‘ଇଡି’ରେ ହାଜର ହେଲେ ‘କେସିଆର୍‌’ଙ୍କ ଝିଅ କେ. କବିତା

The Sakala Picture
Published On

ନୂଆଦିଲ୍ଲୀ : ଦିଲ୍ଲୀର ଅବକାରୀ ଦୁର୍ନୀତିରେ ଫସି ରହିଥିଲେ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ. ଚନ୍ଦ୍ରଶେଖର ରାଓଙ୍କ ଝିଅ ତଥା ବିଆରଏସ ବିଧାୟକ କେ. କବିତା ଇଡିରେ ସୋମବାର ହାଜର ହୋଇଛନ୍ତି। କବିତା ଦିଲ୍ଲୀର ପିତାଙ୍କ ବାସଭବନରୁ ଇଡି କାର୍ଯ୍ୟାଳୟରେ ପହଞ୍ଚିଥିଲେ। ମଦ ନୀତି ମାମଲାରେ ଟଙ୍କା ନେଣଦେଣକୁ ନେଇ କବିତାଙ୍କ ଜେରା କରୁଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ। ଇଡି ସମନ ପାଇବା ପରେ କେ. କବିତା କେନ୍ଦ୍ର ସରକାରଙ୍କୁ ଟାର୍ଗେଟ୍‌ କରିଥିଲେ। ସେ ଏହାକୁ ଏକ ରାଜନୈତିକ ଷଡଯନ୍ତ୍ର […]

ନୂଆଦିଲ୍ଲୀ : ଦିଲ୍ଲୀର ଅବକାରୀ ଦୁର୍ନୀତିରେ ଫସି ରହିଥିଲେ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ. ଚନ୍ଦ୍ରଶେଖର ରାଓଙ୍କ ଝିଅ ତଥା ବିଆରଏସ ବିଧାୟକ କେ. କବିତା ଇଡିରେ ସୋମବାର ହାଜର ହୋଇଛନ୍ତି। କବିତା ଦିଲ୍ଲୀର ପିତାଙ୍କ ବାସଭବନରୁ ଇଡି କାର୍ଯ୍ୟାଳୟରେ ପହଞ୍ଚିଥିଲେ। ମଦ ନୀତି ମାମଲାରେ ଟଙ୍କା ନେଣଦେଣକୁ ନେଇ କବିତାଙ୍କ ଜେରା କରୁଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ। ଇଡି ସମନ ପାଇବା ପରେ କେ. କବିତା କେନ୍ଦ୍ର ସରକାରଙ୍କୁ ଟାର୍ଗେଟ୍‌ କରିଥିଲେ। ସେ ଏହାକୁ ଏକ ରାଜନୈତିକ ଷଡଯନ୍ତ୍ର ବୋଲି କହିଛନ୍ତି। ମାର୍ଚ୍ଚ ୨ରେ ଆମେ ମହିଳା ସଂରକ୍ଷଣ ବିଲ ସମ୍ବନ୍ଧରେ ଏକ ପୋଷ୍ଟର ପ୍ରକାଶ କରିଥିଲୁ।

ଆହୁରି ପଢ଼ନ୍ତୁ: ଇରାନ ସହ ଯୁଦ୍ଧ ପ୍ରସ୍ତୁତି: ୨୦୨୭ ଯାଏଁ ମଧ୍ୟପ୍ରାଚ୍ୟରେ ମୁତୟନ ରହିବେ ଆମେରିକୀୟ ସେନା

ବିରୋଧୀ ଦଳର ୧୮ଟି ଦଳ ଏଥିରେ ଭାଗ ନେବାକୁ ଯାଉଥିଲେ। କିନ୍ତୁ ଏହାପୂର୍ବରୁ ଇଡି ମୋତେ ମାର୍ଚ୍ଚ ୯ରେ ଡକାଇଲା। ଅବକାରୀ ଦୁର୍ନୀତିରେ ଆମ ଆଦମୀ ଦଳର ନେତାମାନଙ୍କୁ ୧୦୦ କୋଟି ଟଙ୍କା ଲାଞ୍ଚ ଦେବାର ଅଭିଯୋଗ ରହିଛି। ଏହି ମାମଲାରେ ହାଇଦ୍ରାବାଦ ବ୍ୟବସାୟୀ ଅରୁଣ ପିଲ୍ଲାଇଙ୍କୁ ଗିରଫ କରାଯାଇଛି। ଅଭିଯୋଗ ହୋଇଛି ଯେ, ଅରୁଣଙ୍କ ଦ୍ୱାରା ପରିଚାଳିତ କମ୍ପାନୀ କବିତାଙ୍କର ଅଟେ। କବିତାଙ୍କର ୬୫ ପ୍ରତିଶତ ଅଂଶଧନ ଅଛି। ଅରୁଣ ଏହି କମ୍ପାନୀକୁ ପ୍ରତିନିଧିତ୍ୱ କରୁଥିଲେ। କୁହାଯାଉଛି ଯେ, କବିତା ଏବଂ ଆମ ଆଦମୀ ପାର୍ଟି ମଧ୍ୟରେ ଏକ ଚୁକ୍ତି ହୋଇଥିଲା।

ଆହୁରି ପଢ଼ନ୍ତୁ: ଶ୍ରୀନଗର ବିମାନବନ୍ଦରରେ ଅଘଟଣ: ପାର୍କିଂ ବେଳେ ଖୁଣ୍ଟରେ ପିଟି ହେଲା ଇଣ୍ଡିଗୋ ବିମାନ, ସମସ୍ତ ଯାତ୍ରୀ ସୁରକ୍ଷିତ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର