ଲୋକସଭା ସାଂସଦ ପଦ ଫେରିପାଇଲେ ରାହୁଲ ଗାନ୍ଧୀ

The Sakala Picture
Published On

ନୂଆଦିଲ୍ଲୀ: ଲୋକସଭା ସାଂସଦ ପଦ ଫେରିପାଇଲେ ରାହୁଲ ଗାନ୍ଧୀ । ଲୋକସଭା ସଚିବାଳୟ ପକ୍ଷରୁ ଏ ନେଇ ଆଜି ଜାରି ହୋଇଛି ବିଜ୍ଞପ୍ତି । ମୋଦୀ ସରନେମ୍‌କୁ ନେଇ ବିବାଦୀୟ ବୟାନ ମାମଲାରେ ସୁପ୍ରିମକୋର୍ଟରୁ ସୁପ୍ରିମ୍ ଆଶ୍ବସ୍ତି ମିଳିବା ପରେ ଏବେ ରାହୁଲ ଗାନ୍ଧୀ ସାଂସଦ ପଦ ଫେରି ପାଇଛନ୍ତି। ମୋଦୀ ସାଙ୍ଗିଆକୁ ନେଇ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ବିରୋଧରେ ହୋଇଥିବା ମାନହାନୀ ମାମଲାରେ ରାହୁଲଙ୍କୁ ସର୍ବୋଚ୍ଚ ନ୍ୟାୟାଳୟରୁ ବଡ଼ ଆଶ୍ବସ୍ତି ମିଳିଥିଲା। ଏହି ମାମଲାରେ […]

ନୂଆଦିଲ୍ଲୀ: ଲୋକସଭା ସାଂସଦ ପଦ ଫେରିପାଇଲେ ରାହୁଲ ଗାନ୍ଧୀ । ଲୋକସଭା ସଚିବାଳୟ ପକ୍ଷରୁ ଏ ନେଇ ଆଜି ଜାରି ହୋଇଛି ବିଜ୍ଞପ୍ତି । ମୋଦୀ ସରନେମ୍‌କୁ ନେଇ ବିବାଦୀୟ ବୟାନ ମାମଲାରେ ସୁପ୍ରିମକୋର୍ଟରୁ ସୁପ୍ରିମ୍ ଆଶ୍ବସ୍ତି ମିଳିବା ପରେ ଏବେ ରାହୁଲ ଗାନ୍ଧୀ ସାଂସଦ ପଦ ଫେରି ପାଇଛନ୍ତି।

ଆହୁରି ପଢ଼ନ୍ତୁ: ବାୟୁସେନାରୁ ଅବସର ନେଲେ ପାକିସ୍ତାନର F-16 ଖସାଇଥିବା ହିରୋ ଅଭିନନ୍ଦନ ବର୍ଦ୍ଧମାନ, ଘରୋଇ ଏୟାରଲାଇନ୍ସ FLY91 ରେ ସାମିଲ

ମୋଦୀ ସାଙ୍ଗିଆକୁ ନେଇ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ବିରୋଧରେ ହୋଇଥିବା ମାନହାନୀ ମାମଲାରେ ରାହୁଲଙ୍କୁ ସର୍ବୋଚ୍ଚ ନ୍ୟାୟାଳୟରୁ ବଡ଼ ଆଶ୍ବସ୍ତି ମିଳିଥିଲା। ଏହି ମାମଲାରେ ଗୁଜରାଟ ନିମ୍ନ ଅଦାଲତ ରାହୁଲଙ୍କ ପ୍ରତି କରିଥିବା ଦଣ୍ଡାଦେଶ ଉପରେ ସୁପ୍ରିମକୋର୍ଟ ରୋକ୍‌ ଲଗାଇଥିଲା। ଏହାଛଡ଼ା ରାହୁଲ ଯେଭଳି ତାଙ୍କ ସାଂସଦ ପଦ ଫେରି ପାଇବେ ସେଥିନେଇ ତୁରନ୍ତ ପ୍ରକ୍ରିୟା ଆରମ୍ଭ କରିବାକୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଥିଲେ। ଫଳରେ ରାହୁଲ ହରାଇଥିବା ସାଂସଦ ପଦ ପୁଣିଥରେ ଫେରି ପାଇବାକୁ ବାଟ ଖୋଲିଥିଲା।

ଆହୁରି ପଢ଼ନ୍ତୁ: ପାକିସ୍ତାନ ସୀମା ନିକଟରେ ବାୟୁସେନାର ମେଗା ସମରାଭ୍ୟାସ, ସିଜ୍ ହେଲା ଆକାଶମାର୍ଗ, ଗର୍ଜିବେ ଯୁଦ୍ଧ ବିମାନ

ଏହି ମାନହାନୀ ମାମଲାରେ ଗୁଜରାଟ ନିମ୍ନ ଅଦାଲତ ରାହୁଲଙ୍କୁ ଦୋଷୀ ସାବ୍ୟସ୍ତ କରିବା ସହିତ ଦୁଇ ବର୍ଷ ଜେଲ ଦଣ୍ଡାଦେଶ କରିଥିଲେ। ଯେଉଁଥିପାଇଁ ତାଙ୍କୁ ସାଂସଦ ପଦ ହରାଇବାକୁ ପଡ଼ିଥିଲା। ପରେ ରାହୁଲ ନିମ୍ନ ଅଦାଲତଙ୍କ ରାୟକୁ ଗୁଜରାଟ ହାଇକୋର୍ଟରେ ଚ୍ୟାଲେଞ୍ଜ କରିିÒଲେ ମଧ୍ୟ ହାଇକୋର୍ଟ ନିମ୍ନ ଅଦାଲତଙ୍କ ନିଷ୍ପତ୍ତିକୁ କାଏମ ରଖିଥିଲେ। ଏହାପରେ ରାହୁଲ ସୁପ୍ରିମକୋର୍ଟର ଦ୍ବାରସ୍ଥ ହୋଇଥିଲା ବେଳେ ଶୁକ୍ରବାର ଏହି ପ୍ରସଙ୍ଗରେ ଶୁଣାଣି ହୋଇଥିଲା। ସୁପ୍ରିମକୋର୍ଟ ଜଷ୍ଟିସ୍‌ ବି ଆର ଗବାଇ, ଜଷ୍ଟିସ୍‌ ପି ଏସ ନରସିହମା ଏବଂ ଜଷ୍ଟିସ୍‌ ସଞ୍ଜୟ କୁମାରଙ୍କ ଦ୍ବାରା ଗଠିତ ଖଣ୍ଡପୀଠ ଏହି ମାମଲାର ଶୁଣାଣି କରି ନିମ୍ନ ଅଦାଲତ ରାହୁଲଙ୍କୁ ଦେଇଥିବା ଦୁଇ ବର୍ଷ ଜେଲ ଦଣ୍ଡାଦେଶ ପାଇଁ କୌଣସି ନିର୍ଦ୍ଦିଷ୍ଟ କାରଣ ନାହିଁ ବୋଲି କହିଥିଲେ। ଯଦିଓ ଜଣେ ରାଜନେତା ଭାବେ ରାହୁଲ ଏକ ନିର୍ଦ୍ଦିଷ୍ଟ ସାଙ୍ଗିଆ ପ୍ରତି ଅସମ୍ମାନଜନକ ଟିପ୍ପଣୀ କରିବା ଆଦୌ ସମୀଚିନ ହୋଇ ନାହିଁ; ତଥାପି ତାଙ୍କ ପ୍ରତି ସର୍ବାଧିକ ଦୁଇ ବର୍ଷର ଜେଲ ଦଣ୍ଡାଦେଶ କରିବାକୁ ସେଭଳି କିଛି କାରଣ ନାହିଁ ବୋଲି ଖଣ୍ଡପୀଠ କହିଥିଲେ। ନିମ୍ନ ଅଦାଲତଙ୍କ ଦଣ୍ଡାଦେଶ କେବଳ ରାହୁଲଙ୍କୁ ନୁହେଁ, ବରଂ ଭୋଟରମାନଙ୍କୁ ମଧ୍ୟ ପ୍ରଭାବିତ କରିଛି ବୋଲି କୋର୍ଟ କହିଥିଲେ। ତେଣୁ ରାହୁଲ ଯେଭଳି ତାଙ୍କ ସାଂସଦ ପଦ ଫେରିପାଇବେ ସେଥିନେଇ ଆବଶ୍ୟକ ପ୍ରକ୍ରିୟା ଆରମ୍ଭ କରିବାକୁ କୋର୍ଟ କହିଥିଲେ।

ଆହୁରି ପଢ଼ନ୍ତୁ: ଝାରସୁଗୁଡ଼ା-ଖଡ଼ଗପୁର ୪ ଲେନ୍‌ ରେଲୱେ ଟ୍ରାକ୍‌କୁ ଅର୍ଥନୈତିକ ବ୍ୟାପାର କ୍ୟାବିନେଟ୍‌ କମିଟିର ଅନୁମୋଦନ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର