ମହାରାଣୀ ଏଲିଜାବେଥ୍‌ଙ୍କ ଗୁପ୍ତ ଚିଠି: ମୃତ୍ୟୁ ପୂର୍ବରୁ ଲେଖିଥିଲେ, ୨୦୮୫ରେ ଖୋଲାଯିବ

The Sakala Picture
Published On

ଲଣ୍ଡନ: ଗୋଟିଏ ପକ୍ଷରେ ବ୍ରିଟେନର ମହାରାଣୀ ଦ୍ବିତୀୟ ଏଲିଜାବେଥଙ୍କ ଶେଷକୃତ୍ୟ ପାଇଁ ବ୍ରିଟେନରେ ଜୋରଦାର ପ୍ରସ୍ତତି ଚାଲିଛି। ଅନ୍ୟପଟେ ତାଙ୍କର ଏକ ଗୁପ୍ତ ଚିଠିକୁ ନେଇ ସୋମବାର ବିଶ୍ବସ୍ତରରେ ଚର୍ଚ୍ଚା ଜୋର ଧରିଛି। ମୃତ୍ୟୁର ଯଥେଷ୍ଟ ପୂର୍ବରୁ ଏଲିଜାବେଥ ଲେଖିଥିବା ଏହି ଚିଠିଟି ଏବେ ଅଷ୍ଟ୍ରେଲିଆର ସିଡ୍‌ନୀର ଏକ ‘ଭଲଟ୍‌’ ବା ‘ଷ୍ଟ୍ରଙ୍ଗ୍‌ରୁମ୍‌’ରେ ରଖାଯାଇଥିବା ବେଳେ ଏହାକୁ ଆଗାମୀ ୨୦୮୫ ମସିହା ପର୍ଯ୍ୟନ୍ତ ଖୋଲାଯିବ ନାହିଁ ବୋଲି ଜଣଶପଡ଼ିଛି। ଅଷ୍ଟ୍ରେଲିଆର ‘ସେଭେନ୍‌ନ୍ୟୁଜ୍‌’ ପକ୍ଷରୁ ପ୍ରକାଶ କରାଯାଇଥିବା ଏକ […]

ଲଣ୍ଡନ: ଗୋଟିଏ ପକ୍ଷରେ ବ୍ରିଟେନର ମହାରାଣୀ ଦ୍ବିତୀୟ ଏଲିଜାବେଥଙ୍କ ଶେଷକୃତ୍ୟ ପାଇଁ ବ୍ରିଟେନରେ ଜୋରଦାର ପ୍ରସ୍ତତି ଚାଲିଛି। ଅନ୍ୟପଟେ ତାଙ୍କର ଏକ ଗୁପ୍ତ ଚିଠିକୁ ନେଇ ସୋମବାର ବିଶ୍ବସ୍ତରରେ ଚର୍ଚ୍ଚା ଜୋର ଧରିଛି। ମୃତ୍ୟୁର ଯଥେଷ୍ଟ ପୂର୍ବରୁ ଏଲିଜାବେଥ ଲେଖିଥିବା ଏହି ଚିଠିଟି ଏବେ ଅଷ୍ଟ୍ରେଲିଆର ସିଡ୍‌ନୀର ଏକ ‘ଭଲଟ୍‌’ ବା ‘ଷ୍ଟ୍ରଙ୍ଗ୍‌ରୁମ୍‌’ରେ ରଖାଯାଇଥିବା ବେଳେ ଏହାକୁ ଆଗାମୀ ୨୦୮୫ ମସିହା ପର୍ଯ୍ୟନ୍ତ ଖୋଲାଯିବ ନାହିଁ ବୋଲି ଜଣଶପଡ଼ିଛି।

ଆହୁରି ପଢ଼ନ୍ତୁ: ପାକିସ୍ତାନ ସୀମା ନିକଟରେ ବାୟୁସେନାର ମେଗା ସମରାଭ୍ୟାସ, ସିଜ୍ ହେଲା ଆକାଶମାର୍ଗ, ଗର୍ଜିବେ ଯୁଦ୍ଧ ବିମାନ

ଅଷ୍ଟ୍ରେଲିଆର ‘ସେଭେନ୍‌ନ୍ୟୁଜ୍‌’ ପକ୍ଷରୁ ପ୍ରକାଶ କରାଯାଇଥିବା ଏକ ରିପୋର୍ଟ ଅନୁଯାୟୀ, ସିଡ୍‌ନୀସ୍ଥିତ ଏକ ଐତିହାସିକ ଅଟ୍ଟାଳିକାରେ ଷ୍ଟ୍ରଙ୍ଗରୁମ୍‌ରେ ରହିଥିବା ଏହି ଚିଠିକୁ ସିଡ୍‌ନୀବାସୀଙ୍କ ଉଦ୍ଦେଶ୍ୟରେ ରାଣୀ ୧୯୮୬ ନଭେମ୍ବରରେ ଲେଖିଥିଲେ। କାଚ ଆବରଣ ମଧ୍ୟରେ ଲୁଚାଇ ରଖାଯାଇଥିବା ଏହି ଚିଠିରେ କ’ଣ ଲେଖାଯାଇଛି ତାହା କେହି ଜାଣନ୍ତି ନାହିଁ। ଏପରିକି ମହାରାଣୀଙ୍କ ବ୍ୟକ୍ତିଗତ କର୍ମଚାରୀମାନଙ୍କୁ ମଧ୍ୟ ତାହା ଜଣାନାହିଁ। କିନ୍ତୁ ୨୦୮୫ ମସିହା ନ ଆସିବା ଯାଏଁ ଏହି ଷ୍ଟ୍ରଙ୍ଗରୁମ କିମ୍ବା ଚିଠି ଖୋଲାଯିବ ନାହିଁ ବୋଲି ଏଥିରେ ଉଲ୍ଲେଖ ରହିଛି। ମହାରାଣୀ ସିଡ୍‌ନୀର ଲର୍ଡ ମେୟରଙ୍କ ଉଦ୍ଦେଶ୍ୟରେ ଲେଖିଥିବା ଏହି ଚିଠିରେ ୨୦୮୫ ମସିହା ଆରମ୍ଭ ହେବା ପରେ ଆପଣ ଯଦି ଉଚିତ ମନେକରିବେ ତେବେ କୌଣସି ଦିନ ଦୟାପୂର୍ବକ ଏହି ଲଫାପାଟି ଖୋଲି ମୋ ବାର୍ତ୍ତା ସିଡ୍‌ନୀବାସୀଙ୍କୁ ଜଣାଇଦେବେ ବୋଲି ରାଣୀଙ୍କ ନିର୍ଦ୍ଦେଶ ରହିଥିବା କୁହାଯାଇଛି। ତେବେ ଏହି ଚିଠିକୁ ନେଇ ଏବେ ବିଭନ୍ନ ମହଲରେ ଉତ୍ସୁକତା ଦେଖାଯାଇଛି।

ଆହୁରି ପଢ଼ନ୍ତୁ: ଶ୍ରୀନଗର ବିମାନବନ୍ଦରରେ ଅଘଟଣ: ପାର୍କିଂ ବେଳେ ଖୁଣ୍ଟରେ ପିଟି ହେଲା ଇଣ୍ଡିଗୋ ବିମାନ, ସମସ୍ତ ଯାତ୍ରୀ ସୁରକ୍ଷିତ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର