ସାଧାରଣ ଲୋକଙ୍କୁ ଆରବିଆଇର ଝଟ୍‌କା, ରେପୋ ରେଟ୍ ୦.୩୫ ପ୍ରତିଶତ ବୃଦ୍ଧି

The Sakala Picture
Published On

ନୂଆଦିଲ୍ଲୀ : ସାଧାରଣ ଲୋକଙ୍କୁ ଆରବିଆଇ ଝଟ୍‌କା । ଭାରତୀୟ ରିଜର୍ଭ ବ୍ୟାଙ୍କ ରେପୋ ରେଟ୍‌ ୩୫ ବେସିସ୍‌ ପ‌ଏଣ୍ଟ୍‌ ବଢ଼ାଇ ୬.୨୫% କରିଥିବା କଥା ଆଜି ଗଭର୍ଣ୍ଣର୍‌ ଶକ୍ତିକାନ୍ତ ଦାସ ଘୋଷଣା କରିଛନ୍ତି। ସବୁ ପ୍ରକାର ଲୋନ୍ ହେବ ମହଙ୍ଗା । ଏବେ ରେପୋ ରେଟ୍ ୫.୯୦ରୁ ବଢ଼ି ୬.୨୫ ପ୍ରତିଶତ ହୋଇଛି । ବିଶ୍ବ ଅର୍ଥନୈତିକ ଚିନ୍ତାଧାରା ମଧ୍ୟରେ ମୁଦ୍ରାସ୍ଫୀତିର ମୁକାବିଲା ପାଇଁ ଆରବିଆଇ ରେପୋ ହାର ବୃଦ୍ଧି କରିବାକୁ ନିଷ୍ପତ୍ତି ନେଇଛି । […]

ନୂଆଦିଲ୍ଲୀ : ସାଧାରଣ ଲୋକଙ୍କୁ ଆରବିଆଇ ଝଟ୍‌କା । ଭାରତୀୟ ରିଜର୍ଭ ବ୍ୟାଙ୍କ ରେପୋ ରେଟ୍‌ ୩୫ ବେସିସ୍‌ ପ‌ଏଣ୍ଟ୍‌ ବଢ଼ାଇ ୬.୨୫% କରିଥିବା କଥା ଆଜି ଗଭର୍ଣ୍ଣର୍‌ ଶକ୍ତିକାନ୍ତ ଦାସ ଘୋଷଣା କରିଛନ୍ତି। ସବୁ ପ୍ରକାର ଲୋନ୍ ହେବ ମହଙ୍ଗା । ଏବେ ରେପୋ ରେଟ୍ ୫.୯୦ରୁ ବଢ଼ି ୬.୨୫ ପ୍ରତିଶତ ହୋଇଛି । ବିଶ୍ବ ଅର୍ଥନୈତିକ ଚିନ୍ତାଧାରା ମଧ୍ୟରେ ମୁଦ୍ରାସ୍ଫୀତିର ମୁକାବିଲା ପାଇଁ ଆରବିଆଇ ରେପୋ ହାର ବୃଦ୍ଧି କରିବାକୁ ନିଷ୍ପତ୍ତି ନେଇଛି । ମୁଦ୍ରା ନୀତି କମିଟି ବୈଠକରେ ମୂଲ୍ୟାଙ୍କନକୁ ଆଧାର କରି ଏହି ନିଷ୍ପତ୍ତି ନେଇଛନ୍ତି ।

ଆହୁରି ପଢ଼ନ୍ତୁ: କେଉଁଠି ଘର ନାହିଁ, କେଉଁଠି ଛାତ ନାହିଁ, କେଉଁଠି ଗଳି ନାହିଁ—ଯେଉଁଠି ଦେଖିବେ ସେଇଠି ପ୍ରକୃତିର କରାଳ ରୂପ !

‘ଭାରତୀୟ ରିଜର୍ଭ ବ୍ୟାଙ୍କ୍‌’ର ଗଭର୍ଣ୍ଣର୍‌ ଶକ୍ତିକାନ୍ତ ଦାସ କହିଛନ୍ତି, ମୁଦ୍ରାସ୍ଫୀତି ବୃଦ୍ଧି ପାଇ ଚାଲିଛି। ମୁଦ୍ରାସ୍ଫୀତିଜନିତ ସମ୍ଭାବ୍ୟ ବିପଦର ମୁକାବିଲା ପାଇଁ ସଂଗ୍ରାମ ମଧ୍ୟ ଚାଲିଛି। ରୁଷ୍‌-ୟୁକ୍ରେନ୍‌ ଯୁଦ୍ଧ ପରେ ବୈଶ୍ବିକସ୍ତରରେ ମୁଦ୍ରାସ୍ଫୀତି ବ୍ୟାପକ ଆକାରରେ ବୃଦ୍ଧି ପାଇ ଚାଲିଛି। ଆର୍ଥିକ ବର୍ଷ ୨୩ ନିମନ୍ତେ ଖାଉଟି ମୁଦ୍ରାସ୍ଫୀତି ୬.୭% ଦର୍ଶାଯାଇଥିବା ବେଳେ ଏହାର ବେଗ ମନ୍ଥର କରିବା ଲାଗି ଆମେ ତୀବ୍ର ଦୃଷ୍ଟି ରଖିଛୁ।

ଆହୁରି ପଢ଼ନ୍ତୁ: ବାୟୁସେନାରୁ ଅବସର ନେଲେ ପାକିସ୍ତାନର F-16 ଖସାଇଥିବା ହିରୋ ଅଭିନନ୍ଦନ ବର୍ଦ୍ଧମାନ, ଘରୋଇ ଏୟାରଲାଇନ୍ସ FLY91 ରେ ସାମିଲ

ସ୍ମରଣଯୋଗ୍ୟ, ସେପ୍ଟେମ୍ବର ମାସରେ ରିଜର୍ଭ ବ୍ୟାଙ୍କ୍‌ ରେପୋ ରେଟ୍‌ ୫୦ ବେସିସ୍‌ ପଏଣ୍ଟ୍‌ ବୃଦ୍ଧି କରି ୫.୯% କରିଥିଲା। ସେହିଭଳି, ନିୟମିତ ‘ମନିଟାରି ପଲିସି ରିଭ୍ୟୁ’ ବାହାରେ ମଧ୍ୟ ଗତ ଅଗଷ୍ଟ ମାସରେ ‘ରେପୋ ରେଟ୍‌’ ୫୦ ବେସିସ୍‌ ପଏଣ୍ଟ୍‌ ବୃଦ୍ଧି କରି ୫.୪% କରିଥିଲା।

ଆହୁରି ପଢ଼ନ୍ତୁ: ମହାରାଷ୍ଟ୍ରର ରଘୁବୀର ଘାଟରେ ପୁଣି ଭୂସ୍ଖଳନ: ରତ୍ନଗିରି-ସାତାରା ରାସ୍ତା ବନ୍ଦ, ଫସିଲା ଯାତ୍ରୀବାହୀ ବସ୍

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର