ଗଲୱାନ ସଂଘର୍ଷକୁ ନେଇ ଉଠାଇଥିଲେ ପ୍ରଶ୍ନ, ୩ ସାମ୍ବାଦିକଙ୍କୁ ଗିରଫକଲା ଚୀନ୍‌

The Sakala Picture
Published On

ବେଜିଂ: ଗତ ବର୍ଷ ଜୁନ ୧୫ରେ ହୋଇଥିବା ଗଲୱାନ ସଂଘର୍ଷରେ ନିଜର ୪ ଯବାନଙ୍କ ମୃତ୍ୟୁ ହୋଇଛି ବୋଲି ଚୀନ ଦାବି କରିଥିଲା। ତେବେ ଏହି ତଥ୍ୟକୁ ନେଇ ପ୍ରଶ୍ନ ଉଠାଇବାରୁ ୩ ଜଣ ସାମ୍ବାଦିକଙ୍କୁ ଚୀନ ଗିରଫ କରିଛି। ଏମାନଙ୍କ ମଧ୍ୟରେ ଅନୁସନ୍ଧାନକାରୀ ସାମ୍ବାଦିକ କିଉ ଜିମିଂ(୩୮) ସାମିଲ ଅଛନ୍ତି। ତାଙ୍କୁ ନାନଜିଂରୁ ଶନିବାର ଗିରଫ କରାଯାଇଛି। କିଛି ଦିନ ତଳେ ଗଲୱାନ ସଂଘର୍ଷରେ ଚୀନର ୪୫ ଯବାନ ମରିଛନ୍ତି ବୋଲି ଭାରତର ପୂର୍ବତନ ନର୍ଦର୍ଣ୍ଣ […]

ବେଜିଂ: ଗତ ବର୍ଷ ଜୁନ ୧୫ରେ ହୋଇଥିବା ଗଲୱାନ ସଂଘର୍ଷରେ ନିଜର ୪ ଯବାନଙ୍କ ମୃତ୍ୟୁ ହୋଇଛି ବୋଲି ଚୀନ ଦାବି କରିଥିଲା। ତେବେ ଏହି ତଥ୍ୟକୁ ନେଇ ପ୍ରଶ୍ନ ଉଠାଇବାରୁ ୩ ଜଣ ସାମ୍ବାଦିକଙ୍କୁ ଚୀନ ଗିରଫ କରିଛି। ଏମାନଙ୍କ ମଧ୍ୟରେ ଅନୁସନ୍ଧାନକାରୀ ସାମ୍ବାଦିକ କିଉ ଜିମିଂ(୩୮) ସାମିଲ ଅଛନ୍ତି। ତାଙ୍କୁ ନାନଜିଂରୁ ଶନିବାର ଗିରଫ କରାଯାଇଛି।
କିଛି ଦିନ ତଳେ ଗଲୱାନ ସଂଘର୍ଷରେ ଚୀନର ୪୫ ଯବାନ ମରିଛନ୍ତି ବୋଲି ଭାରତର ପୂର୍ବତନ ନର୍ଦର୍ଣ୍ଣ କମାଣ୍ଡ ମୁଖ୍ୟ ଲେଫ୍ଟନାଣ୍ଟ ଜେନେରାଲ ଦାବି କରିଥିଲେ। ସେହିପରି ଋଷିଆର ଟାସ୍ ଏଜେନ୍ସି ମଧ୍ୟ ସମାନ ଦାବି କରିଥିଲା। ଚୀନର ଏହି ବ୍ଲଗରମାନେ କହିଛନ୍ତି ଯେ ଗଲୱାନରେ ଅଧିକ ଚୀନ ଯବାନ ନିହତ ହୋଇଛନ୍ତି। ଭାରତ ସରକାର ସଙ୍ଗେ ସଙ୍ଗେ ମୃତ ସୈନିକଙ୍କ ସଂଖ୍ୟା ଘୋଷଣା କରିଥିବାବେଳେ ଚୀନକୁ ଆଠ ମାସ ସମୟ କାହିଁକି ଲାଗିଲା ବୋଲି ସେମାନେ ପ୍ରଶ୍ନ କରିଥିଲେ। ସମାନ କାରଣକୁ ନେଇ ବେଜିଂରୁ ଅନ୍ୟ ଜଣେ ସାମ୍ବାଦିକଙ୍କୁ ରବିବାର ଗିରଫ କରାଯାଇଛି। ତେବେ ଏ ବିଷୟରେ ଅଧିକ ସୂଚନା ମିଳିପାରି ନାହିଁ। ଏହା ବ୍ୟତୀତ ସେନାକୁ ଅପମାନିତ କରୁଥିବା ପୋଷ୍ଟ ଅଭିଯୋଗରେ ସିଚୁଆନର ଜଣେ ବ୍ଲଗରଙ୍କୁ ଗିରଫ କରାଯାଇଛି।

23 Feb 2021 By The Sakala

https://www.thesakala.in/national-international/china-arrests-3-bloggers-for-questioning-galwan-valley-clash/article-194
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର