ବ୍ରିଟେନ ମହାରାଣୀ ଏଲିଜାବେଥଙ୍କ ଶେଷକୃତ୍ୟରେ ଯୋଗଦେବାକୁ ଲଣ୍ଡନ ଗଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

The Sakala Picture
Published On

ନୂଆଦିଲ୍ଲୀ : ବ୍ରିଟେନ ମହାରାଣୀ ଏଲିଜାବେଥଙ୍କ ଶେଷକୃତ୍ୟରେ ଯୋଗଦେବା ପାଇଁ ଆଜି ଲଣ୍ଡନ ଗସ୍ତରେ ଯାଇଛନ୍ତି ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଭାରତ ସରକାରଙ୍କ ପକ୍ଷରୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ରାଣୀଙ୍କ ଶେଷକୃତ୍ୟରେ ସାମିଲ ହୋଇ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବେ। ଆସନ୍ତା ୧୯ରେ ସମ୍ପୂର୍ଣ୍ଣ ରାଜକୀୟ ମର୍ଯ୍ଯାଦା ଅନୁସାରେ ମହାରାଣୀଙ୍କ ଶେଷକୃତ୍ୟ ଅନୁଷ୍ଠିତ ହେବ । President Droupadi Murmu emplanes for London, United Kingdom to attend the State Funeral of […]

ନୂଆଦିଲ୍ଲୀ : ବ୍ରିଟେନ ମହାରାଣୀ ଏଲିଜାବେଥଙ୍କ ଶେଷକୃତ୍ୟରେ ଯୋଗଦେବା ପାଇଁ ଆଜି ଲଣ୍ଡନ ଗସ୍ତରେ ଯାଇଛନ୍ତି ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଭାରତ ସରକାରଙ୍କ ପକ୍ଷରୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ରାଣୀଙ୍କ ଶେଷକୃତ୍ୟରେ ସାମିଲ ହୋଇ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବେ। ଆସନ୍ତା ୧୯ରେ ସମ୍ପୂର୍ଣ୍ଣ ରାଜକୀୟ ମର୍ଯ୍ଯାଦା ଅନୁସାରେ ମହାରାଣୀଙ୍କ ଶେଷକୃତ୍ୟ ଅନୁଷ୍ଠିତ ହେବ ।

ଆହୁରି ପଢ଼ନ୍ତୁ: ତେଜସ୍ ଫାଇଟର୍ ଜେଟ୍ ଉତ୍ପାଦନକୁ ମିଳିଲା ବୁଷ୍ଟ୍, HAL କୁ ଆମେରିକାରୁ ମିଳିଲା ଆଉ ୩ଟି ନୂଆ ଇଞ୍ଜିନ୍


ଗତ ୮ ତାରିଖରେ ରାଣୀଙ୍କର ମୃତ୍ୟୁ ଘଟିଥିଲା।ରାଣୀ ଏଲିଜାବେଥ ଦ୍ୱିତୀୟଙ୍କ ଶାସନ କାଳରେ ୭୦ ବର୍ଷ ଧରି ଭାରତ ଓ ବ୍ରିଟେନ ମଧ୍ୟରେ ଉତ୍ତମ ଦ୍ୱିପାକ୍ଷିକ ସମ୍ପର୍କ ରହିଥିଲା । କମନଓ୍ୱେଲଥର ମୁଖ୍ୟ ଭାବେ କୋଟି କୋଟି ଲୋକଙ୍କ କଲ୍ୟାଣ ଲାଗି ସେ ଜୀବନ ଉତ୍ସର୍ଗ କରିଥିଲେ । ମହାରାଣୀଙ୍କ ମହାପ୍ରୟାଣରେ ତାଙ୍କୁ ସମ୍ମାନ ଦେବା ଲାଗି ଗତ ୧୧ ତାରିଖରେ ଭାରତରେ ଭାରତ ଦିନିକିଆ ରାଷ୍ଟ୍ରୀୟ ଶୋକ ପାଳନ କରିିଥିଲା।

ହାରାଣୀ ଏଲିଜାବେଥଙ୍କ ଅନ୍ତିମ ସଂସ୍କାର ୧୯ ସେପ୍ଟେମ୍ବରରେ ୱେଷ୍ଟମିନଷ୍ଟର ଆବେରେ ହେବ । ରାଣୀ ଏଲିଜାବେଥ ଦ୍ୱିତୀୟଙ୍କ ଅନ୍ତିମ ସଂସ୍କାରରେ ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ, ଫ୍ରାନ୍ସର ରାଷ୍ଟ୍ରପତି ଇମାନୁଏଲ୍ ମାକ୍ରନ୍ ଏବଂ କାନାଡାର ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୋ ମଧ୍ୟ ଲଣ୍ଡନ ଗସ୍ତ କରିବେ। ରାଣୀଙ୍କୁ ୱିଣ୍ଡସରର ରାଜା ଷଷ୍ଠ ଜର୍ଜଙ୍କ ସ୍ମାରକୀ ଚାପେଲ୍‌ରେ ସବୁଦିନ ପାଇଁ ବିଶ୍ରାମ ଦିଆଯିବ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର