ଗେହଲଟ୍‌ ହୋଇପାରନ୍ତି କଂଗ୍ରେସର ପରବର୍ତ୍ତୀ ଅଧ୍ୟକ୍ଷ; ଆଜିଠୁ ୩୦ ଯାଏଁ ନାମାଙ୍କନ ଦାଖଲ ପ୍ରକ୍ରିୟା

The Sakala Picture
Published On

ନୂଆଦିଲ୍ଲୀ: ଏଆଇସିସି ସଭାପତି ପଦ ପାଇଁ ନାମାଙ୍କନ ଦାଖଲ ପ୍ରକ୍ରିୟା ଆରମ୍ଭ । ଆଜିଠାରୁ ୩୦ ତାରିଖ ପର୍ଯ୍ୟନ୍ତ ନାମାଙ୍କନ ଦାଖଲ ହେବ । ଦୁଇ ଦଶନ୍ଧି ପରେ ଅଣଗାନ୍ଧୀଙ୍କ ହାତକୁ ଯିବ କଂଗ୍ରେସ କମାଣ । ଏଆଇସିସି ସଭାପତି ରେସରେ ଗେହଲଟ, ଥରୁର, ଦିଗବିଜୟଙ୍କ ପରି ହେଭିୱେଟ ରହିଛନ୍ତି । କିନ୍ତୁ ସବୁଠୁ ଆଗରେ ଅଶୋକ ଗେହଲଟ । ସେ ହିଁ କଂଗ୍ରେସ ଅଧ୍ୟକ୍ଷ ହେବେ ବୋଲି ଚର୍ଚ୍ଚା ଜୋର ଧରିଛି । କଂଗ୍ରେସ ଅଧ୍ୟକ୍ଷ […]

ନୂଆଦିଲ୍ଲୀ: ଏଆଇସିସି ସଭାପତି ପଦ ପାଇଁ ନାମାଙ୍କନ ଦାଖଲ ପ୍ରକ୍ରିୟା ଆରମ୍ଭ । ଆଜିଠାରୁ ୩୦ ତାରିଖ ପର୍ଯ୍ୟନ୍ତ ନାମାଙ୍କନ ଦାଖଲ ହେବ । ଦୁଇ ଦଶନ୍ଧି ପରେ ଅଣଗାନ୍ଧୀଙ୍କ ହାତକୁ ଯିବ କଂଗ୍ରେସ କମାଣ । ଏଆଇସିସି ସଭାପତି ରେସରେ ଗେହଲଟ, ଥରୁର, ଦିଗବିଜୟଙ୍କ ପରି ହେଭିୱେଟ ରହିଛନ୍ତି । କିନ୍ତୁ ସବୁଠୁ ଆଗରେ ଅଶୋକ ଗେହଲଟ । ସେ ହିଁ କଂଗ୍ରେସ ଅଧ୍ୟକ୍ଷ ହେବେ ବୋଲି ଚର୍ଚ୍ଚା ଜୋର ଧରିଛି ।

ଆହୁରି ପଢ଼ନ୍ତୁ: ଡୋନାଲ୍ଡ ଟ୍ରମ୍ପଙ୍କୁ ହତ୍ୟା ଧମକ: ଇରାନର ଷଡ଼ଯନ୍ତ୍ର ନା ଇସ୍ରାଏଲର ଚାଲ୍? ତୁର୍କୀ ଆଣିଲା ସାଂଘାତିକ ଅଭିଯୋଗ

କଂଗ୍ରେସ ଅଧ୍ୟକ୍ଷ ନିର୍ବାଚନକୁ ନେଇ ଗତ କିଛି ଦିନ ହେଲା ସ୍ଥିତି ରୋଚକ ହୋଇପଡ଼ିଥିବା ବେଳେ ଦଳର ନେତୃତ୍ବ ବରିଷ୍ଠ ନେତା ତଥା ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଆଶୋକ ଗେହଲଟଙ୍କ ହାତକୁ ଯିବା ଏକପ୍ରକାର ନିଶ୍ଚିତ ହୋଇଯାଇଛି। ଅଧ୍ୟକ୍ଷ ପଦ ନିର୍ବାଚନରେ ପ୍ରତିଦ୍ବନ୍ଦ୍ବିତା କରିବାକୁ ପୂର୍ବରୁ ଗେହଲଟ ସ୍ପଷ୍ଟ କରି ନଥିଲା ବେଳେ ଶୁକ୍ରବାର ନିର୍ବାଚନରେ ଭାଗ ନେବାକୁ ଘୋଷଣା କରିଛନ୍ତି। ଏଥିପାଇଁ ସେ ଖୁବଶୀଘ୍ର ନିଜର ନାମାଙ୍କନ ପତ୍ର ଦାଖଲ କରିବେ। ବର୍ତ୍ତମାନ ଦେଶ ପାଇଁ ଏକ ଶକ୍ତ ବିରୋଧୀ ଦଳର ଆବଶ୍ୟକତା ରହିଥିବା ବେଳେ ଏହାକୁ ଦୃଷ୍ଟିରେ ରଖି ଏବଂ ଦଳର ଆଭିମୁଖ୍ୟକୁ ବିଚାରକୁ ନେଇ ସେ ଅଧ୍ୟକ୍ଷ ପଦ ପାଇଁ ପ୍ରତିଦ୍ବନ୍ଦ୍ବିତାକୁ କରିବାକୁ ସ୍ଥିର କରିଥିବା କହିଛନ୍ତି। ଏହାବ୍ୟତୀତ ନିର୍ବାଚନରେ ଗାନ୍ଧୀ ପରିବାରର କୌଣସି ସଦସ୍ୟ ଭାଗ ନେବେ ନାହିଁ ବୋଲି ସେ ସ୍ପଷ୍ଟ କରିଥିବାରୁ ଗେହଲତ ହିଁ ଦଳର ପରବର୍ତ୍ତୀ ମୁଖିଆ ହେବେ ବୋଲି ଏକପ୍ରକାର ସ୍ପଷ୍ଟ ହୋଇଯାଇଛି। ଯଦିଓ ଶଶୀ ଥରୁର, ଦିଗ ବିଜୟ ସିଂ, ମନୀଷ ତିୱାରୀ, କମଳନାଥଙ୍କ ଭଳି କିଛି ବରିଷ୍ଠ ନେତା ନିର୍ବାଚନରେ ପ୍ରତିଦ୍ବନ୍ଦ୍ବିତା କରିବେ ବୋଲି କୁହାଯାଉଛି, ତେବେ ଗେହଲଟ ହିଁ ଅଧ୍ୟକ୍ଷ ଭାବେ ନିର୍ବାଚିତ ହେବା ସ୍ପଷ୍ଟ ହୋଇଯାଇଛି।

ଆହୁରି ପଢ଼ନ୍ତୁ: ଭାରତର ସହନଶୀଳତାକୁ ଦୁର୍ବଳତା ଭାବନ୍ତୁନି ଶତ୍ରୁ: ‘ଅପରେସନ୍ ସିନ୍ଦୂର’କୁ ନେଇ ବଡ଼ ବୟାନ ଦେଲେ ଅଜିତ ଡୋଭାଲ

ଦୀର୍ଘ ୫୦ ବର୍ଷ ଧରି କଂଗ୍ରେସ ସହ ଜଡ଼ିତ ଥିବା ଗେହଲଟ ସୋନିଆଙ୍କ ପ୍ରତି ମଧ୍ୟ ଯଥେଷ୍ଟ ଆନୁଗତ୍ୟ ରହିଛନ୍ତି। ତେଣୁ ତାଙ୍କୁ ଅଧ୍ୟକ୍ଷ ଭାବେ ନିର୍ବାଚିତ କରିବାକୁ ସୋନିଆଙ୍କ ଇସାରା କାମ କରିବ ବୋଲି କୁହାଯାଉଛି। ତେବେ ବହୁ ଦଶନ୍ଧି ପରେ ଅଧ୍ୟକ୍ଷ ପଦ ପାଇଁ ନିର୍ବାଚନ ହେବା ସହିତ ଗାନ୍ଧୀ ପରିବାର ହାତରୁ ନେତୃତ୍ବ ଯିବା ଘଟଣା ଅନେକଙ୍କ ପାଇଁ ବୋଧଗମ୍ୟ ହୋଇପାରିନି। କେବଳ ୨୦୧୭ ଏବଂ ୨୦୧୯ ଛାଡିଲେ ୧୯୯୮ ରୁ ସୋନିଆ ଗାନ୍ଧୀ ଦଳର ନେତୃତ୍ବ ନେଇ ଆସିଛନ୍ତି। କିନ୍ତୁ ସାଂପ୍ରତିକ ସ୍ଥିତିରେ ନିର୍ବାଚନ କରି ଅଧ୍ୟକ୍ଷ ବାଛିବାକୁ ଦାବି ହୋଇ ଆସିଥିବାରୁ ଆସନ୍ତା ମାସରେ ନିର୍ବାଚନ କରିବା ସହିତ ସୋନିଆ ନିଜ ପଦବୀରୁ ହଟିବାକୁ ଦଳ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି।

ଆହୁରି ପଢ଼ନ୍ତୁ: ବୀରଭୂମରେ ଟିଏମସି କାର୍ଯ୍ୟାଳୟ ଭିତରୁ ପଶ୍ଚିମବଙ୍ଗ ବିଧାନସଭାର ପୂର୍ବତନ ଉପବାଚସ୍ପତି ଆଶିଷ ବାନାର୍ଜୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

24 Sep 2022 By The Sakala

ଗେହଲଟ୍‌ ହୋଇପାରନ୍ତି କଂଗ୍ରେସର ପରବର୍ତ୍ତୀ ଅଧ୍ୟକ୍ଷ; ଆଜିଠୁ ୩୦ ଯାଏଁ ନାମାଙ୍କନ ଦାଖଲ ପ୍ରକ୍ରିୟା

ନୂଆଦିଲ୍ଲୀ: ଏଆଇସିସି ସଭାପତି ପଦ ପାଇଁ ନାମାଙ୍କନ ଦାଖଲ ପ୍ରକ୍ରିୟା ଆରମ୍ଭ । ଆଜିଠାରୁ ୩୦ ତାରିଖ ପର୍ଯ୍ୟନ୍ତ ନାମାଙ୍କନ ଦାଖଲ ହେବ । ଦୁଇ ଦଶନ୍ଧି ପରେ ଅଣଗାନ୍ଧୀଙ୍କ ହାତକୁ ଯିବ କଂଗ୍ରେସ କମାଣ । ଏଆଇସିସି ସଭାପତି ରେସରେ ଗେହଲଟ, ଥରୁର, ଦିଗବିଜୟଙ୍କ ପରି ହେଭିୱେଟ ରହିଛନ୍ତି । କିନ୍ତୁ ସବୁଠୁ ଆଗରେ ଅଶୋକ ଗେହଲଟ । ସେ ହିଁ କଂଗ୍ରେସ ଅଧ୍ୟକ୍ଷ ହେବେ ବୋଲି ଚର୍ଚ୍ଚା ଜୋର ଧରିଛି ।

କଂଗ୍ରେସ ଅଧ୍ୟକ୍ଷ ନିର୍ବାଚନକୁ ନେଇ ଗତ କିଛି ଦିନ ହେଲା ସ୍ଥିତି ରୋଚକ ହୋଇପଡ଼ିଥିବା ବେଳେ ଦଳର ନେତୃତ୍ବ ବରିଷ୍ଠ ନେତା ତଥା ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଆଶୋକ ଗେହଲଟଙ୍କ ହାତକୁ ଯିବା ଏକପ୍ରକାର ନିଶ୍ଚିତ ହୋଇଯାଇଛି। ଅଧ୍ୟକ୍ଷ ପଦ ନିର୍ବାଚନରେ ପ୍ରତିଦ୍ବନ୍ଦ୍ବିତା କରିବାକୁ ପୂର୍ବରୁ ଗେହଲଟ ସ୍ପଷ୍ଟ କରି ନଥିଲା ବେଳେ ଶୁକ୍ରବାର ନିର୍ବାଚନରେ ଭାଗ ନେବାକୁ ଘୋଷଣା କରିଛନ୍ତି। ଏଥିପାଇଁ ସେ ଖୁବଶୀଘ୍ର ନିଜର ନାମାଙ୍କନ ପତ୍ର ଦାଖଲ କରିବେ। ବର୍ତ୍ତମାନ ଦେଶ ପାଇଁ ଏକ ଶକ୍ତ ବିରୋଧୀ ଦଳର ଆବଶ୍ୟକତା ରହିଥିବା ବେଳେ ଏହାକୁ ଦୃଷ୍ଟିରେ ରଖି ଏବଂ ଦଳର ଆଭିମୁଖ୍ୟକୁ ବିଚାରକୁ ନେଇ ସେ ଅଧ୍ୟକ୍ଷ ପଦ ପାଇଁ ପ୍ରତିଦ୍ବନ୍ଦ୍ବିତାକୁ କରିବାକୁ ସ୍ଥିର କରିଥିବା କହିଛନ୍ତି। ଏହାବ୍ୟତୀତ ନିର୍ବାଚନରେ ଗାନ୍ଧୀ ପରିବାରର କୌଣସି ସଦସ୍ୟ ଭାଗ ନେବେ ନାହିଁ ବୋଲି ସେ ସ୍ପଷ୍ଟ କରିଥିବାରୁ ଗେହଲତ ହିଁ ଦଳର ପରବର୍ତ୍ତୀ ମୁଖିଆ ହେବେ ବୋଲି ଏକପ୍ରକାର ସ୍ପଷ୍ଟ ହୋଇଯାଇଛି। ଯଦିଓ ଶଶୀ ଥରୁର, ଦିଗ ବିଜୟ ସିଂ, ମନୀଷ ତିୱାରୀ, କମଳନାଥଙ୍କ ଭଳି କିଛି ବରିଷ୍ଠ ନେତା ନିର୍ବାଚନରେ ପ୍ରତିଦ୍ବନ୍ଦ୍ବିତା କରିବେ ବୋଲି କୁହାଯାଉଛି, ତେବେ ଗେହଲଟ ହିଁ ଅଧ୍ୟକ୍ଷ ଭାବେ ନିର୍ବାଚିତ ହେବା ସ୍ପଷ୍ଟ ହୋଇଯାଇଛି।

ଦୀର୍ଘ ୫୦ ବର୍ଷ ଧରି କଂଗ୍ରେସ ସହ ଜଡ଼ିତ ଥିବା ଗେହଲଟ ସୋନିଆଙ୍କ ପ୍ରତି ମଧ୍ୟ ଯଥେଷ୍ଟ ଆନୁଗତ୍ୟ ରହିଛନ୍ତି। ତେଣୁ ତାଙ୍କୁ ଅଧ୍ୟକ୍ଷ ଭାବେ ନିର୍ବାଚିତ କରିବାକୁ ସୋନିଆଙ୍କ ଇସାରା କାମ କରିବ ବୋଲି କୁହାଯାଉଛି। ତେବେ ବହୁ ଦଶନ୍ଧି ପରେ ଅଧ୍ୟକ୍ଷ ପଦ ପାଇଁ ନିର୍ବାଚନ ହେବା ସହିତ ଗାନ୍ଧୀ ପରିବାର ହାତରୁ ନେତୃତ୍ବ ଯିବା ଘଟଣା ଅନେକଙ୍କ ପାଇଁ ବୋଧଗମ୍ୟ ହୋଇପାରିନି। କେବଳ ୨୦୧୭ ଏବଂ ୨୦୧୯ ଛାଡିଲେ ୧୯୯୮ ରୁ ସୋନିଆ ଗାନ୍ଧୀ ଦଳର ନେତୃତ୍ବ ନେଇ ଆସିଛନ୍ତି। କିନ୍ତୁ ସାଂପ୍ରତିକ ସ୍ଥିତିରେ ନିର୍ବାଚନ କରି ଅଧ୍ୟକ୍ଷ ବାଛିବାକୁ ଦାବି ହୋଇ ଆସିଥିବାରୁ ଆସନ୍ତା ମାସରେ ନିର୍ବାଚନ କରିବା ସହିତ ସୋନିଆ ନିଜ ପଦବୀରୁ ହଟିବାକୁ ଦଳ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର