ବୋରିସ୍‌ ଜନସନଙ୍କ ଇସ୍ତଫା: ପ୍ରଧାନମନ୍ତ୍ରୀ ଦୌଡରେ ଆଗରେ ଅଛନ୍ତି ଭାରତୀୟ ବଂଶୋଦ୍ଭବ ଋଷି ସୁନକ

The Sakala Picture
Published On

ଲଣ୍ଡନ: ବ୍ରିଟେନରେ ରାଜନୈତିକ ସଙ୍କଟ ଦେଖାଦେଇଛି। ଶେଷର ବ୍ରିଟେନର ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି ବ‌ୋରିସ୍‌ ଜନସନ। କନ୍‌ଜରଭେଟିଭ୍‌ ପାର୍ଟିର ନେତା ଭାବେ ଇସ୍ତଫା ପରେ ବ୍ରିଟିସ୍‌ ପ୍ରଧାନମନ୍ତ୍ରୀ ବ‌ୋରିସ୍‌ ଜନ୍‌ସନ୍‌ ପ୍ରଧାନମନ୍ତ୍ରୀ ପଦରୁ ବି ଇସ୍ତଫା ଦେଇଛନ୍ତି। ତାଙ୍କ ବିରୋଧରେ ବିବାଦ ଉପୁଜିବା ପରେ ଜନ୍‌ସନ୍‌ ଆଉ ପଦରେ ରହିବା ଉଚିତ ନୁହେଁ ବୋଲି ମତ ରଖି ତାଙ୍କ ଦଳରୁ ଅନେକ ନେତା ଇସ୍ତଫା ଦେଇ ସାରିଛନ୍ତି। ଏପରିିକି ଜନ୍‌ସନ୍‌ଙ୍କ ଇସ୍ତଫା ଦାବି କରି ଗତ […]

ଲଣ୍ଡନ: ବ୍ରିଟେନରେ ରାଜନୈତିକ ସଙ୍କଟ ଦେଖାଦେଇଛି। ଶେଷର ବ୍ରିଟେନର ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି ବ‌ୋରିସ୍‌ ଜନସନ। କନ୍‌ଜରଭେଟିଭ୍‌ ପାର୍ଟିର ନେତା ଭାବେ ଇସ୍ତଫା ପରେ ବ୍ରିଟିସ୍‌ ପ୍ରଧାନମନ୍ତ୍ରୀ ବ‌ୋରିସ୍‌ ଜନ୍‌ସନ୍‌ ପ୍ରଧାନମନ୍ତ୍ରୀ ପଦରୁ ବି ଇସ୍ତଫା ଦେଇଛନ୍ତି। ତାଙ୍କ ବିରୋଧରେ ବିବାଦ ଉପୁଜିବା ପରେ ଜନ୍‌ସନ୍‌ ଆଉ ପଦରେ ରହିବା ଉଚିତ ନୁହେଁ ବୋଲି ମତ ରଖି ତାଙ୍କ ଦଳରୁ ଅନେକ ନେତା ଇସ୍ତଫା ଦେଇ ସାରିଛନ୍ତି। ଏପରିିକି ଜନ୍‌ସନ୍‌ଙ୍କ ଇସ୍ତଫା ଦାବି କରି ଗତ ୪୮ ଘଣ୍ଟାରୁ କମ୍ ସମୟ ମଧ୍ୟରେ ୫୦ରୁ ଅଧିକ ମନ୍ତ୍ରୀ ବ୍ରିଟିଶ୍‌ ସରକାରରୁ ନିଜକୁ ବାଦ୍‌ ଦେଇଛନ୍ତି।

ଆହୁରି ପଢ଼ନ୍ତୁ: ନେପାଳକୁ ପ୍ରତି ବିପଦର ଆଗୁଆ ସୂଚନା ଦେବ ଚୀନ୍!

ସୂଚନା ଅନୁଯାୟା, ଆଗାମୀ ଅକ୍ଟୋବର ପର୍ଯ୍ଯନ୍ତ ଆନୁଷ୍ଠାନିକ ଭାବେ ଦଳର ଅନ୍ୟ କେହି ନେତା ନିଯୁକ୍ତି ନ ହେବା ପର୍ଯ୍ଯନ୍ତ ଜନସନ ପ୍ରଧାନମନ୍ତ୍ରୀ ଭାବେ କାର୍ଯ୍ଯରତ ରହିବେ।  ୨୦୧୯ ମସିହାରେ ଜନ୍‌ସନ୍‌ ବହୁ ସଂଖ୍ୟକ ଭୋଟ୍‌ ପାଇ ପ୍ରଧାନମନ୍ତ୍ରୀ ଭାବେ ଜିତିଥିଲେ। ମାତ୍ର ପରବର୍ତ୍ତୀ ମୁହୂର୍ତ୍ତରେ ଜନ୍‌ସନ୍‌ଙ୍କ ବିରୋଧରେ ଯୌନ ଶୋଷଣ ଅଭିଯୋଗ ଆସିଥିଲା।  ୨୦୧୯ ମସିହାରୁ ତାଙ୍କ ବିରୋଧରେ ଏହି ମାମଲା ଆସିଥିବା ବେଳେ ଏ ଯାଏ ତାଙ୍କୁ କ୍ଲିନ୍‌ଚିଟ୍‌ ମିଳିପାରି ନାହିଁ।

ଆହୁରି ପଢ଼ନ୍ତୁ: ଦିଲ୍ଲୀ ସତ୍ୟ ନିକେତନରେ ୨୭ ଘଣ୍ଟା ପରେ ରେସ୍କ୍ୟୁ ଅପରେସନ୍ ଶେଷ, ୭ ମୃତକଙ୍କ ମଧ୍ୟରେ ୫ ଛାତ୍ର

ଖବର ଅନୁଯାୟୀ, ବୋରିସ୍ ଜନସନ ନିଜ ପଦରୁ ହଟିବା ପରେ କିଏ ହେବ ବ୍ରିଟେନର ପରବର୍ତ୍ତୀ ପ୍ରଧାନମନ୍ତ୍ରୀ ସେ ନେଇ ଚର୍ଚ୍ଚା ଆରମ୍ଭ ହୋଇ ଯାଇଛି। ପ୍ରଧାନମନ୍ତ୍ରୀ ପଦରେ ଦାବିଦାରଙ୍କ ମଧ୍ୟରେ ସବୁଠୁ ଆଗରେ ଅଛନ୍ତି ଭାରତୀୟ ମୂଳ ନିବାସୀ ଋଷି ସୁନକ। ଯଦି ଋଷି ୟୁକେର ପ୍ରଧାନମନ୍ତ୍ରୀ ହେବାରେ ପ୍ରଥମ ମୂଳ ଭାରତୀୟ ନିବାସୀ ହେବେ। ଋଷି ସୁନକ ରାଜକୋଷର ଚାନସେଲର ଦାୟିତ୍ଵ ସମ୍ଭାଳୁଥିଲେ। ୪୨ ବର୍ଷୀୟ ସୁନକ ପ୍ରଧାନମନ୍ତ୍ରୀ ପଦ ଦୌଡରେ ଆଗରେ ରହିଛନ୍ତି। କ୍ୟାବିନେଟରୁ ତାଙ୍କ ଇସ୍ତଫା ପରେ ହିଁ ପ୍ରଧାନମନ୍ତ୍ରୀ ବୋରିସ୍ ଜନସନଙ୍କ ବିରୋଧରେ ବିଦ୍ରୋହ ଆରମ୍ଭ ହୋଇଥିଲା।

ଆହୁରି ପଢ଼ନ୍ତୁ: ସାଉଦି ଆରବର ଆରାମକୋ ରିଫାଇନାରୀ ଉପରେ ହୁଥି ବିଦ୍ରୋହୀଙ୍କ ଆକ୍ରମଣ: ନୂଆ 'ମକ୍କା ଚୁକ୍ତି' ଉପରେ ଉଠିଲା ପ୍ରଶ୍ନ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର