ପ୍ରବଳ ବର୍ଷାରେ ବେହାଲ ତାମିଲନାଡୁର ନାଗପଟ୍ଟିନମ ଓ ତିରୁଭାରୁର୍ ଜିଲ୍ଲା; ବିଭିନ୍ନ ସ୍ଥାନରେ ବିଗିଡିଲା ସ୍ଥିତି

The Sakala Picture
Published On

ଚେନ୍ନାଇ: ଅବିଶ୍ରାନ୍ତ ବର୍ଷାରେ ବେହାଲ ତାମିଲନାଡ଼ୁ ଅନ୍ତର୍ଗତ ନାଗପଟ୍ଟିନମ୍ ଓ ତିରୁଭାରୁର୍ ଜିଲ୍ଲା । ଗତକାଲିଠାରୁ ବିଭିନ୍ନ ଜିଲ୍ଲାରେ ଅବିଶ୍ରାନ୍ତ ବର୍ଷା ହେବା ଯୋଗୁ ଜନଜୀବନ ବିପର୍ଯ୍ୟସ୍ତ ହୋଇଛି । ବର୍ଷା ଯୋଗୁଁ ଜିଲ୍ଲାରେ ସ୍ଥିତି ବିଗିଡିବାରେ ଲାଗିଛି । ବିଭିନ୍ନ ସ୍ଥାନରେ ଲୋକେ ନାହିଁ ନଥିବା ଅସୁବିଧାର ସାମ୍ନା କରୁଛନ୍ତି । ତିରୁବରୁର ଜିଲ୍ଲାରେ ସ୍କୁଲ ବନ୍ଦ ହେବା ନେଇ ଘୋଷଣା କରାଯାଇଛି । ତାମିଲନାଡ଼ୁରୁ କାରାଇକାଲଠାରୁ ୪୦୦ କିଲୋମିଟର ଦୂର ତଥା ଶ୍ରୀଲଙ୍କା ଉପକୂଳରୁ […]

ଚେନ୍ନାଇ: ଅବିଶ୍ରାନ୍ତ ବର୍ଷାରେ ବେହାଲ ତାମିଲନାଡ଼ୁ ଅନ୍ତର୍ଗତ ନାଗପଟ୍ଟିନମ୍ ଓ ତିରୁଭାରୁର୍ ଜିଲ୍ଲା । ଗତକାଲିଠାରୁ ବିଭିନ୍ନ ଜିଲ୍ଲାରେ ଅବିଶ୍ରାନ୍ତ ବର୍ଷା ହେବା ଯୋଗୁ ଜନଜୀବନ ବିପର୍ଯ୍ୟସ୍ତ ହୋଇଛି । ବର୍ଷା ଯୋଗୁଁ ଜିଲ୍ଲାରେ ସ୍ଥିତି ବିଗିଡିବାରେ ଲାଗିଛି । ବିଭିନ୍ନ ସ୍ଥାନରେ ଲୋକେ ନାହିଁ ନଥିବା ଅସୁବିଧାର ସାମ୍ନା କରୁଛନ୍ତି । ତିରୁବରୁର ଜିଲ୍ଲାରେ ସ୍କୁଲ ବନ୍ଦ ହେବା ନେଇ ଘୋଷଣା କରାଯାଇଛି ।

ଆହୁରି ପଢ଼ନ୍ତୁ: ନେପାଳରେ ଭୟଙ୍କର ବନ୍ୟାର ୯ ଦିନ ପରେ ଜଳବିଦ୍ୟୁତ୍ ପ୍ରକଳ୍ପ ଟନେଲରୁ ଜୀବନ୍ତ ଉଦ୍ଧାର ହେଲେ ଦୁଇ ଶ୍ରମିକ

ତାମିଲନାଡ଼ୁରୁ କାରାଇକାଲଠାରୁ ୪୦୦ କିଲୋମିଟର ଦୂର ତଥା ଶ୍ରୀଲଙ୍କା ଉପକୂଳରୁ ୮୦ କିଲୋମିଟର ଦୂରରେ ବଙ୍ଗୋପସାଗରର ଦକ୍ଷିଣ ପଶ୍ଚିମରେ ଏକ ଲଘୁଚାପ ସୃଷ୍ଟି ହୋଇଥିବାରୁ କ୍ରମାଗତ ବର୍ଷା ଲାଗି ରହିଛି । ଏନେଇ ସୂଚନା ଦେଇଛି ଭାରତୀୟ ପାଣିପାଗ ବିଭାଗ । ଲଘୁଚାପ ପ୍ରଭାବରେ ତାମିଲନାଡ଼ୁ, ପୁଡୁଚେରୀ ଅନ୍ୟାନ୍ୟ ସ୍ଥାନରେ ବର୍ଷା ପ୍ରକୋପ ଦେଖାଦେଇଛି । ଆଜି ଓ ଆସନ୍ତାକାଲି ବର୍ଷାର ପ୍ରକୋପ ବଢ଼ିବା ଆଶଙ୍କା ରହିଛି । ସମୁଦ୍ର ମଧ୍ୟକୁ ନ ଯିବା ଲାଗି ଧୀବରଙ୍କୁ କରାଯାଇଛି ସତର୍କ । ୧୯୭୧ ପରେ ଏହା ୯ ଥର ଯେତେବେଳେ ଜାନୁଆରୀ-ଫେବ୍ରୁଆରୀ ମାସରେ ପାଣିପାଗ ଏଭଳି ପରିବର୍ତ୍ତନ ହୋଇଛି ।

ଆହୁରି ପଢ଼ନ୍ତୁ: ମହାରାଷ୍ଟ୍ରର ରଘୁବୀର ଘାଟରେ ପୁଣି ଭୂସ୍ଖଳନ: ରତ୍ନଗିରି-ସାତାରା ରାସ୍ତା ବନ୍ଦ, ଫସିଲା ଯାତ୍ରୀବାହୀ ବସ୍

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର