସ କାର୍ଯ୍ୟାନୁଷ୍ଠାନକୁ ବିରୋଧ: ସଂସଦ ବାହାରେ କଳା ପୋଷାକରେ ବିରୋଧୀ ସାଂସଦଙ୍କ ପ୍ରତିବାଦ

14 Oct 2023 By The Sakala

‘ଅପରେସନ ଅଜୟ’ ଜାରି: ଦ୍ୱିତୀୟ ପର୍ଯ୍ୟାୟରେ ଯୁଦ୍ଧଗ୍ରସ୍ତ ଇସ୍ରାଏଲରୁ ସୁରକ୍ଷିତ ଫେରିଲେ ଆଉ ୨୩୫ ଭାରତୀୟ

ନୂଆଦିଲ୍ଲୀ: କେନ୍ଦ୍ର ସରକାରଙ୍କ ‘ଅପରେସନ ଅଜୟ’ ହେଉଛି ସଫଳ । ଦ୍ୱିତୀୟ ପର୍ଯ୍ୟାୟରେ ଦ୍ଧଗ୍ରସ୍ତ ଇସ୍ରାଏଲରୁ ସୁରକ୍ଷିତ ଫେରିଲେ ୨୩୫ ଭାରତୀୟ । ରାଜଧାନୀ ଦିଲ୍ଲୀରେ ସୁରକ୍ଷିତ ଓହ୍ଲାଇଛନ୍ତି ଇସ୍ରାଏଲରେ ଫସିଥିବା ପ୍ରବାସୀ ଭାରତୀୟ । ଇସ୍ରାଏଲରେ ଚାଲିଥିବା ଯୁଦ୍ଧ ଭିତରେ ୧୮ହଜାର ଭାରତୀୟ ଫସି ରହିଛନ୍ତି । କେନ୍ଦ୍ର ସରକାରଙ୍କ ‘ଅପରେସନ୍ ଅଜୟ’ ଜରିଆରେ ସବୁ ଭାରତୀୟଙ୍କୁ ସୁରକ୍ଷିତ ସ୍ୱଦେଶ ଫେରାଇ ଆଣିବା ପାଇଁ ଚାଲିିଛି ଉଦ୍ୟମ ।

କେନ୍ଦ୍ର ମନ୍ତ୍ରୀ ରାଜକୁମାର ରଂଜନ ବିମାନ ବନ୍ଦରରେ ଇସ୍ରାଏଲରୁ ଫେରିଥିବା ଲୋକଙ୍କୁ ସ୍ୱାଗତ କରିଥିଲେ । ଇସ୍ରାଏଲରୁ ଦ୍ୱିତୀୟ ବିମାନରେ ଫେରିଥିବା ଲୋକମାନେ ଭାରତ ସରକାରଙ୍କୁ କୃତଜ୍ଞତା ଜଣାଇଛନ୍ତି। ଶୁକ୍ରବାର ରାତିରେ ୨୩୫ ଜଣ ଭାରତୀୟ ତେଲ ଅବିବ୍ ବିମାନ ବନ୍ଦରରୁ ବାହାରିଥିଲେ । ଆଜି ସକାଳେ ସମସ୍ତେ ସୁରକ୍ଷିତ ଭାବେ ଦିଲ୍ଲୀରେ ପହଂଚିଛନ୍ତି । ବିମାନରେ ପହଂଚିବା ପରେ ‘ବନ୍ଦେ ମାତରମ’ ସ୍ଲୋଗାନ ଦେଇଥିଲେ ଭରତୀୟ । ଯୁଦ୍ଧର ବିଭୀଷିକା ଭିତରେ ସ୍ୱଦେଶ ଫେରିବାରୁ ଆଶ୍ୱସ୍ତ ହୋଇଛନ୍ତି ପ୍ରବାସୀ ଭାରତୀୟ। ଏହା ପୂର୍ବରୁ ଇସ୍ରାଏଲରୁ ପ୍ରଥମ ଚାର୍ଟର ବିମାନ ଗୁରୁବାର ବିଳମ୍ବିତ ରାତିରେ ବେନ ଗୁରିଅନ ବିମାନବନ୍ଦରରୁ ଭାରତ ଅଭିମୁଖେ ଯାତ୍ରା କରି ଶୁକ୍ରବାର ସକାଳେ ଭାରତୀୟ ରାଜଧାନୀ ଦିଲ୍ଲୀରେ ପହଞ୍ଚିଥିଲା। ପ୍ରଥମ ବିମାନରେ ୨୧୨ ଜଣ ଭାରତୀୟ ନାଗରିକ ଫେରିଥିଲେ ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର