ବିହାରର କଟିହାରରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା; ୬ମୃତ, ୩ ଗୁରୁତର

The Sakala Picture
Published On

କଟିହାର: ବିହାରର କଟିହାରରେ କୁସ୍ରେଲା ଥାନା ଅନ୍ତର୍ଗତ ୩୧ ନମ୍ବର ରାଷ୍ଟ୍ରୀୟ ରାଜପଥରେ ମଙ୍ଗଳବାକ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି । ଟ୍ରକ ଓ ସ୍କର୍ପିଓ ମଧ୍ୟରେ ଧକ୍କା ହୋଇ ୬ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୩ ଜଣ ଗୁରୁତର ଆହତ ହୋଇଛନ୍ତି। ମୃତକମାନେ ସମସ୍ତିପୁର ଜିଲାର ରୋସଡାର ବାସିନ୍ଦା ବୋଲି ଜଣାପଡିଛି। ସୂଚନା ଅନୁଯାୟୀ, ଦ୍ରୁତ ଗତିରେ ଆସୁଥିବା ଟ୍ରକ ଓ ସ୍କ୍ରପିଓ ମଧ୍ୟରେ ଧକ୍କା ହୋଇଥିଲା। ଫଳରେ ସ୍କର୍ପିଓରେ ଥିବା ୯ […]

କଟିହାର: ବିହାରର କଟିହାରରେ କୁସ୍ରେଲା ଥାନା ଅନ୍ତର୍ଗତ ୩୧ ନମ୍ବର ରାଷ୍ଟ୍ରୀୟ ରାଜପଥରେ ମଙ୍ଗଳବାକ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି । ଟ୍ରକ ଓ ସ୍କର୍ପିଓ ମଧ୍ୟରେ ଧକ୍କା ହୋଇ ୬ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୩ ଜଣ ଗୁରୁତର ଆହତ ହୋଇଛନ୍ତି। ମୃତକମାନେ ସମସ୍ତିପୁର ଜିଲାର ରୋସଡାର ବାସିନ୍ଦା ବୋଲି ଜଣାପଡିଛି।

ଆହୁରି ପଢ଼ନ୍ତୁ: ଇରାନ ବିରୋଧରେ ଯୁଦ୍ଧ ପ୍ରସ୍ତୁତି: ମଧ୍ୟପ୍ରାଚ୍ୟକୁ ତୃତୀୟ ଏୟାରକ୍ରାଫ୍ଟ କ୍ୟାରିୟର ସହ ୯,୦୦୦ ସୈନ୍ୟ ପଠାଉଛନ୍ତି ଟ୍ରମ୍ପ

ସୂଚନା ଅନୁଯାୟୀ, ଦ୍ରୁତ ଗତିରେ ଆସୁଥିବା ଟ୍ରକ ଓ ସ୍କ୍ରପିଓ ମଧ୍ୟରେ ଧକ୍କା ହୋଇଥିଲା। ଫଳରେ ସ୍କର୍ପିଓରେ ଥିବା ୯ ଯାତ୍ରୀଙ୍କ ମଧ୍ୟରୁ ୬ ଜଣଙ୍କର ମୃତ୍ୟୁ ବେଳେ ଅନ୍ୟ ୩ ଜଣ ଗୁରୁତର ଆହତ ହୋଇଥିଲେ। ଆହତଙ୍କୁ ଉଦ୍ଧାର କରାଯାଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଖବର ପାଇ ଘଟଣାସ୍ଥଳରେ ପ୍ରଶାସନ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

ଆହୁରି ପଢ଼ନ୍ତୁ: ଦିଲ୍ଲୀ ବଦଳରେ ମୁମ୍ବାଇରୁ କାହିଁକି ଆନ୍ଦୋଳନ କରୁଛନ୍ତି ସିଜେପି ନେତା ଅଭିଜୀତ ଡିପକେ?

ଏହି ଦୁର୍ଘଟଣାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଟ୍ୱିଟ କରି ଗଭୀର ଦୁଃଖ ପ୍ରକାଶ କରିଛନ୍ତି। ମୃତକଙ୍କ ପରିବାର ଓ ଆତ୍ମୀୟମାନଙ୍କ ପ୍ରତି ଗଭୀର ସମବେଦନା ପ୍ରକାଶ କରିଛନ୍ତି। ଆହତଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି।

ଆହୁରି ପଢ଼ନ୍ତୁ: ସିଜେପି-କଂଗ୍ରେସ ମୁହାଁମୁହିଁ: 'ଆପ୍' ଇସାରାରେ ସିଜେପି ଚାଲୁଥିବା ନେଇ କଂଗ୍ରେସର ସାଂଘାତିକ ଅଭିଯୋଗ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର