ଇଣ୍ଟରପୋଲର ୱାଣ୍ଟେଡ ତାଲିକାରୁ ହଟିଲା ମେହୁଲ ଚୋକ୍‌ସୀଙ୍କ ନାମ

The Sakala Picture
Published On

ନୂଆଦିଲ୍ଲୀ:  ଭାରତ ସରକାରଙ୍କ ଦ୍ବାରା ଦ୍ୱାରା ପଳାତକ ଘୋଷିତ ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ (ପିଏନ୍‌ବି) ଠକେଇ ଘଟଣାର ମୁଖ୍ୟ ଅଭିଯୁକ୍ତ ନିରବ ମୋଦୀଙ୍କ ମାମଁ ବ୍ୟବସାୟୀ ମେହୁଲ ଚୋକ୍‌ସୀଙ୍କୁ ବଡ଼ ଆଶ୍ୱସ୍ତି ମିଳିଛି। ଇଣ୍ଟରପୋଲ ଚୋକ୍‌ସୀଙ୍କ ବିରୋଧରେ ଜାରି କରାଯାଇଥିବା ରେଡ୍‌ କର୍ଣ୍ଣର ନୋଟିସ୍‌ (ଆରସିଏନ)କୁ ପ୍ରତ୍ୟାହାର କରିନେଇଛି। ଏହାର ଅର୍ଥ ଆଉ ଅନ୍ତର୍ଜାତୀୟ ସ୍ତରରେ ଚୋକିସ ୱାଣ୍ଟେଡ୍‌ ଲିଷ୍ଟରେ ନାହାଁନ୍ତି। ଏହାଫଳରେ ସିବିଆଇ ଏବଂ ଇଡିକୁ ଏକ ବଡ ଝଟ୍‌କା ଲାଗିଛି। ଏହାର ଅର୍ଥ ହେଉଛି […]

ନୂଆଦିଲ୍ଲୀ:  ଭାରତ ସରକାରଙ୍କ ଦ୍ବାରା ଦ୍ୱାରା ପଳାତକ ଘୋଷିତ ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ (ପିଏନ୍‌ବି) ଠକେଇ ଘଟଣାର ମୁଖ୍ୟ ଅଭିଯୁକ୍ତ ନିରବ ମୋଦୀଙ୍କ ମାମଁ ବ୍ୟବସାୟୀ ମେହୁଲ ଚୋକ୍‌ସୀଙ୍କୁ ବଡ଼ ଆଶ୍ୱସ୍ତି ମିଳିଛି। ଇଣ୍ଟରପୋଲ ଚୋକ୍‌ସୀଙ୍କ ବିରୋଧରେ ଜାରି କରାଯାଇଥିବା ରେଡ୍‌ କର୍ଣ୍ଣର ନୋଟିସ୍‌ (ଆରସିଏନ)କୁ ପ୍ରତ୍ୟାହାର କରିନେଇଛି। ଏହାର ଅର୍ଥ ଆଉ ଅନ୍ତର୍ଜାତୀୟ ସ୍ତରରେ ଚୋକିସ ୱାଣ୍ଟେଡ୍‌ ଲିଷ୍ଟରେ ନାହାଁନ୍ତି। ଏହାଫଳରେ ସିବିଆଇ ଏବଂ ଇଡିକୁ ଏକ ବଡ ଝଟ୍‌କା ଲାଗିଛି। ଏହାର ଅର୍ଥ ହେଉଛି ୨ ବିଲିୟନ ଡଲାରର ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ ଠକେଇ ଘଟଣାରେ ଅଭିଯୁକ୍ତ ସାବ୍ୟସ୍ତ ଚୋକ୍‌ସୀଙ୍କୁ ଇଣ୍ଟରପୋଲ ପାଇଁ ଆଉ ଚାହୁଁନାହିଁ। ଚୋକ୍‌ସୀ ଆଣ୍ଟିଗୁଆ ହାଇକୋର୍ଟରେ ଆବେଦନ କରିବା ପରେ ଇଣ୍ଟରପୋଲ ପକ୍ଷରୁ ଏହି ନିଷ୍ପତ୍ତି ନିଆଯାଇଛି। ଅପରପକ୍ଷେ ଭାରତରେ ଥିବା ଇଣ୍ଟରପୋଲର ନୋଡାଲ ଏଜେନ୍ସି ପକ୍ଷରୁ ସିବିଆଇ କିମ୍ବା ଭାରତ ସରକାରଙ୍କୁ ଏ ସମ୍ପର୍କରେ ଅବଗତ କରାଯାଇ ନ ଥିବା ଜଣାଯାଇଛି। ଚୋକ୍‌ସୀଙ୍କ ଉପରୁ ଇଣ୍ଟରପୋଲ୍‌ର କଟକଣା ହଟିବା ପରେ ଏବେ ସେ ଅନାୟସରେ ବିଶ୍ୱର ଯେ କୌଣସି ଦେଶକୁ ଯାତ୍ରା କରିପାରିବେ।

ଆହୁରି ପଢ଼ନ୍ତୁ: ମୁଖ୍ୟ ନିର୍ବାଚନ ଆୟୁକ୍ତ ଜ୍ଞାନେଶ କୁମାରଙ୍କ ଇସ୍ତଫା ଦାବି: ଅକ୍ଟୋବର ୨ରେ CJP ର ମୁମ୍ବାଇ ଆନ୍ଦୋଳନ ଏବଂ ପ୍ରମୁଖ ଦାବି

ଚୋକ୍‌ସୀ ଆଣ୍ଟିଗୁଆ ହାଇକୋର୍ଟରେ ଆବେଦନରେ କହିଥିଲେ ଯେ ଦୁଇ ଜଣ ଭାରତୀୟ ଏଜେଣ୍ଟ ନିଜକୁ ର’ର ସଦସ୍ୟ କହି ତାଙ୍କୁ ଆଣ୍ଟିଗୁଆରୁ ଅପହରଣ କରି ନେଇଥିଲେ। ଏହାପରେ ତାଙ୍କୁ ୨୦୨୧ ଜୁନ ମାସରେ ବଳପୂର୍ବକ ଡୋମିନିକାରେ ଛାଡ଼ିଦେଇଥିଲେ। ୨୦୧୮ରେ ଭାରତ ସରକାର ଆଣ୍ଟିଗୁଆକୁ ଚୋକ୍‌ସୀଙ୍କ ପ୍ରତ୍ୟର୍ପଣ ପାଇଁ କହିଥିଲେ। ଏହି ମାମଲାରେ ସେ ଏଥିରେ ଭାରତ ସରକାରଙ୍କୁ ପକ୍ଷଭୁକ୍ତ କରିଥିଲେ। ସୂଚନାନୁସାରେ, ଇଣ୍ଟରପୋଲର ଉପରୋକ୍ତ ନିଷ୍ପତ୍ତି ଉପରେ ସିବିଆଇ ଅଧିକାରୀମାନେ ପ୍ରଶ୍ନର ଉତ୍ତର ଦେବାକୁ ମନା କରିଦେଇଛନ୍ତି। ଏଠାରେ ସୂଚନାଯୋଗ୍ୟ ଯେ, ଚୋକ୍‌ସୀ ୨୦୧୮ରେ ଆଣ୍ଟିଗୁଆର ନାଗରିକତ୍ୱ ପାଇସାରିଛନ୍ତି। ତେବେ ଭାରତୀୟ କର୍ତ୍ତୃପକ୍ଷ ତାଙ୍କ ପାସପୋର୍ଟକୁ ବାତିଲ୍‌ କରିନାହାଁନ୍ତି।

ଆହୁରି ପଢ଼ନ୍ତୁ: CEC ଜ୍ଞାନେଶ କୁମାରଙ୍କ ନିଲମ୍ବନ ଦାବି ଉପରେ ଅନ୍ତରୀଣ ଆଦେଶ ଦେବାକୁ ମନା କଲେ ସୁପ୍ରିମକୋର୍ଟ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର